ଭାଇରସ୍‌ ସଂକ୍ରମଣରୁ ବଞ୍ଚାଇବ ଚୁଇଂ ଗମ୍‌: ଜାଣନ୍ତୁ କେମିତି….

କିଛି ଗବେଷଣା କହେ ଚୁଇଂ ଗମ୍‌ ଅଧିକ ଚୋବାଇବା ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ। ହେଲେ ଏବେ ଏମିତି ଚୁଇଂ ଗମ୍‌ ତିଆରି କରାଯାଇଛି, ଯାହାକୁ ଚୋବାଇଲେ କିଛି ଭାଇରସ୍‌ରୁ ମୁକ୍ତି ମିଳିବ। ଆମେରିକା, ପେନ୍‌ସିଲଭାନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞଙ୍କ ଟିମ୍‌ ଏକ ବିଶେଷ ପ୍ରକାରର ଆଣ୍ଟିଭାଇରାଲ ଚୁଇଂ ଗମ୍‌ ତିଆରି କରିଛନ୍ତି, ଯାହାକୁ ଚୋବାଇଲେ ହର୍ପିଜ ଓ ଫ୍ଲୁର ଭାଇରସ୍‌ ଦୂରରେ ରହିବ। ଅର୍ଥାତ୍‌ ଏହାକୁ ଚୋବାଇଲେ ୯୫% ପର୍ଯ୍ୟନ୍ତ ଭାଇରାଲ ସଂକ୍ରମଣର ଆଶଙ୍କା କମିଯିବ। ଇନଫ୍ଲୁଏଞ୍ଜା […] The post ଭାଇରସ୍‌ ସଂକ୍ରମଣରୁ ବଞ୍ଚାଇବ ଚୁଇଂ ଗମ୍‌: ଜାଣନ୍ତୁ କେମିତି…. appeared first on Dharitri Odia News.

ଭାଇରସ୍‌ ସଂକ୍ରମଣରୁ ବଞ୍ଚାଇବ ଚୁଇଂ ଗମ୍‌:  ଜାଣନ୍ତୁ କେମିତି….

କିଛି ଗବେଷଣା କହେ ଚୁଇଂ ଗମ୍‌ ଅଧିକ ଚୋବାଇବା ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ। ହେଲେ ଏବେ ଏମିତି ଚୁଇଂ ଗମ୍‌ ତିଆରି କରାଯାଇଛି, ଯାହାକୁ ଚୋବାଇଲେ କିଛି ଭାଇରସ୍‌ରୁ ମୁକ୍ତି ମିଳିବ। ଆମେରିକା, ପେନ୍‌ସିଲଭାନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞଙ୍କ ଟିମ୍‌ ଏକ ବିଶେଷ ପ୍ରକାରର ଆଣ୍ଟିଭାଇରାଲ ଚୁଇଂ ଗମ୍‌ ତିଆରି କରିଛନ୍ତି, ଯାହାକୁ ଚୋବାଇଲେ ହର୍ପିଜ ଓ ଫ୍ଲୁର ଭାଇରସ୍‌ ଦୂରରେ ରହିବ। ଅର୍ଥାତ୍‌ ଏହାକୁ ଚୋବାଇଲେ ୯୫% ପର୍ଯ୍ୟନ୍ତ ଭାଇରାଲ ସଂକ୍ରମଣର ଆଶଙ୍କା କମିଯିବ। ଇନଫ୍ଲୁଏଞ୍ଜା ଓ ହର୍ପିଜ ଭାଇରସ୍‌ ଯୋଗୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହୋଇଥାନ୍ତି। କିଛି ଗଣନା କହେ, ବିଶ୍ୱ ସ୍ତରରେ ମୌସୁମୀ ଇନ୍‌ଫ୍ଲୁଏଞ୍ଜା ବା ବର୍ଷାଦିନିଆ ଥଣ୍ଡା ଜ୍ୱରରେ ପ୍ରତିବର୍ଷ ପ୍ରାୟ ୧୦ କୋଟି ଲୋକଙ୍କୁ ସଂକ୍ରମିତ ହୋଇଥାନ୍ତି। ଏମିତିକି ଏହା ଯୋଗୁ ପ୍ରାୟ ୬.୫୦ ଲକ୍ଷ ଲୋକ ଶ୍ୱାସ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ୬୫ ବର୍ଷ ବୟସର ଲୋକ ଏହି ଫ୍ଲୁରେ ଗଭୀରଭାବେ ସଂକ୍ରମିତ ହୋଇ ବେଳେବେଳେ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ। ସେହିଭଳି ହର୍ପିଜରେ ମଧ୍ୟ ଲକ୍ଷ ଲକ୍ଷ ଲୋକ ପ୍ରତିବର୍ଷ ସଂକ୍ରମିତ ହୁଅନ୍ତି। ଏବେ କିନ୍ତୁ ଏହିଭଳି ସଂକ୍ରମଣକୁ ନେଇ ବିଶେଷ ଚିନ୍ତା କରିବାର ନାହିଁ। କାରଣ ଆମେରିକା, ପେନ୍‌ସିଲଭାନିଆ ବିଶେଷଜ୍ଞଙ୍କ ଦ୍ୱାରା ତିଆରି ଏହି ଚୁଇଂ ଗମ୍‌ ହର୍ପିଜ ଓ ଫ୍ଲୁ ଭାଇରସ୍‌ର ସଂକ୍ରମଣକୁ କମ୍‌ କରିବ।

The post ଭାଇରସ୍‌ ସଂକ୍ରମଣରୁ ବଞ୍ଚାଇବ ଚୁଇଂ ଗମ୍‌: ଜାଣନ୍ତୁ କେମିତି…. appeared first on Dharitri Odia News.