କଟକ ସହରର ୧୯ଟି ରୁଟକୁ ‘NO PARKING ZONE’ ଘୋଷଣା

କଟକ: କଟକ ସହରରୁ ଦୂର ହେବ ଟ୍ରାଫିକ ସମସ୍ୟା । ଆକ୍ସନ ମୋଡରେ କମିଶନରେଟ ପୋଲିସ । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା କରାଯାଇଛି । ସହରାଞ୍ଚଳ ଆଇନ ୨୦୦୩ ର ଧାରା ୨୮ ଅନୁଯାୟୀ ଏହା ଘୋଷଣା କରାଯାଇଛି । ତେବେ ନୋ ପାର୍କିଂ ଜୋନରେ ପାର୍କିଂ କରିଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ନିୟମ ଖିଲାପକାରୀଙ୍କ ଠାରୁ ଫାଇନ୍ ଆଦାୟ କରାଯାଉଛି […] The post କଟକ ସହରର ୧୯ଟି ରୁଟକୁ ‘NO PARKING ZONE’ ଘୋଷଣା appeared first on KNews Odisha.

କଟକ ସହରର ୧୯ଟି ରୁଟକୁ ‘NO PARKING ZONE’ ଘୋଷଣା
no-paakrkng-zones-in-cuttack-city

କଟକ: କଟକ ସହରରୁ ଦୂର ହେବ ଟ୍ରାଫିକ ସମସ୍ୟା । ଆକ୍ସନ ମୋଡରେ କମିଶନରେଟ ପୋଲିସ । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା କରାଯାଇଛି । ସହରାଞ୍ଚଳ ଆଇନ ୨୦୦୩ ର ଧାରା ୨୮ ଅନୁଯାୟୀ ଏହା ଘୋଷଣା କରାଯାଇଛି । ତେବେ ନୋ ପାର୍କିଂ ଜୋନରେ ପାର୍କିଂ କରିଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ନିୟମ ଖିଲାପକାରୀଙ୍କ ଠାରୁ ଫାଇନ୍ ଆଦାୟ କରାଯାଉଛି । ନୋ ପାର୍କିଂ ଜୋନରେ ଥିବା ଗାଡ଼ି ଗୁଡିକୁ ଟ୍ରାଫିକ ଥାନାକୁ ନିଆଯାଇଛି । ସହରର ପ୍ରମୁଖ ୧୯ଟି ରୁଟ ବା ରାସ୍ତାକୁ ‘ନୋ ପାର୍କି ଜୋନ’ ଘୋଷଣା କରିଛି କମିଶନରେଟ ପୋଲିସ ।

ନିର୍ଦ୍ଦେଶନାମାର ୧୨ଘଣ୍ଟା ମଧ୍ୟରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ପ୍ରଥମ ଥର ନିୟମ ଉଲ୍ଲଂଘନ କଲେ ୫୦୦ଟଙ୍କା ଓ ଦ୍ଵିତୀୟ ଥର ଖିଲାପ କଲେ ୧୫ ଶହ ଟଙ୍କା ଫାଇନ ଆଦାୟ ହେବ । ସେପଟେ ସହରରେ ପାର୍କିଂ ପାଇଁ ବିକଳ୍ପ ବ୍ୟବସ୍ଥା ନକରି ପ୍ରଶାସନ ପକ୍ଷରୁ ନିଆଯାଉଥିବା ଏହି ପଦକ୍ଷେପକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସହରବାସୀ । କଟକ ସହରର ଅଧିକାଂଶ ରାସ୍ତାଘାଟ ସଂକୀର୍ଣ୍ଣ । ରାସ୍ତା କଡ଼ରେ ବେଆଇନ ପାର୍କିଂ ହେବା ଯୋଗୁଁ ରାସ୍ତାରେ ଯାନବାହାନ ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି । ଫଳସ୍ୱରୂପ ଅନେକ ସମୟରେ ଟ୍ରାଫିକ ଜାମ ଭଳି ସ୍ଥିତି ଉପୁଜୁଛି । ପର୍ବପର୍ବାଣୀ ସମୟରେ ସ୍ଥିତି ଅସମ୍ଭାଳ ହେଉଛି ।

ଏହାକୁ ନେଇ ରୁଜୁ ହୋଇଥିବା ମାମଲାର ଶୁଣାଣି କରି ହାଇକୋର୍ଟ ପୋଲିସ ଉପରେ ବିରକ୍ତି ପ୍ରକାଶ କରିବା ସହ ରାସ୍ତାରୁ ବେଆଇନ ପାର୍କିଂ ହଟାଇବା ପାଇଁ ନିର୍ଦେଶ ଦେଇଛନ୍ତି । କେବଳ ଦିନେ ଅଧେ ନୁହେଁ ବରଂ ସହରର ରାସ୍ତା କଡ଼କୁ ବେଆଇନ ପାର୍କିଂ ମୁକ୍ତ ରଖିବା ପାଇଁ ନିୟମିତ ଭାବେ କାର୍ଯ୍ୟ କରିବା ପାଇଁ ମଧ୍ୟ କୋର୍ଟ ତାଗିଦ କରିଛନ୍ତି । କୋର୍ଟଙ୍କ ନିର୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି କହିଛି ପୋଲିସ । ଗୁରୁବାର ଦିନ ହାଇକୋର୍ଟରେ ଏହି ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ପୂର୍ଵ ନିର୍ଦ୍ଦେଶ ଅନୁଯାଇ କଣ କଣ କାର୍ଯ୍ୟ କରାଯାଇଛି ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ତାହା କୋର୍ଟ ଙ୍କୁ ଅବଗତ କରାଇବା ପାଇଁ ହାଇକୋର୍ଟ ଟ୍ରାଫିକ ଏସିପିଙ୍କୁ ନିର୍ଦେଶ ଦେଇଛନ୍ତି ।

The post କଟକ ସହରର ୧୯ଟି ରୁଟକୁ ‘NO PARKING ZONE’ ଘୋଷଣା appeared first on KNews Odisha.