ବଲ୍‌ରେ ଲାଳ ଲଗାଇଲେ ହେବ ଆକ୍ସନ, କ୍ରିକେଟରେ ଅନେକ ନିୟମ ବଦଳାଇଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ନିକଟରେ ଘରୋଇ କ୍ରିକେଟ୍‌ ନିୟମରେ ପରିବର୍ତ୍ତନ  କରିଛି। ଯଦି କୌଣସି ଖେଳାଳି ବଲ୍‌ରେ ଲାଳ ଲଗାଇବେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବ୍ୟାଟରଙ୍କ ପାଇଁ ମଧ୍ୟ ନିୟମରେ ପରିବର୍ତ୍ତନ ହୋଇଛି।  ରିଟାୟର୍ଡ ହେଲେ ଖେଳାଳିଙ୍କୁ ପୁନର୍ବାର ଖେଳିବାକୁ ସୁଯୋଗ ମିଳିବ ନାହିଁ ଏବଂ ବ୍ୟାଟରଙ୍କୁ ଆଉଟ୍ ବିବେଚନା କରାଯିବ। ବିସିସିଆଇ ରଣଜୀ  ଟ୍ରଫି ୨୦୨୪ର ନୂତନ ସିଜିନ ଠିକ୍ ପୂର୍ବରୁ ଏହି ପରିବର୍ତ୍ତନ କରିଛି। କ୍ରିକବଜର ଖବର ଅନୁଯାୟୀ, ବିସିସିଆଇ ଖେଳାଳିଙ୍କ ରିଟାୟର୍ଡ ହଟ୍‌ ହେବା ନେଇ ନିୟମରେ ବଡ଼ ପରିବର୍ତ୍ତନ କରିଛି। ଯଦି କୌଣସି ଖେଳାଳି ଆହତ କାରଣରୁ ପଡ଼ିଆରୁ ବାହାରକୁ ଯାଆନ୍ତି ତେବେ ତାଙ୍କୁ ତୁରନ୍ତ ଆଉଟ୍ ଘୋଷିତ କରାଯିବ। ଅର୍ଥାତ ବ୍ୟାଟର ଆଉ ବ୍ୟାଟିଂ କରିବାକୁ ଆସି ପାରିବେ ନାହିଁ। ବିସିସିଆଇ ଏ ସମ୍ବନ୍ଧରେ ରାଜ୍ୟ ଦଳଗୁଡ଼ିକୁ ପ୍ରେସ୍ ରିଲିଜ୍ ଜରିଆରେ ଜଣାଇ ଦେଇଛି। ଏଥିରେ ପରିବର୍ତ୍ତନ ହୋଇଥିବା ସମସ୍ତ ନିୟମ ବିଷୟରେ ବିସ୍ତାର ଭାବେ ଉଲ୍ଲେଖ ରହିଛି।କୋଭିଡ ୧୯ ମହାମାରୀ ପରେ କ୍ରିକେଟ୍‌ରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। କରୋନା ପରଠୁ ଦଳଗୁଡ଼ିକୁ ବଲରେ ଲାଳ ଲଗାଇବା ଉପରେ ସତର୍କ ରହୁଛନ୍ତି। ତେବେ ବିସିସିଆଇ ଘରୋଇ କ୍ରିକେ୍‌ରେ ଏହାକୁ ନେଇ କଠୋର ନିୟମ କରିଛି। ଯଦି କୌଣସି ଖେଳାଳି ବଲ୍‌ରେ ଲାଳ ଲଗାନ୍ତି ତେବେ ତା

ବଲ୍‌ରେ ଲାଳ ଲଗାଇଲେ ହେବ ଆକ୍ସନ, କ୍ରିକେଟରେ ଅନେକ ନିୟମ ବଦଳାଇଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ନିକଟରେ ଘରୋଇ କ୍ରିକେଟ୍‌ ନିୟମରେ ପରିବର୍ତ୍ତନ  କରିଛି। ଯଦି କୌଣସି ଖେଳାଳି ବଲ୍‌ରେ ଲାଳ ଲଗାଇବେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବ୍ୟାଟରଙ୍କ ପାଇଁ ମଧ୍ୟ ନିୟମରେ ପରିବର୍ତ୍ତନ ହୋଇଛି।  ରିଟାୟର୍ଡ ହେଲେ ଖେଳାଳିଙ୍କୁ ପୁନର୍ବାର ଖେଳିବାକୁ ସୁଯୋଗ ମିଳିବ ନାହିଁ ଏବଂ ବ୍ୟାଟରଙ୍କୁ ଆଉଟ୍ ବିବେଚନା କରାଯିବ। ବିସିସିଆଇ ରଣଜୀ  ଟ୍ରଫି ୨୦୨୪ର ନୂତନ ସିଜିନ ଠିକ୍ ପୂର୍ବରୁ ଏହି ପରିବର୍ତ୍ତନ କରିଛି। 

