କଟକରେ ବଧୂ ହତ୍ୟା ଅଭିଯୋଗ : କନ୍ୟା ସନ୍ତାନ ହେବା କାରଣରୁ ହତ୍ୟା କରିଥିବା କହିଲେ ବାପଘର ଲୋକ
କଟକ ୧୫।୧୨: କଟକ ଚାଉଳିଆଗଞ୍ଜ ତଳସାହିରେ ବଧୂ ହତ୍ୟା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ମାହାଙ୍ଗାର ଗୈାଡଗପ ଅଞ୍ଚଳର ସୁଭଦ୍ରା ସାହୁ ଚାଉଳିଆଗଞ୍ଜ ଅଞ୍ଚଳରେ ବାହା ହୋଇଥିଲେ। ଶନିବାର ସକାଳ ୯ଟା ସମୟରେ ସୁଭଦ୍ରାଙ୍କ ମୃତ୍ୟୁ ହୋଇଥିବା ଖବର ସାହିର ଲୋକମାନେ ତାଙ୍କ ବାପାଙ୍କ ଘରକୁ ଫୋନ୍ କରିଥିଲେ । ଫୋନ୍ ପାଇ ସୁଭଦ୍ରାଙ୍କ ବାପଘର ଲୋକେ ଚାଉଳିଆଗଞ୍ଜରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଏସ୍ ସି ବି ମେଡିକାଲକୁ ଆଣିଥିଲେ । ସୁଭଦ୍ରାଙ୍କ ବାପଘର ଲୋକଙ୍କ ଅଭିଯୋଗ ଅନୁସାରେ ତାଙ୍କର କନ୍ୟା ସନ୍ତାନ ହେବା କାରଣରୁ ଶାଶୁ ଘର ଲୋକେ ତାଙ୍କୁ ହତ୍ୟା କରିଛନ୍ତି। ସୁଭଦ୍ରାଙ୍କର ଝିଅ ଜନ୍ମ ହେବା ପରଠାରୁ ଶାଶୁ ଘର ଲୋକେ ତାଙ୍କୁ ବରାବର ନିର୍ଯାତନା ଦେଇ ଆସୁଥିଲେ। ଏପରିକି କନ୍ୟା ସନ୍ତାନଟିକୁ ଶାଶୁ ଘର ଲୋକେ ଆଦୌ ଗ୍ରହଣ କରିନଥିଲେ ବୋଲି ସୁଭଦ୍ରାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି। ସୁଭଦ୍ରାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ତାଙ୍କ ଶାଶୁ ଘରୁ ଉଦ୍ଧାର କରାଯାଇଥିଲା। ପୋଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।