କଟକ ଏସସିସିରେ ଦୁଇ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ମାମଲା । ତଦନ୍ତ ଶେଷ କଲେ ତିନି ଜଣିଆ ଉଚ୍ଚସ୍ତରୀୟ କମିଟି

କନକ ବ୍ୟୁରୋ: କଟକ ବଡ଼ ଡାକ୍ତରଖାନାରେ ୨ଜଣ ମହିଳା ରୋଗୀଙ୍କୁ ଡାକ୍ତର ଦୁଷ୍କର୍ମ ମାମଲା । ଘଟଣାର ତଦନ୍ତ ଶେଷ କରିଛି ତିନି ଜଣିଆ ଉଚ୍ଚସ୍ତରୀୟ କମିଟି । ଡିଏମଇଟି ସନ୍ତୋଷ ମିଶ୍ର ଅଧ୍ୟକ୍ଷତାରେ ଗଠନ ହୋଇଥିବା କମିଟି ଏହି ଘଟଣାର ତଦନ୍ତ ଶେଷ କରିଛନ୍ତି ।  ଆଜି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ ଏହି କମିଟି । ଏହାପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ସଂପର୍କରେ ନିଷ୍ପତି ନିଆଯିବ ବୋଲି ସୂଚନା ମିଳିଛି । କଟକ […] The post କଟକ ଏସସିସିରେ ଦୁଇ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ମାମଲା । ତଦନ୍ତ ଶେଷ କଲେ ତିନି ଜଣିଆ ଉଚ୍ଚସ୍ତରୀୟ କମିଟି first appeared on Kanak News.

କଟକ ଏସସିସିରେ ଦୁଇ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ମାମଲା । ତଦନ୍ତ ଶେଷ କଲେ ତିନି ଜଣିଆ ଉଚ୍ଚସ୍ତରୀୟ କମିଟି

କନକ ବ୍ୟୁରୋ: କଟକ ବଡ଼ ଡାକ୍ତରଖାନାରେ ୨ଜଣ ମହିଳା ରୋଗୀଙ୍କୁ ଡାକ୍ତର ଦୁଷ୍କର୍ମ ମାମଲା । ଘଟଣାର ତଦନ୍ତ ଶେଷ କରିଛି ତିନି ଜଣିଆ ଉଚ୍ଚସ୍ତରୀୟ କମିଟି । ଡିଏମଇଟି ସନ୍ତୋଷ ମିଶ୍ର ଅଧ୍ୟକ୍ଷତାରେ ଗଠନ ହୋଇଥିବା କମିଟି ଏହି ଘଟଣାର ତଦନ୍ତ ଶେଷ କରିଛନ୍ତି ।  ଆଜି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ ଏହି କମିଟି । ଏହାପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ସଂପର୍କରେ ନିଷ୍ପତି ନିଆଯିବ ବୋଲି ସୂଚନା ମିଳିଛି । କଟକ ମେଡିକାଲରେ ଦୁଇ ମହିଳା ରୋଗୀଙ୍କୁ ଇସିଜି ପରୀକ୍ଷା ବାହାନାରେ ଦୁଷ୍କର୍ମ କରିଥିଲେ କାର୍ଡିଓଲୋଜି ବିଭାଗର ଡାକ୍ତର ଠାକୁର ଦିଲବାଗ ସିଂହ । ଏହି ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି । ଏହି ତଦନ୍ତ ଶେଷ ହୋଇଥିବା ବେଳେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ତା ଉପରେ ସାରା ରାଜ୍ୟର ନଜର ରହିଛି ।

The post କଟକ ଏସସିସିରେ ଦୁଇ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ମାମଲା । ତଦନ୍ତ ଶେଷ କଲେ ତିନି ଜଣିଆ ଉଚ୍ଚସ୍ତରୀୟ କମିଟି first appeared on Kanak News.