କଙ୍ଗୋ ପରେ ସ୍ୱିଡେନ୍‌କୁ ମାଡ଼ିଲା ଏମପକ୍ସ ଭୂତାଣୁ: କଙ୍ଗୋରେ ୧୭ ହଜାର ସଂକ୍ରମିତ, ବର୍ଷକରେ ଗଲାଣି ୫୦୦ ଜୀବନ

ନୂଆଦିଲ୍ଲୀ: ଡେମୋକ୍ରେଟିକ ରିପବ୍ଲିକ ଅଫ୍ କଙ୍ଗୋରେ ବର୍ତ୍ତମାନ ଭୟଙ୍କର ଭାବେ ମାଡ଼ି ଚାଲିଛି ଏମପକ୍ସ। ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦୁଇ ବର୍ଷ ମଧ୍ୟରେ ଦୁଇଥର ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରିକାଳୀନ ପରିସ୍ଥିତି ବୋଲି ଘୋଷଣା କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଦ୍ରୁତ ଗତିରେ ସଂକ୍ରଣ ହେଉଥିବା ଏହି ଭୂତାଣୁ ଏବେ ସ୍ୱିଡେନ୍‌କୁ ବ୍ୟାପିଛି। ଗୁରୁବାର ସ୍ୱିଡେନ ସରକାର ଏନେଇ ସୂଚନା ଦେଇଛନ୍ତି।  ସ୍ୱିଡେନର ସାମାଜିକ ବ୍ୟାପାର ସ୍ୱାସ୍ଥ୍ୟମନ୍ତ୍ରୀ ଜାକୋ ଫୋର୍ସମେଦ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ସ୍ୱିଡେନ୍‌ ଏମପକ୍ସର ଅଧିକ ମାରାତ୍ମକ ଭ୍ୟାରିଏଣ୍ଟ କ୍ଲାଡ ୧ ଚିହ୍ନଟ ହୋଇଛି। ଏମପକ୍ସ ବସନ୍ଦ ଭଳି ଶରୀରରେ ଫୋଟକା ବାହାରି ପଡ଼େ। ଯଦିଓ ଏହା ଚିକିତ୍ସାରେ ଛାଡ଼ିଯାଏ। ହେଲେ ଏହି ରୋଗରେ ଜୀବନ ଯିବାର ବି ଆଶଙ୍କା ରହିଛି। ରୋଗୀ ସହ ମିଳାମିଶା କରିବା ଦ୍ୱାରା ଏହା ବ୍ୟାପିଥାଏ। ହେଲେ ଏହାର କ୍ଲାଡ ଆଇବି ନାମକ ନୂଆ ଭ୍ୟାରିଏଣ୍ଟ ଅଧିକ ବ୍ୟାପୁଛି। ଯୌନ ସମ୍ପର୍କରେ ରଖିଲେ ବି ଏହା ବ୍ୟାପୁଥିବା ଜଣାପଡ଼ିଛି। ଏହି ନୂଆ ଭ୍ୟାରିଏଣ୍ଟଟି ବୁରୁଣ୍ଡି, କେନିଆ, ରୱାଣ୍ଡା, ଉଗାଣ୍ଡା ଭଳି ଦେଶକୁ ବିସ୍ତାର କରିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟସଂଗଠନ ଚିନ୍ତା ପ୍ରକଟ କରିଛି। ଏହି ସପ୍ତାହ ପୂର୍ବରୁ, ଆଫ୍ରିକାର ଅଗ୍ରଣୀ ଜନସ୍ୱାସ୍ଥ୍ୟ ସଂସ୍ଥା ମଧ୍ୟ ଏମପକ୍ସ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ସଂକ୍ରମଣର ଭୟା

କଙ୍ଗୋ ପରେ ସ୍ୱିଡେନ୍‌କୁ ମାଡ଼ିଲା ଏମପକ୍ସ ଭୂତାଣୁ: କଙ୍ଗୋରେ ୧୭ ହଜାର ସଂକ୍ରମିତ, ବର୍ଷକରେ ଗଲାଣି ୫୦୦ ଜୀବନ

