ଏଇ ସପ୍ତାହରେ ସୁନା ୧,୨୨୧ ଟଙ୍କା ମହଙ୍ଗା, ରୁପା କେତେ ବଢ଼ିଲା ଜାଣନ୍ତୁ

ନୂଆଦିଲ୍ଲୀ: ପ୍ରତି ଦିନ ସୁନା ଓ ରୁପା ମହଙ୍ଗା ହେବାରେ ଲାଗିଛି। କେବେ ୨୦୦ ତ କେବେ ୫୦୦। ସପ୍ତାହରେ ସୁନା କେବେ କେବେ ୧୦୦୦ରୁ ଅଧିକ ମହଙ୍ଗା ହୋଇ ଯାଉଛି। ଚଲିତ ସପ୍ତାହରେ ସୁନା ଏବଂ ରୁପାର ମୂଲ୍ୟ ମଧ୍ୟ ବଢ଼ିଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ଗତ ଶନିବାର ଅର୍ଥାତ୍ ଜାନୁଆରୀ ୧୧ ତାରିଖରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୭୮,୦୧୮ ଟଙ୍କା ଥିଲା, ହେଲେ ଏହି ଶନିବାର (ଜାନୁଆରୀ ୧୮)ରେ ମୂଲ୍ୟ ବଢ଼ି ୭୯,୨୩୯ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ଏହି ସପ୍ତାହରେ ସୁନା ମୂଲ୍ୟ ୧,୨୨୧ ଟଙ୍କା ବୃଦ୍ଧି ପାଇଛି।ଏହି ସପ୍ତାହରେ ରୁପା ୫୫୨ ଟଙ୍କା ମହଙ୍ଗା ହୋଇଛି ଏବଂ ପ୍ରତି କିଲୋଗ୍ରାମ ୯୦,୮୨୦ ଟଙ୍କାରେ ପହଞ୍ଚିଛି। ଗତ ଶନିବାର ଏହା କିଲୋଗ୍ରାମ ପିଛା ୯୦,୨୬୮ ଟଙ୍କା ଥିଲା। ଗତ ବର୍ଷ ଅକ୍ଟୋବର ୩୦ ତାରିଖରେ ସୁନା ପ୍ରତି ୧୦ ଗ୍ରାମ ୭୯,୬୮୧ ଟଙ୍କା ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ରୁପା ମଧ୍ୟ ୨୩ ଅକ୍ଟୋବର ୨୦୨୪ରେ କେଜି ୯୯,୧୫୧ ଟଙ୍କାରେ ପହଞ୍ଚିଥିଲା।୪ ମହାନଗର ଓ ଭୁବନେଶ୍ୱରରେ ସୁନା ମୂଲ୍ୟ• ଦିଲ୍ଲୀ: ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୭୪,୫୦୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୧,୨୬୦ ଟଙ୍କା।• ମୁମ୍ବାଇ: ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୭୪,୩୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୧,୧୧୦ ଟଙ୍କା।• କୋଲକାତା: ୨୨ କ୍ୟ

ଏଇ ସପ୍ତାହରେ ସୁନା ୧,୨୨୧ ଟଙ୍କା ମହଙ୍ଗା, ରୁପା କେତେ ବଢ଼ିଲା ଜାଣନ୍ତୁ

ନୂଆଦିଲ୍ଲୀ: ପ୍ରତି ଦିନ ସୁନା ଓ ରୁପା ମହଙ୍ଗା ହେବାରେ ଲାଗିଛି। କେବେ ୨୦୦ ତ କେବେ ୫୦୦। ସପ୍ତାହରେ ସୁନା କେବେ କେବେ ୧୦୦୦ରୁ ଅଧିକ ମହଙ୍ଗା ହୋଇ ଯାଉଛି। ଚଲିତ ସପ୍ତାହରେ ସୁନା ଏବଂ ରୁପାର ମୂଲ୍ୟ ମଧ୍ୟ ବଢ଼ିଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ଗତ ଶନିବାର ଅର୍ଥାତ୍ ଜାନୁଆରୀ ୧୧ ତାରିଖରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୭୮,୦୧୮ ଟଙ୍କା ଥିଲା, ହେଲେ ଏହି ଶନିବାର (ଜାନୁଆରୀ ୧୮)ରେ ମୂଲ୍ୟ ବଢ଼ି ୭୯,୨୩୯ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ଏହି ସପ୍ତାହରେ ସୁନା ମୂଲ୍ୟ ୧,୨୨୧ ଟଙ୍କା ବୃଦ୍ଧି ପାଇଛି।

ଏହି ସପ୍ତାହରେ ରୁପା ୫୫୨ ଟଙ୍କା ମହଙ୍ଗା ହୋଇଛି ଏବଂ ପ୍ରତି କିଲୋଗ୍ରାମ ୯୦,୮୨୦ ଟଙ୍କାରେ ପହଞ୍ଚିଛି। ଗତ ଶନିବାର ଏହା କିଲୋଗ୍ରାମ ପିଛା ୯୦,୨୬୮ ଟଙ୍କା ଥିଲା। 

ଗତ ବର୍ଷ ଅକ୍ଟୋବର ୩୦ ତାରିଖରେ ସୁନା ପ୍ରତି ୧୦ ଗ୍ରାମ ୭୯,୬୮୧ ଟଙ୍କା ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ରୁପା ମଧ୍ୟ ୨୩ ଅକ୍ଟୋବର ୨୦୨୪ରେ କେଜି ୯୯,୧୫୧ ଟଙ୍କାରେ ପହଞ୍ଚିଥିଲା।

 ମହାନଗର ଓ ଭୁବନେଶ୍ୱରରେ ସୁନା ମୂଲ୍ୟ
• ଦିଲ୍ଲୀ: ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୭୪,୫୦୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୧,୨୬୦ ଟଙ୍କା।

• ମୁମ୍ବାଇ: ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୭୪,୩୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୧,୧୧୦ ଟଙ୍କା।

• କୋଲକାତା: ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୭୪,୩୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୧,୧୧୦ ଟଙ୍କା।

• ଚେନ୍ନାଇ: ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୭୪,୩୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୧,୧୧୦ ଟଙ୍କା।

• ଭୁବନେଶ୍ୱର: ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୭୪୩୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୧,୧୧୦ ଟଙ୍କା