କଟକ ଲିଙ୍କ୍ ରୋଡରେ ଜଳିଗଲା ‘ମୋ ବସ୍’, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
କଟକ: କଟକ ମଧୁପାଟଣା ଛକରେ ଜଳିଗଲା ମୋ ବସ୍। ରାତି ପ୍ରାୟ ୮ ଟା ସମୟରେ ରାସ୍ତାରେ ଠିଆ ହୋଇଥିବା ବେଳେ ହଠାତ୍ ‘ମୋ ବସ୍’ରେ ନିଆଁ ଲାଗିଯାଇଥିଲା। ହେଲେ ସୌଭାଗ୍ୟବସତଃ ଏଥିରେ କେହି ମୃତାହତ ହୋଇନାହାଁନ୍ତି। ଅବଶ୍ୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ କଟକ ଆସୁଥିବା ‘ମୋ ବସ୍’ (OD 33 U 7111)ରେ ନିଆଁ ଲାଗିଥିଲା। ଅବଶ୍ୟ ଏହି ସମୟରେ ବସ୍ଟି ଠିଆ ହୋଇଥିଲା। ନିଆଁ ଲାଗିବା ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଖବର ପାଇ ଚାଉଳିଆଗଞ୍ଜ ଷ୍ଟେସନର ଦୁଇଟି ଗାଡ଼ି ଘଟଣା ସ୍ଥଳରେ ପହଞ୍ଚିଥିଲା। ଫାୟାର ଫାଇଟରମାନେ ଦୀର୍ଘ ସମୟର ପ୍ରଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ କାହିଁକି ନିଆଁ ଲାଗିଥିଲା ତାହାର କାରଣ ଅସ୍ପଷ୍ଟ ଥିବାବେଳେ ବସରେ କୌଣସି ଯାତ୍ରୀ ନଥିବା କଥା କହିଛନ୍ତି ଫାୟାର ଅଫିସର୍।
କଟକ: କଟକ ମଧୁପାଟଣା ଛକରେ ଜଳିଗଲା ମୋ ବସ୍। ରାତି ପ୍ରାୟ ୮ ଟା ସମୟରେ ରାସ୍ତାରେ ଠିଆ ହୋଇଥିବା ବେଳେ ହଠାତ୍ ‘ମୋ ବସ୍’ରେ ନିଆଁ ଲାଗିଯାଇଥିଲା। ହେଲେ ସୌଭାଗ୍ୟବସତଃ ଏଥିରେ କେହି ମୃତାହତ ହୋଇନାହାଁନ୍ତି। ଅବଶ୍ୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ କଟକ ଆସୁଥିବା ‘ମୋ ବସ୍’ (OD 33 U 7111)ରେ ନିଆଁ ଲାଗିଥିଲା। ଅବଶ୍ୟ ଏହି ସମୟରେ ବସ୍ଟି ଠିଆ ହୋଇଥିଲା। ନିଆଁ ଲାଗିବା ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଖବର ପାଇ ଚାଉଳିଆଗଞ୍ଜ ଷ୍ଟେସନର ଦୁଇଟି ଗାଡ଼ି ଘଟଣା ସ୍ଥଳରେ ପହଞ୍ଚିଥିଲା। ଫାୟାର ଫାଇଟରମାନେ ଦୀର୍ଘ ସମୟର ପ୍ରଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ କାହିଁକି ନିଆଁ ଲାଗିଥିଲା ତାହାର କାରଣ ଅସ୍ପଷ୍ଟ ଥିବାବେଳେ ବସରେ କୌଣସି ଯାତ୍ରୀ ନଥିବା କଥା କହିଛନ୍ତି ଫାୟାର ଅଫିସର୍।