କଟକରେ ଚାଞ୍ଚଲ୍ୟ: ଅଟୋ ଚାଳକଙ୍କ ତଣ୍ଟି କାଟିଦେଲେ ଦୁଇ ଯୁବକ
କଟକ,୫ା୧୦(କାର୍ତ୍ତିକ ସାହୁ): କଟକ ମଧୁପାଟଣା ଥାନା ଲିଙ୍କରୋଡ୍ ଅଞ୍ଚଳରେ ଜଣେ ଅଟୋ ଚାଳକଙ୍କ ତଣ୍ଟି କାଟିଦେଇ ଦୁଇ ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଅଟୋ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୋଲିସ ଏସ୍ସିବି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ଆହତ ଅଟୋ ଚାଳକ ଜଣକ ୪୨ ମୌଜା ଆବୁ ରସିର ଖାନ୍ ବୋଲି ଜଣାଯାଇଛି। ମଳିଥିବା ସୂଚନା, ମୁତାବକ, ରବିବାର ଅପରାହ୍ନରେ ପ୍ରବଳ ବର୍ଷା ହେଉଥିବା ବେଳେ ଅଟୋ ଚାଳକ ଜଣକ ଲିଙ୍କ ରୋଡ୍ […] The post କଟକରେ ଚାଞ୍ଚଲ୍ୟ: ଅଟୋ ଚାଳକଙ୍କ ତଣ୍ଟି କାଟିଦେଲେ ଦୁଇ ଯୁବକ appeared first on Dharitri Odia News.
କଟକ,୫ା୧୦(କାର୍ତ୍ତିକ ସାହୁ): କଟକ ମଧୁପାଟଣା ଥାନା ଲିଙ୍କରୋଡ୍ ଅଞ୍ଚଳରେ ଜଣେ ଅଟୋ ଚାଳକଙ୍କ ତଣ୍ଟି କାଟିଦେଇ ଦୁଇ ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଅଟୋ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୋଲିସ ଏସ୍ସିବି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ଆହତ ଅଟୋ ଚାଳକ ଜଣକ ୪୨ ମୌଜା ଆବୁ ରସିର ଖାନ୍ ବୋଲି ଜଣାଯାଇଛି।
ମଳିଥିବା ସୂଚନା, ମୁତାବକ, ରବିବାର ଅପରାହ୍ନରେ ପ୍ରବଳ ବର୍ଷା ହେଉଥିବା ବେଳେ ଅଟୋ ଚାଳକ ଜଣକ ଲିଙ୍କ ରୋଡ୍ ଓଭରବ୍ରିଜ ତଳେ ଅଟକି ରହିଥିଲେ। ସେହି ସମୟରେ ଦୁଇ ଜଣ ଯୁବକ ବାଇକରେ ଆସି ସେଠାରେ ଅଟକିଲେ। ଯୁବକଦ୍ୱୟ ଅଟୋ ଚାଳକଙ୍କୁ ଆଗକୁ ଯାଅ ବୋଲି କହିଥିଲେ। ଯୁବକଙ୍କ ଏପରି କଥାରେ ଅଟୋ ଚାଳକ ଆଗକୁ ଯିବାକୁ ମନା କରିଥିଲେ। ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହୋଇଥିଲା।
ଯୁବକଦ୍ୱୟ ଅଟୋ ଚାଳକଙ୍କୁ ଠେଲି ଦେବାରୁ ସେ ତଳେ ପଡ଼ିଯାଇଥିଲେ। ପରେ ଅଟୋ ଚାଳକ ତଣ୍ଟି କଟି ଯାଇଥିବା ଜାଣିବାକୁ ପାଇଥିଲେ। ଖବର ପାଇବା ପରେ ପୋଲିସ ପିସିଆର୍ ଭ୍ୟାନ୍ ଘଟଣାସ୍ଥଳରୁ ଅଟୋ ଚାଳକଙ୍କୁ ଉଦ୍ଧାର କରି ଏସ୍ସିବି ମେଡିକାଲ ପଠାଇଛି। ତେବେ ପୋଲିସ ବିଭିନ୍ନ ସିସିଟିଭି କ୍ୟାମେରାକୁ ଯାଞ୍ଚ କରୁଛି। ଯୁବକ ଦ୍ୱୟଙ୍କ କୌଣସି ପତ୍ତା କିମ୍ବା ପରିଚୟ ମିଳିନାହିଁ। ଘଟଣାକୁ ନେଇ ପୋଲିସ ତଦନ୍ତ କରୁଥିବା ଆଇଆଇସି ଚିତ୍ତରଞ୍ଜନ ରାଉତ କହିଛନ୍ତି।
The post କଟକରେ ଚାଞ୍ଚଲ୍ୟ: ଅଟୋ ଚାଳକଙ୍କ ତଣ୍ଟି କାଟିଦେଲେ ଦୁଇ ଯୁବକ appeared first on Dharitri Odia News.