କଟକରେ ପୁଣି ନକଲି ଘିଅ କାରଖାନା ଠାବ, ମାଲିକ ଅଟକ

କଟକ: ନକଲି ସାମଗ୍ରୀ ପ୍ରସ୍ତୁତିର ଆଡ୍ଡା ସ୍ଥଳ ପାଲଟିଛି କଟକ। ଯେତେ ରେଡ୍ କଲେ ବି ଥମୁନି  କାରବାର। ଏହି କ୍ରମରେ ଗୁରୁବାର ଜଗତପୁରରୁ ପୁଣି ଠାବ ହେଲା ନକଲି ଘିଅ କାରଖାନା। ନିୟୁ ଇଣ୍ଡଷ୍ଟ୍ରିଆଲ୍ ଭିତରୁ ନକଲି ଘିଅ କାରଖାନାକୁ ଠାବ କରିଛି ଜଗତପୁର ଥାନା ପୋଲିସ। ଘିଅ କମ୍ପାନୀ ଚାଲୁଥିବା ମାଲିକକୁ ଅଟକ ରଖିଛି ପଚରା ଉଚୁରା କରାଯାଉଛି। ବାଲଗୋପାଲ ନାମରେ ନକଲି ଘିଅ କାରଖାନା ଚଳାଇଥିଲେ ଅଭିଯୁକ୍ତ। ପୋଲିସ ଏହି କମ୍ପାନୀର ଦୁଇ ଜଣ କର୍ମଚାରୀଙ୍କୁ ଅଟକ ରଖି ଥିବା ବେଳେ  ମାଲିକ ଫେରାର ହୋଇ ଯାଇଛି । ଏହି ରେଡ୍ ସମୟରେ କମ୍ପାନୀରୁ ବିପୁଳ ପରିମାଣର ନକଲି ଘିଅ ସହିତ ଘିଅ ପ୍ରସ୍ତୁତିରେ ବ୍ୟବହାର କରାଯାଉଥିବା କଞ୍ଚା ମାଲ ଜବତ ହୋଇଛି। ପ୍ରାୟ ୧ ବର୍ଷ ଧରି ଏହି କମ୍ପାନି ଏଠାରେ ପ୍ରସ୍ତୁତ ହେଉ ଥିବା ନକଲି ଘିଅକୁ ରାଜ୍ୟର ବିଭନ୍ନ ବଜାରକୁ ଛାଡ଼ୁଥିଲା। ପୋଲିସ ଏହି କମ୍ପାନୀକୁ ସିଲ କରିବା ସହ ଜବତ ହୋଇ ଥିବା ନକଲି ଘିଅର ନମୂନାକୁ ଯାଞ୍ଚ ପାଇଁ ପଠାଇଛି। ଏହି ଚଢଉରେ ସିଏମସିର ସ୍ୱାସ୍ଥ୍ୟ ଅଧିକାରୀ ସାମିଲ ଥିଲେ।ଯେତେ ଚଢଉ ହେଲେ ବି କଟକ ଅଞ୍ଚଳରୁ ନକଲି ସାମଗ୍ରୀ ପ୍ରସ୍ତୁତି ବନ୍ଦ ହେଉନି। 

କଟକରେ ପୁଣି ନକଲି ଘିଅ କାରଖାନା ଠାବ, ମାଲିକ ଅଟକ

କଟକ: ନକଲି ସାମଗ୍ରୀ ପ୍ରସ୍ତୁତିର ଆଡ୍ଡା ସ୍ଥଳ ପାଲଟିଛି କଟକ। ଯେତେ ରେଡ୍ କଲେ ବି ଥମୁନି  କାରବାର। ଏହି କ୍ରମରେ ଗୁରୁବାର ଜଗତପୁରରୁ ପୁଣି ଠାବ ହେଲା ନକଲି ଘିଅ କାରଖାନା। ନିୟୁ ଇଣ୍ଡଷ୍ଟ୍ରିଆଲ୍ ଭିତରୁ ନକଲି ଘିଅ କାରଖାନାକୁ ଠାବ କରିଛି ଜଗତପୁର ଥାନା ପୋଲିସ। ଘିଅ କମ୍ପାନୀ ଚାଲୁଥିବା ମାଲିକକୁ ଅଟକ ରଖିଛି ପଚରା ଉଚୁରା କରାଯାଉଛି। ବାଲଗୋପାଲ ନାମରେ ନକଲି ଘିଅ କାରଖାନା ଚଳାଇଥିଲେ ଅଭିଯୁକ୍ତ। 


ପୋଲିସ ଏହି କମ୍ପାନୀର ଦୁଇ ଜଣ କର୍ମଚାରୀଙ୍କୁ ଅଟକ ରଖି ଥିବା ବେଳେ  ମାଲିକ ଫେରାର ହୋଇ ଯାଇଛି । ଏହି ରେଡ୍ ସମୟରେ କମ୍ପାନୀରୁ ବିପୁଳ ପରିମାଣର ନକଲି ଘିଅ ସହିତ ଘିଅ ପ୍ରସ୍ତୁତିରେ ବ୍ୟବହାର କରାଯାଉଥିବା କଞ୍ଚା ମାଲ ଜବତ ହୋଇଛି। ପ୍ରାୟ ୧ ବର୍ଷ ଧରି ଏହି କମ୍ପାନି ଏଠାରେ ପ୍ରସ୍ତୁତ ହେଉ ଥିବା ନକଲି ଘିଅକୁ ରାଜ୍ୟର ବିଭନ୍ନ ବଜାରକୁ ଛାଡ଼ୁଥିଲା। ପୋଲିସ ଏହି କମ୍ପାନୀକୁ ସିଲ କରିବା ସହ ଜବତ ହୋଇ ଥିବା ନକଲି ଘିଅର ନମୂନାକୁ ଯାଞ୍ଚ ପାଇଁ ପଠାଇଛି। ଏହି ଚଢଉରେ ସିଏମସିର ସ୍ୱାସ୍ଥ୍ୟ ଅଧିକାରୀ ସାମିଲ ଥିଲେ।ଯେତେ ଚଢଉ ହେଲେ ବି କଟକ ଅଞ୍ଚଳରୁ ନକଲି ସାମଗ୍ରୀ ପ୍ରସ୍ତୁତି ବନ୍ଦ ହେଉନି।