କଟକର ବିଭିନ୍ନ ହୋଟେଲ୍‌ରେ ଚଢାଉ, ଖାଦ୍ୟର ମାନ ଏବଂ ଲାଇସେନ୍ସ ନେଇ ଚାଲିଛି ଯାଞ୍ଚ

କଟକ ୨୨।୦୧ : ଆକ୍ସନ ମୋଡରେ ସିଏମ୍‌ସି ଫୁଡ୍‌ ସେଫ୍ଟି ଟିମ୍‌ । କଟକ ମଙ୍ଗଳାବାଗ ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲ ଉପରେ ଚାଲିଛି ଚଢାଉ । କଟକ ମହାନଗର ନିଗମର ଫୁଡ୍‌ ସେଫ୍ଟି ଟିମ୍‌ ପକ୍ଷରୁ ଏହି ଚଢାଉ କରାଯାଉଛି । ଫୁଡ୍‌ ସେଫ୍ଟି ଟିମ୍‌ ସହ ପୋଲିସ ସାମିଲ  ଥିବା ଜଣାପଡିଛି । ଖବର ଅନୁଯାୟୀ, ବୁଧବାର ଦିନ ମଧ୍ୟାହ୍ନ ସମୟରେ କଟକ ମହାନଗର ନିଗମର ଫୁଡ୍‌ ସେଫ୍ଟି ଟିମ୍‌ ପକ୍ଷରୁ ମଙ୍ଗଳବାଗର ବିଭିନ୍ନ ହୋଟେଲ୍‌ରେ ଚଢାଉ ହୋଇଥିଲା । ଏହି ଚଢାଉରେ ଖାଦ୍ୟର ମାନ ଓ ଫୁଡ୍‌ ଲାଇସେନ୍ସ ସଂପର୍କରେ ଯାଞ୍ଚ କରାଯାଉଛି । ଗତ କିଛି ଦିନ ହେଲା ଖାଦ୍ୟର ମାନ ଖରାପ ଥିବାର ଅଭିଯୋଗ ଆସୁଥିଲା । ଯାହାପରେ ଆକ୍ସନକୁ ଆସିଥିଲା ଫୁଡ୍‌ ସେଫ୍ଟି ଟିମ୍‌ । ଏହି ଚଢାଉରେ ଯଦି କୌଣସି ହୋଟେଲ୍‌ ନିୟମର ଉଲ୍ଲଂଘନ କରୁଥିବାର ନଜର ଆସନ୍ତି । ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି । ସେହିପରି ନିକଟରେ କଟକରେ ବାଲିଯାତ୍ରା ଚାଲୁଥିବା ସମୟରେ ଫୁଡ୍‌ ସେଫ୍ଟି ଟିମ୍‌ ପକ୍ଷରୁ ବିଭିନ୍ନ ଷ୍ଟଲରେ ଚଢାଉ ହୋଇଥିଲା । ଆଉ ଏହି ଚଢାଉରେ ଖାଦ୍ୟର ମାନ ଖରାପ ଥିବା ଜଣାପଡିଥିଲା । ଯାହାପରେ କାର୍ଯ୍ୟାନୁଷ୍ଠାନ ନେଇ ସମସ୍ତ ଖାଦ୍ୟକୁ ଫିଙ୍ଗିଥିଲା ଫୁଡ୍‌ ସେଫ୍ଟି ଟିମ୍‌ । ଏହାସହିତ ସଂପୃକ୍ତ ଦୋକାନୀଙ୍କ ବିରୋଧରେ ମଧ୍ୟ ଜରିମାନାର ନିର୍ଦ୍ଦେଶ ଦିଆଯାଇଥିଲା । ସୈଫ୍‌ଙ୍କ ଉପରେ ଛୁରାମାଡକୁ ପ୍ରଶ୍ନ ଉଠାଇଲେ

