କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା: ଗିରଫ ହେଲେ କିଙ୍ଗପିନ ଦମ୍ପତ୍ତି
କଟକ:କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଦମ୍ପତ୍ତିଙ୍କୁ ଗିରଫ କଲା ମଧୁପାଟଣା ଥାନା ପୋଲିସ। ଦମ୍ପତ୍ତି ଗିରଫ। ଏହି ଘଟଣାରେ କିଙ୍ଗ ପିନ୍ ଏହି ଦୁଇ ଜଣ। କଟକ ସଦର ଥାନା ଅଞ୍ଚଳରୁ ଏମାନଙ୍କୁ ଉଠାଇ ଆଣିଲା ପୋଲିସ। ଦେହ ବ୍ୟବସାୟ ଅଭିଯୋଗ ନେଇ ପୋଲିସର ଖୋଳତାଡ ହୋଇଥିଲା। ପରେ ଏହି ଦମ୍ପତ୍ତିଙ୍କ ସମ୍ପୃକ୍ତି ନେଇ ପୋଲିସ ଏମାନଂକୁ ଗିରଫ କରିଛି। ଆଇଏମ୍ଓ ବା imo ନାମକ ଏକ ଆପ୍ଲିକେସନ୍ ଜରିଆରେ ଏମାନେ ଦେହ ବ୍ୟବସାୟ ଡ଼ିଲ […]

କଟକ:କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଦମ୍ପତ୍ତିଙ୍କୁ ଗିରଫ କଲା ମଧୁପାଟଣା ଥାନା ପୋଲିସ। ଦମ୍ପତ୍ତି ଗିରଫ। ଏହି ଘଟଣାରେ କିଙ୍ଗ ପିନ୍ ଏହି ଦୁଇ ଜଣ। କଟକ ସଦର ଥାନା ଅଞ୍ଚଳରୁ ଏମାନଙ୍କୁ ଉଠାଇ ଆଣିଲା ପୋଲିସ। ଦେହ ବ୍ୟବସାୟ ଅଭିଯୋଗ ନେଇ ପୋଲିସର ଖୋଳତାଡ ହୋଇଥିଲା। ପରେ ଏହି ଦମ୍ପତ୍ତିଙ୍କ ସମ୍ପୃକ୍ତି ନେଇ ପୋଲିସ ଏମାନଂକୁ ଗିରଫ କରିଛି।
ଆଇଏମ୍ଓ ବା imo ନାମକ ଏକ ଆପ୍ଲିକେସନ୍ ଜରିଆରେ ଏମାନେ ଦେହ ବ୍ୟବସାୟ ଡ଼ିଲ କରୁଥିଲେ।ବାଙ୍ଗଲାଦେଶୀ ନାବାଳିକା ରୋଜଗାର କରିବା ଆଶାରେ ସେ ଦେଶ ଛାଡି ଭାରତ ଆସିଥିଲେ। ତେବେ ଫେସବୁକ ମାଧ୍ୟମରେ ଜଣେ ଯୁବକଙ୍କ ସହ ସମ୍ପର୍କ ସ୍ଥାପନ କରି ପ୍ରଥମେ ତାଙ୍କୁ କୋଲକତା ଓ ପରେ ଭୁବନେଶ୍ୱରରେ ରହି ଏକ ମସାଜ ସେଣ୍ଟରରେ କାମ କରିଥିଲେ ବୋଲି ଜଣା ପଡ଼ିଛି। କଟକ ଉପକଣ୍ଠ ଗୋପାଳପୁରଠାରେ କିଛି ଦିନ ରହିଥୁବା ବେଳେ ସେ ଦଲାଲଙ୍କ ସହୟତାରେ ଯୌନ କାରବାରରେ ଲିପ୍ତ ହୋଇ ପଡ଼ିଥିଲେ। ଏଵେ ଏହି ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ଏଥିରେ କିଙ୍ଗପିନ ଦମ୍ପତ୍ତିକୁ ମଧୁପାଟଣା ପୋଲିସ ଗିରଫ କରିଛି।