ପୁଣି ଥରେ ସଡ଼କକୁ ଓହ୍ଲାଇବେ ଚାଷୀ, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ ୧୧।୭: ସଂଯୁକ୍ତ କୃଷକ ମୋର୍ଚ୍ଚା (ଏସକେଏମ) ପୁଣି ଥରେ କେନ୍ଦ୍ର ସରକାରଙ୍କ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଘୋଷଣା କରିଛି। ଚାଷୀଙ୍କୁ ଋଣ କ୍ଷମା, ଏମଏସପିର ଆଇନଗତ ଗ୍ୟାରେଣ୍ଟି, ଫସଲ ବୀମା, ଚାଷୀ ଓ କୃଷି ଶ୍ରମିକଙ୍କ ପେନସନ, ବିଦ୍ୟୁତ ଘରୋଇକରଣ ପ୍ରତ୍ୟାହାର ଆଦି ଦାବି ନେଇ ଏସକେଏମ ପୁଣି ଥରେ ଆନ୍ଦୋଳନ ଆରମ୍ଭ କରିବ ବୋଲି କହିଛି। ଏସକେଏମ କହିଛି ଯେ କୃଷି ଲାଗି ଅଲଗା ବଜେଟ, କେନ୍ଦ୍ର ସରକାରରୁ ସମବାୟ ବିଭାଗ ହଟାଇବା ଓ କୃଷି ଇନପୁଟ ଉପରେ ଜିଏସଟି ନ ଲଗାଇବାକୁ ଦାବି କରିଛି। ଏ ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କୃଷକ ନେତା ହନ୍ନାମ ମୌଲ୍ଲାହ କହିଛନ୍ତି ଯେ ୩ ବର୍ଷ ହୋଇଗଲାଣି ସରକାର ଆମ କଥା ଶୁଣୁ ନାହାନ୍ତି କି ଆମକୁ କୌଣସି ବୈଠକକୁ ଡାକୁନାହାନ୍ତି। ଏମଏସପିକୁ ଆଇନତଃ ଗ୍ୟାରେଣ୍ଟି ଏବେବି ମିଳିନି। ଏଥି ପାଇଁ ଆମେ ଏବେ ଆନ୍ଦୋଳନ କରିବାକୁ ଯାଉଛୁ। ଗତ ଥର ଆମେ ଦିଲ୍ଲୀ ଘେରାଉ କରିଥିଲୁ ହେଲେ ଏଥର ଆମେ ସାରା ଦେଶରେ ଆନ୍ଦୋଳନ କରିବୁ ବୋଲି ସେ ସତର୍କ କରିଛନ୍ତି। ଏସକେଏମ ଅଗଷ୍ଟ ୯ ତାରିଖରେ ଅଖିଳ ଭାରତୀୟ ଆନ୍ଦୋଳନ ଆହ୍ୱାନ ଦେଇଛି ଓ କହିଛି ଯେ ବିଜେପିର ମୁଖା ଖୋଲ, ବିରୋଧ କର ଓ ଦଣ୍ଡିତ କର। ହନ୍ନନ ମୁଲ୍ଲାହ କହିଛନ୍ତି ଯେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ମହାରାଷ୍ଟ୍ରର ୩୮ ଗ୍ରାମୀଣ ଲୋକସଭା ଆସନରେ ବିଜେପି ପରାଜିତ ହୋଇଛି। ଏଥିରେ ୟୁପିର ଲକ୍ଷ୍ମୀପୁର ଖୀରିରେ ତ

ପୁଣି ଥରେ ସଡ଼କକୁ ଓହ୍ଲାଇବେ ଚାଷୀ, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ ୧୧।୭: ସଂଯୁକ୍ତ କୃଷକ ମୋର୍ଚ୍ଚା (ଏସକେଏମ) ପୁଣି ଥରେ କେନ୍ଦ୍ର ସରକାରଙ୍କ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଘୋଷଣା କରିଛି। ଚାଷୀଙ୍କୁ ଋଣ କ୍ଷମା, ଏମଏସପିର ଆଇନଗତ ଗ୍ୟାରେଣ୍ଟି, ଫସଲ ବୀମା, ଚାଷୀ ଓ କୃଷି ଶ୍ରମିକଙ୍କ ପେନସନ, ବିଦ୍ୟୁତ ଘରୋଇକରଣ ପ୍ରତ୍ୟାହାର ଆଦି ଦାବି ନେଇ ଏସକେଏମ ପୁଣି ଥରେ ଆନ୍ଦୋଳନ ଆରମ୍ଭ କରିବ ବୋଲି କହିଛି। ଏସକେଏମ କହିଛି ଯେ କୃଷି ଲାଗି ଅଲଗା ବଜେଟ, କେନ୍ଦ୍ର ସରକାରରୁ ସମବାୟ ବିଭାଗ ହଟାଇବା ଓ କୃଷି ଇନପୁଟ ଉପରେ ଜିଏସଟି ନ ଲଗାଇବାକୁ ଦାବି କରିଛି। 

ଏ ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କୃଷକ ନେତା ହନ୍ନାମ ମୌଲ୍ଲାହ କହିଛନ୍ତି ଯେ ୩ ବର୍ଷ ହୋଇଗଲାଣି ସରକାର ଆମ କଥା ଶୁଣୁ ନାହାନ୍ତି କି ଆମକୁ କୌଣସି ବୈଠକକୁ ଡାକୁନାହାନ୍ତି। ଏମଏସପିକୁ ଆଇନତଃ ଗ୍ୟାରେଣ୍ଟି ଏବେବି ମିଳିନି। ଏଥି ପାଇଁ ଆମେ ଏବେ ଆନ୍ଦୋଳନ କରିବାକୁ ଯାଉଛୁ। ଗତ ଥର ଆମେ ଦିଲ୍ଲୀ ଘେରାଉ କରିଥିଲୁ ହେଲେ ଏଥର ଆମେ ସାରା ଦେଶରେ ଆନ୍ଦୋଳନ କରିବୁ ବୋଲି ସେ ସତର୍କ କରିଛନ୍ତି। 

ଏସକେଏମ ଅଗଷ୍ଟ ୯ ତାରିଖରେ ଅଖିଳ ଭାରତୀୟ ଆନ୍ଦୋଳନ ଆହ୍ୱାନ ଦେଇଛି ଓ କହିଛି ଯେ ବିଜେପିର ମୁଖା ଖୋଲ, ବିରୋଧ କର ଓ ଦଣ୍ଡିତ କର। ହନ୍ନନ ମୁଲ୍ଲାହ କହିଛନ୍ତି ଯେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ମହାରାଷ୍ଟ୍ରର ୩୮ ଗ୍ରାମୀଣ ଲୋକସଭା ଆସନରେ ବିଜେପି ପରାଜିତ ହୋଇଛି। ଏଥିରେ ୟୁପିର ଲକ୍ଷ୍ମୀପୁର ଖୀରିରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଟେନି ଓ ଝାଡଖଣ୍ଡ ଖୁଣ୍ଟିରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା (ପୂର୍ବତନ କୃଷିମନ୍ତ୍ରୀ)ଙ୍କ ପରାଜୟ କୃଷକ ସଂଘର୍ଷ ପ୍ରଭାବକୁ ଦର୍ଶାଉଛି ବୋଲି କହିଛନ୍ତି। ଗତ ନିର୍ବାଚନରେ ବିଜେପି ୧୫୯ ଗ୍ରାମୀଣ ବହୁଳ ନିର୍ବାଚନ କ୍ଷେତ୍ରରେ ହାରିଛି।