କଟକର ବିଭିନ୍ନ ହୋଟେଲ୍‌ରେ ଚଢାଉ, ଖାଦ୍ୟର ମାନ ଏବଂ ଲାଇସେନ୍ସ ନେଇ ଚାଲିଛି ଯାଞ୍ଚ

କଟକ ୨୨।୦୧ : ଆକ୍ସନ ମୋଡରେ ସିଏମ୍‌ସି ଫୁଡ୍‌ ସେଫ୍ଟି ଟିମ୍‌ । କଟକ ମଙ୍ଗଳାବାଗ ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲ ଉପରେ ଚାଲିଛି ଚଢାଉ । କଟକ ମହାନଗର ନିଗମର ଫୁଡ୍‌ ସେଫ୍ଟି ଟିମ୍‌ ପକ୍ଷରୁ ଏହି ଚଢାଉ କରାଯାଉଛି । ଫୁଡ୍‌ ସେଫ୍ଟି ଟିମ୍‌ ସହ ପୋଲିସ ସାମିଲ  ଥିବା ଜଣାପଡିଛି । 

ଖବର ଅନୁଯାୟୀ, ବୁଧବାର ଦିନ ମଧ୍ୟାହ୍ନ ସମୟରେ କଟକ ମହାନଗର ନିଗମର ଫୁଡ୍‌ ସେଫ୍ଟି ଟିମ୍‌ ପକ୍ଷରୁ ମଙ୍ଗଳବାଗର ବିଭିନ୍ନ ହୋଟେଲ୍‌ରେ ଚଢାଉ ହୋଇଥିଲା । ଏହି ଚଢାଉରେ ଖାଦ୍ୟର ମାନ ଓ ଫୁଡ୍‌ ଲାଇସେନ୍ସ ସଂପର୍କରେ ଯାଞ୍ଚ କରାଯାଉଛି । ଗତ କିଛି ଦିନ ହେଲା ଖାଦ୍ୟର ମାନ ଖରାପ ଥିବାର ଅଭିଯୋଗ ଆସୁଥିଲା । ଯାହାପରେ ଆକ୍ସନକୁ ଆସିଥିଲା ଫୁଡ୍‌ ସେଫ୍ଟି ଟିମ୍‌ । ଏହି ଚଢାଉରେ ଯଦି କୌଣସି ହୋଟେଲ୍‌ ନିୟମର ଉଲ୍ଲଂଘନ କରୁଥିବାର ନଜର ଆସନ୍ତି । ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି । 

ସେହିପରି ନିକଟରେ କଟକରେ ବାଲିଯାତ୍ରା ଚାଲୁଥିବା ସମୟରେ ଫୁଡ୍‌ ସେଫ୍ଟି ଟିମ୍‌ ପକ୍ଷରୁ ବିଭିନ୍ନ ଷ୍ଟଲରେ ଚଢାଉ ହୋଇଥିଲା । ଆଉ ଏହି ଚଢାଉରେ ଖାଦ୍ୟର ମାନ ଖରାପ ଥିବା ଜଣାପଡିଥିଲା । ଯାହାପରେ କାର୍ଯ୍ୟାନୁଷ୍ଠାନ ନେଇ ସମସ୍ତ ଖାଦ୍ୟକୁ ଫିଙ୍ଗିଥିଲା ଫୁଡ୍‌ ସେଫ୍ଟି ଟିମ୍‌ । ଏହାସହିତ ସଂପୃକ୍ତ ଦୋକାନୀଙ୍କ ବିରୋଧରେ ମଧ୍ୟ ଜରିମାନାର ନିର୍ଦ୍ଦେଶ ଦିଆଯାଇଥିଲା । 


ସୈଫ୍‌ଙ୍କ ଉପରେ ଛୁରାମାଡକୁ ପ୍ରଶ୍ନ ଉଠାଇଲେ ଶିବସେନା ନେତା ସଞ୍ଜୟ, କହିଲେ-୫ ଦିନ ଏତେ ଫିଟ୍…