କ୍ରିକବଜର ଖବର ଅନୁଯାୟୀ, ବିସିସିଆଇ ଖେଳାଳିଙ୍କ ରିଟାୟର୍ଡ ହଟ୍‌ ହେବା ନେଇ ନିୟମରେ ବଡ଼ ପରିବର୍ତ୍ତନ କରିଛି। ଯଦି କୌଣସି ଖେଳାଳି ଆହତ କାରଣରୁ ପଡ଼ିଆରୁ ବାହାରକୁ ଯାଆନ୍ତି ତେବେ ତାଙ୍କୁ ତୁରନ୍ତ ଆଉଟ୍ ଘୋଷିତ କରାଯିବ। ଅର୍ଥାତ ବ୍ୟାଟର ଆଉ ବ୍ୟାଟିଂ କରିବାକୁ ଆସି ପାରିବେ ନାହିଁ। ବିସିସିଆଇ ଏ ସମ୍ବନ୍ଧରେ ରାଜ୍ୟ ଦଳଗୁଡ଼ିକୁ ପ୍ରେସ୍ ରିଲିଜ୍ ଜରିଆରେ ଜଣାଇ ଦେଇଛି। ଏଥିରେ ପରିବର୍ତ୍ତନ ହୋଇଥିବା ସମସ୍ତ ନିୟମ ବିଷୟରେ ବିସ୍ତାର ଭାବେ ଉଲ୍ଲେଖ ରହିଛି।

କୋଭିଡ ୧୯ ମହାମାରୀ ପରେ କ୍ରିକେଟ୍‌ରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। କରୋନା ପରଠୁ ଦଳଗୁଡ଼ିକୁ ବଲରେ ଲାଳ ଲଗାଇବା ଉପରେ ସତର୍କ ରହୁଛନ୍ତି। ତେବେ ବିସିସିଆଇ ଘରୋଇ କ୍ରିକେ୍‌ରେ ଏହାକୁ ନେଇ କଠୋର ନିୟମ କରିଛି। ଯଦି କୌଣସି ଖେଳାଳି ବଲ୍‌ରେ ଲାଳ ଲଗାନ୍ତି ତେବେ ତା ଉପରେ ଜରିମାନା ଲଗାଯିବ। ଏହା ସହିତ ତୁରନ୍ତ ବଲ୍‌କୁ ବଦଳାଇ ଦିଆଯିବ। 

ରନ ରୋକିବା ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ନୂତନ ନିୟମ ଅନୁଯାୟୀ, ଯେବେ ବ୍ୟାଟର ପରସ୍ପରକୁ ଅତିକ୍ରମ କରିବା ପରେ ରନ ନ ନେବାକୁ ନିଷ୍ପତ୍ତି ନିଅନ୍ତି ଏବଂ ସେହି ସମୟରେ ଓଭର ଥ୍ରୋରେ ବାଉଣ୍ଡରୀ ମିଳିଯାଏ, ତେବେ ଏମିତି ସ୍ଥିତିରେ ପୁଣି ଥରେ ରନ ପାଇଁ  ବ୍ୟାଟର ଦୌଡ଼ିଲେ ମଧ୍ୟ ଏହାକୁ କେବଳ ବାଉଣ୍ଡରୀ ଭାବେ ବିବେଚନା କରାଯିବ। ସେହି ଦୃଷ୍ଟିରୁ ବ୍ୟାଟରଙ୍କୁ କେବଳ ୪ ରନ ମିଳିବ। ଏହି ନିୟମ ଆଗାମୀ ରଣଜୀ ସିଜିନରେ ଲାଗୁ ହେବ।