କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼
ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି। ଏ ସମ୍ପର୍କରେ ପୋଲିସ ଜାଣିପାରି ତୁରନ୍ତ ଗାଁରେ ପହଞ୍ଚି ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଛି। ଏଭଳି ଘଟଣା ମାଲକାନଗିରି ଜିଲା ଏମ୍ଭି ୭୯ ଥାନା ପଡିଆ ବ୍ଲକ କାଲଧାପଲ୍ଲୀ ପଞ୍ଚାୟତ ତାଙ୍ଗୁଡ଼କୋଣ୍ଡା ଗ୍ରାମରେ ରବିବାର ଦେଖିବାକୁ ମିଳିଛି। ମାଡ଼ ଖାଇଥିବା ଯୁବକ ହେଲେ […] The post କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ appeared first on Dharitri Odia News.
ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି। ଏ ସମ୍ପର୍କରେ ପୋଲିସ ଜାଣିପାରି ତୁରନ୍ତ ଗାଁରେ ପହଞ୍ଚି ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଛି। ଏଭଳି ଘଟଣା ମାଲକାନଗିରି ଜିଲା ଏମ୍ଭି ୭୯ ଥାନା ପଡିଆ ବ୍ଲକ କାଲଧାପଲ୍ଲୀ ପଞ୍ଚାୟତ ତାଙ୍ଗୁଡ଼କୋଣ୍ଡା ଗ୍ରାମରେ ରବିବାର ଦେଖିବାକୁ ମିଳିଛି। ମାଡ଼ ଖାଇଥିବା ଯୁବକ ହେଲେ ଚେନସା ମାଢ଼ି (୩୫)।
ଚେନସାଙ୍କ କହିବା ଅନୁଯାୟୀ, କିଛିଦିନ ତଳେ ଗ୍ରାମବାସୀଙ୍କୁ ସ୍ବପ୍ନ ହୋଇଥିଲା ଯେ, ସେ ଗୁଣିଗାରେଡ଼ି କରୁଛନ୍ତି। ଏହାକୁ ନେଇ ଗ୍ରାମରେ କଙ୍ଗାରୁ କୋର୍ଟ ବସିଥିଲା। ସେଠାରେ ତାଙ୍କୁ ମାଡ଼ ମରାଯିବା ସହ ବେକରେ ରସି ଲଗାଇ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରାଯାଇଥିଲା। ପରେ ତାଙ୍କୁ ଗ୍ରାମର କେତେକ ଯୁବକ ନଦୀକୂଳକୁ ନେଇ ନିସ୍ତୁକ ମାଡ଼ ମାରି ଗୁରୁତର ଅବସ୍ଥାରେ ଘରେ ଆଣି ପକାଇ ଦେଇଥିଲେ। ଯଦି ଥାନା କିମ୍ବା ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବ, ତେବେ ପରିବାରର ସମସ୍ତଙ୍କୁ ଜୀବନରୁ ମାରିଦେବୁ ବୋଲି ଚେତାବନୀ ଦେଇଥିଲେ ।
ଘଟଣା ପରେ ପରିବାର ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଗୁଣିଗାରେଡି ସନ୍ଦେହରେ ଗ୍ରାମର କେତେକ ଯୁବକ ନିସ୍ତୁକ ମାଡ଼ ମାରିଥିବା ଖବର ଏମ୍ଭି ୭୯ ପୋଲିସ ଜାଣିପାରି ଗ୍ରାମରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଚିକିିତ୍ସା କରିଥିବା ଜଣାପଡିଛି । ଏହାକୁ ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନାହିଁ l
ଏ ସମ୍ପର୍କରେ ଥାନା ଅଧିକାରୀ ସୁବାସ କର୍କରାଙ୍କୁ ପଚାରିବାରୁ ଖବର ଜାଣିବା ପରେ ତୁରନ୍ତ ପଡିଆ ଥାନାକୁ ଘଟଣା ସମ୍ପର୍କରେ ଜଣାଇବା ସହ ପୋଲିସ ଟିମ୍ ଗାଁରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଛି। ବର୍ତ୍ତମାନ ଚେନସା ସୁସ୍ଥ ଅଛନ୍ତି। ଏ ପର୍ଯ୍ୟନ୍ତ ସେ କିମ୍ବା ତାଙ୍କ ପରିବାର ତରଫରୁ ଥାନାରେ କୌଣସି ଅଭିଯୋଗ କରି ନାହାନ୍ତି। ପୋଲିସ ପକ୍ଷରୁ ଗ୍ରାମର ମୁଖିଆଙ୍କୁ ଡକାଯାଇଛି। ପଚରାଉଚରା ପରେ ସମ୍ପୂର୍ଣ୍ଣ ଘଟଣା ଜଣାପଡିବ। ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ କର୍କରା କହିଛନ୍ତି l
The post କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ appeared first on Dharitri Odia News.