କଟକ ଫାୟାର ଟ୍ରାଜେଡି: ଶିଶୁ ଭବନ, SCBରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା
କଟକ୧୪/୭: କଟକ ଫାୟାର ଟ୍ରାଜେଡି । ଶିଶୁ ଭବନରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ତ୍ରିଶା ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁ ସେଠାରୁ ସ୍ଥାନାନ୍ତରିତ ହୋଇ ଶିଶୁ ଭବନରେ ଚିକିତ୍ସାଧୀନ ଥିବା ନବଜାତକଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ତଦାରଖ ପରେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଘଟଣାର ଅନୁସନ୍ଧାନ ପାଇଁ ଗଠିତ ହୋଇଛି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ର ସୁପାରିଶ ଅନୁସାରେ ହେବ କାର୍ଯ୍ୟାନୁଷ୍ଠାନ । ଏଥିସହ ସବୁ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଶିଶୁଭବନରୁ ଆସି SCBରେ ପହଞ୍ଚିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ । ତ୍ରିଶା ହସ୍ପିଟାଲରୁ ସ୍ଥାନାନ୍ତର ହୋଇ ଏଠାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଭେଟି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଏବେ ଶିଶୁ ଭଵନରେ ୧୭ ନବଜାତକ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଜଣେ ଶିଶୁର ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ କୌଣସି ଶିଶୁ ଅଗ୍ନିକାଣ୍ଡ ଯୋଗୁଁ ଗୁରୁତର ହୋଇନଥିବା ସ୍ପଷ୍ଟ କରିଛନ୍ତି ଶିଶୁ ଭଵନ ସୁପରିଣ୍ଟେଣ୍ଡେଣ୍ଟ
କଟକ୧୪/୭: କଟକ ଫାୟାର ଟ୍ରାଜେଡି । ଶିଶୁ ଭବନରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ତ୍ରିଶା ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁ ସେଠାରୁ ସ୍ଥାନାନ୍ତରିତ ହୋଇ ଶିଶୁ ଭବନରେ ଚିକିତ୍ସାଧୀନ ଥିବା ନବଜାତକଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ତଦାରଖ ପରେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଘଟଣାର ଅନୁସନ୍ଧାନ ପାଇଁ ଗଠିତ ହୋଇଛି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ର ସୁପାରିଶ ଅନୁସାରେ ହେବ କାର୍ଯ୍ୟାନୁଷ୍ଠାନ । ଏଥିସହ ସବୁ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଶିଶୁଭବନରୁ ଆସି SCBରେ ପହଞ୍ଚିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ । ତ୍ରିଶା ହସ୍ପିଟାଲରୁ ସ୍ଥାନାନ୍ତର ହୋଇ ଏଠାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଭେଟି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ।
ଏବେ ଶିଶୁ ଭଵନରେ ୧୭ ନବଜାତକ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଜଣେ ଶିଶୁର ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ କୌଣସି ଶିଶୁ ଅଗ୍ନିକାଣ୍ଡ ଯୋଗୁଁ ଗୁରୁତର ହୋଇନଥିବା ସ୍ପଷ୍ଟ କରିଛନ୍ତି ଶିଶୁ ଭଵନ ସୁପରିଣ୍ଟେଣ୍ଡେଣ୍ଟ