ନୂଆଦିଲ୍ଲୀ: ଡେମୋକ୍ରେଟିକ ରିପବ୍ଲିକ ଅଫ୍ କଙ୍ଗୋରେ ବର୍ତ୍ତମାନ ଭୟଙ୍କର ଭାବେ ମାଡ଼ି ଚାଲିଛି ଏମପକ୍ସ। ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦୁଇ ବର୍ଷ ମଧ୍ୟରେ ଦୁଇଥର ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରିକାଳୀନ ପରିସ୍ଥିତି ବୋଲି ଘୋଷଣା କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଦ୍ରୁତ ଗତିରେ ସଂକ୍ରଣ ହେଉଥିବା ଏହି ଭୂତାଣୁ ଏବେ ସ୍ୱିଡେନ୍‌କୁ ବ୍ୟାପିଛି। ଗୁରୁବାର ସ୍ୱିଡେନ ସରକାର ଏନେଇ ସୂଚନା ଦେଇଛନ୍ତି।  

ସ୍ୱିଡେନର ସାମାଜିକ ବ୍ୟାପାର ସ୍ୱାସ୍ଥ୍ୟମନ୍ତ୍ରୀ ଜାକୋ ଫୋର୍ସମେଦ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ସ୍ୱିଡେନ୍‌ ଏମପକ୍ସର ଅଧିକ ମାରାତ୍ମକ ଭ୍ୟାରିଏଣ୍ଟ କ୍ଲାଡ ୧ ଚିହ୍ନଟ ହୋଇଛି। ଏମପକ୍ସ ବସନ୍ଦ ଭଳି ଶରୀରରେ ଫୋଟକା ବାହାରି ପଡ଼େ। ଯଦିଓ ଏହା ଚିକିତ୍ସାରେ ଛାଡ଼ିଯାଏ। ହେଲେ ଏହି ରୋଗରେ ଜୀବନ ଯିବାର ବି ଆଶଙ୍କା ରହିଛି। ରୋଗୀ ସହ ମିଳାମିଶା କରିବା ଦ୍ୱାରା ଏହା ବ୍ୟାପିଥାଏ। ହେଲେ ଏହାର କ୍ଲାଡ ଆଇବି ନାମକ ନୂଆ ଭ୍ୟାରିଏଣ୍ଟ ଅଧିକ ବ୍ୟାପୁଛି। ଯୌନ ସମ୍ପର୍କରେ ରଖିଲେ ବି ଏହା ବ୍ୟାପୁଥିବା ଜଣାପଡ଼ିଛି। 

ଏହି ନୂଆ ଭ୍ୟାରିଏଣ୍ଟଟି ବୁରୁଣ୍ଡି, କେନିଆ, ରୱାଣ୍ଡା, ଉଗାଣ୍ଡା ଭଳି ଦେଶକୁ ବିସ୍ତାର କରିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟସଂଗଠନ ଚିନ୍ତା ପ୍ରକଟ କରିଛି। ଏହି ସପ୍ତାହ ପୂର୍ବରୁ, ଆଫ୍ରିକାର ଅଗ୍ରଣୀ ଜନସ୍ୱାସ୍ଥ୍ୟ ସଂସ୍ଥା ମଧ୍ୟ ଏମପକ୍ସ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ସଂକ୍ରମଣର ଭୟାବହ ବ୍ୟାପାର ବିଷୟରେ ଚେତାବନୀ ଦେଇଥିଲା। ମୁଖ୍ୟତ କଙ୍ଗୋରେ ପିଲାମାନଙ୍କ ମଧ୍ୟରେ ୧୭,୦୦୦ ରୁ ଅଧିକ ସନ୍ଦିଗ୍ଧ ମାମଲା ଚିହ୍ନଟ ହୋଇଛି। ଚଳିତ ବର୍ଷ ଏହି ରୋଗରେ ୫୦୦ରୁ ଅଧିକ ମୃତ୍ୟୁ ହେଲାଣି।