କଟକ: ବୋଲେରୋର ସିରିଜ୍ ଦୁର୍ଘଟଣା; ୨ ଗୁରୁତର

ତିନି ଜଣ ନିଶାସକ୍ତ ଯୁବକଙ୍କୁ କାବୁ କରି ପୁଲିସ୍ ଜିମାରେ ଦେଇଛନ୍ତି ସ୍ଥାନୀୟ ଲୋକେ।

କଟକ: ବୋଲେରୋର ସିରିଜ୍ ଦୁର୍ଘଟଣା; ୨ ଗୁରୁତର

କଟକ ଜିଲ୍ଲା ବାରଙ୍ଗ ଥାନା ଗୋଡିସାହି ଗାଁରେ ନିଶାସକ୍ତ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ। ନିଶାସକ୍ତ ଅବସ୍ଥାରେ ବୋଲେରୋ ଗାଡି ଚଲାଇ କରିଛନ୍ତି ସିରିଜ ଧକ୍କା। ଗଣେଶ ଭଷାଣୀ ଦେଖିବାକୁ ଆସୁଥିବା ଜଣେ ମହିଳା ଓ ଜଣେ ନାବାଳିକାଙ୍କ ଉପରେ ଗାଡି ଚଢାଇ ଦେଇଛନ୍ତି। ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣା ଘଟାଇଥିବା ବୋଲେରୋଟି ଏକ ଖାଲରେ ପଡ଼ିଯାଇଛି। ସେଥିରେ ବସିଥିବା ଦୁଇ ଜଣ ଯାତ୍ରୀ ଫେରାର ହୋଇଯାଇଥିବା ବେଳେ ଆଉ ତିନି ଜଣ ନିଶାସକ୍ତ ଯୁବକଙ୍କୁ କାବୁ କରି ପୁଲିସ୍ ଜିମାରେ ଦେଇଛନ୍ତି ସ୍ଥାନୀୟ ଲୋକେ। ଦୁଇଟି ବାଇକକୁ ମଧ୍ୟ ଧକ୍କା ଦେଇଛି ଏହି ବୋଲେରୋ। ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି।