ରଜପର୍ବରେ କଟକ ପୋଡପିଠାର ସ୍ଵାଦ ଚାଖିଲେ ଓଡ଼ିଆ, ରାଜ୍ୟ ବାହାରେ ଅନେକ ସ୍ଥାନକୁ ରପ୍ତାନୀ

କଟକ ୧୬।୬: ରଜପର୍ବରେ କଟକର ପୋଡ ପିଠାର ସ୍ଵାଦ ଚାଖିଲେ ଓଡ଼ିଆ । ରଜପର୍ବ ନାମଟି ଆସିବା ମାତ୍ରକେ ଆଖି ଆଗକୁ ଝଲସି ଆସି ପୋଡପିଠା ଆଉ ତାହାର ବାସ୍ନା । କାରଣ ଏହି ପୋଡ ପିଠା କେବଳ ରଜରେ ହିଁ ଅଧିକ କରାଯାଇଥାଏ ଓ ବିଶେଷ କରି ଏହାକୁ ଅଧିକ ପସନ୍ଦ କରନ୍ତି ଖାଇବା ପାଇଁ। ଏହି ରଜ ଅବସରରେ କଟକ ଖାନନଗର ଅଞ୍ଚଳର ନାଥ ସାହୁଙ୍କ ପରିବାର ଲୋକେ ପୋଡ଼ ପିଠା ତିଆରି ପାଇଁ ଚଳଚଞ୍ଚଳ। ପରିବାରର ସଦସ୍ୟ ସଦସ୍ୟାମାନେ ପୋଡ଼ ପିଠା ତିଆରି କରିବା ପାଇଁ ସବୁ ପ୍ରକାରର ପ୍ରସ୍ତୁତି କରିଚାଲିଛନ୍ତି।   ଚାଉଳ ଚୁନାର ଯନ୍ତା ଯାଇ ନିଆଁରେ ବହୁ ସମୟ ଧରି ଘଣ୍ଟା ଯାଇଥାଏ। ଏହି ପିଠାକୁ ହାଣ୍ଡିରେ କିମ୍ବା ହଣ୍ଡାରେ ରଖି ଯନ୍ତିବା ଭାରୀ କଷ୍ଟ ଦାୟକ କାମ ହୋଇଥିଲେ ସୁଦ୍ଧା ଏହାକୁ ପରିବାର ଲୋକେ କରିଚାଲନ୍ତି । ଏହାପରେ ସବୁ ଜନ୍ତା ଯାଇଥିବା ଚାଉଳ ଚୁନା ଗୁଡ଼ିକୁ ପୋଡ଼ିବା ପାଇଁ ଓଭନରେ ଭର୍ତ୍ତି କରାଯାଇଥାଏ। ବର୍ତ୍ତମାନ ନାଥ ସାହୁଙ୍କ ଦୋକାନରୁ ଓଡ଼ିଶାର ୨୦ ରୁ ଉର୍ଦ୍ଧ୍ବ ଜିଲ୍ଲାକୁ ଓ ରାଜ୍ୟ ବାହାରର ଅନେକ ସହରକୁ ରପ୍ତାନି କରାଯାଇଥାଏ । ଅଧକିଲୋ ଠାରୁ ଆରମ୍ଭ କରି ଏକ କିଲୋ ଓ ଅର୍ଡର ଅନୁସାରେ ବଡ଼ ପୋଡ଼ ପିଠା ମଧ୍ୟ ପ୍ରସ୍ତୁତ କରାଯାଏ।ବହୁ ବର୍ଷ ଧରି ଏପରି ତିଆରି କରୁଥିବାବେଳେ ରଜ ଆସିବା ମାତ୍ରକେ ଅର୍ଡର ଆସିଯାଇଥାଏ ପୋଡ ପିଠା ପାଇଁ। ପାଖାପାଖି ୮୦୦ ରୁ ୧୦୦୦ କେଜି ପୋଡ଼ ପିଠା ବ୍ୟବସାୟ କରିଥାନ୍ତି ଏହି ରଜ ସମୟରେ ବୋଲି କହିଛନ୍ତି ପ୍

ରଜପର୍ବରେ କଟକ ପୋଡପିଠାର ସ୍ଵାଦ ଚାଖିଲେ ଓଡ଼ିଆ, ରାଜ୍ୟ ବାହାରେ ଅନେକ ସ୍ଥାନକୁ ରପ୍ତାନୀ

କଟକ ୧୬।୬: ରଜପର୍ବରେ କଟକର ପୋଡ ପିଠାର ସ୍ଵାଦ ଚାଖିଲେ ଓଡ଼ିଆ । ରଜପର୍ବ ନାମଟି ଆସିବା ମାତ୍ରକେ ଆଖି ଆଗକୁ ଝଲସି ଆସି ପୋଡପିଠା ଆଉ ତାହାର ବାସ୍ନା । କାରଣ ଏହି ପୋଡ ପିଠା କେବଳ ରଜରେ ହିଁ ଅଧିକ କରାଯାଇଥାଏ ଓ ବିଶେଷ କରି ଏହାକୁ ଅଧିକ ପସନ୍ଦ କରନ୍ତି ଖାଇବା ପାଇଁ। ଏହି ରଜ ଅବସରରେ କଟକ ଖାନନଗର ଅଞ୍ଚଳର ନାଥ ସାହୁଙ୍କ ପରିବାର ଲୋକେ ପୋଡ଼ ପିଠା ତିଆରି ପାଇଁ ଚଳଚଞ୍ଚଳ। ପରିବାରର ସଦସ୍ୟ ସଦସ୍ୟାମାନେ ପୋଡ଼ ପିଠା ତିଆରି କରିବା ପାଇଁ ସବୁ ପ୍ରକାରର ପ୍ରସ୍ତୁତି କରିଚାଲିଛନ୍ତି।   ଚାଉଳ ଚୁନାର ଯନ୍ତା ଯାଇ ନିଆଁରେ ବହୁ ସମୟ ଧରି ଘଣ୍ଟା ଯାଇଥାଏ। ଏହି ପିଠାକୁ ହାଣ୍ଡିରେ କିମ୍ବା ହଣ୍ଡାରେ ରଖି ଯନ୍ତିବା ଭାରୀ କଷ୍ଟ ଦାୟକ କାମ ହୋଇଥିଲେ ସୁଦ୍ଧା ଏହାକୁ ପରିବାର ଲୋକେ କରିଚାଲନ୍ତି । ଏହାପରେ ସବୁ ଜନ୍ତା ଯାଇଥିବା ଚାଉଳ ଚୁନା ଗୁଡ଼ିକୁ ପୋଡ଼ିବା ପାଇଁ ଓଭନରେ ଭର୍ତ୍ତି କରାଯାଇଥାଏ। ବର୍ତ୍ତମାନ ନାଥ ସାହୁଙ୍କ ଦୋକାନରୁ ଓଡ଼ିଶାର ୨୦ ରୁ ଉର୍ଦ୍ଧ୍ବ ଜିଲ୍ଲାକୁ ଓ ରାଜ୍ୟ ବାହାରର ଅନେକ ସହରକୁ ରପ୍ତାନି କରାଯାଇଥାଏ । ଅଧକିଲୋ ଠାରୁ ଆରମ୍ଭ କରି ଏକ କିଲୋ ଓ ଅର୍ଡର ଅନୁସାରେ ବଡ଼ ପୋଡ଼ ପିଠା ମଧ୍ୟ ପ୍ରସ୍ତୁତ କରାଯାଏ।ବହୁ ବର୍ଷ ଧରି ଏପରି ତିଆରି କରୁଥିବାବେଳେ ରଜ ଆସିବା ମାତ୍ରକେ ଅର୍ଡର ଆସିଯାଇଥାଏ ପୋଡ ପିଠା ପାଇଁ। ପାଖାପାଖି ୮୦୦ ରୁ ୧୦୦୦ କେଜି ପୋଡ଼ ପିଠା ବ୍ୟବସାୟ କରିଥାନ୍ତି ଏହି ରଜ ସମୟରେ ବୋଲି କହିଛନ୍ତି ପ୍ରତାପ କୁମାର ସାହୁ। 

ଅବଶ୍ୟ ଅଧିକ ପରିମାଣର ପୋଡ଼ ପିଠାର ପ୍ରସ୍ତୁତି କରାଯାଉଥିବା ଯୋଗୁ ଆଉ ପୂର୍ବ ଭଳି କାଠଚୁଲିରେ ପିଠା ତିଆରି କରାଯାଉନାହିଁ। ଏଥିପାଇଁ ଦୁଇ ପ୍ରକାରର ଓଭନ ବ୍ୟବହାର କରାଯାଉଛି। ଗୋଟିଏ ଗ୍ୟାସ୍ ରେ ପରିଚାଳିତ ହେଉଥିବା ବେଳେ ଅନ୍ୟଟି ଇଲେକ୍ଟ୍ରି ରେ ଚାଲୁଛି। ପ୍ରତିଥର ପାଖାପାଖି ୨୦ କେଜି ପୋଡପିଠା ତିଆରି ହେଉଥିବା ବେଳେ ଦୈନିକ ୬ ରୁ ୭ ଟି ବ୍ୟଚ୍ କରାଯାଏ ବୋଲି କହିଛନ୍ତି କାରିଗର । ସେହିଭଳି ବର୍ଷ ବର୍ଷ ଧରି ନାଥ ସାହୁଙ୍କ ଦୋକାନରୁ ପୋଡ଼ ପିଠା ଖାଉଥିବା କଥା କହିଛନ୍ତି ଗ୍ରାହକ। 

ଆଜିର ଆଧୁନିକ ଯୁଗର ମଣିଷ ପିଜା ବର୍ଗର ଓ ବିଦେଶୀ ଖାଦ୍ୟ ଉପରେ ଅଧିକ ଚାହିଦା ବଢୁଥିବା ବେଳେ ସଂପୂର୍ଣ୍ଣ ଓଡ଼ିଆ ଖାଦ୍ୟ ପୋଡ଼ ପିଠା ଖାଇବା ସହ ପ୍ରଚାର ପ୍ରସାର ଉପରେ ପ୍ରତ୍ୟେକ ଓଡ଼ିଆ ମାନେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

You Can Read :

ପିତୃ ଦିବସରେ ବାପାଙ୍କୁ ମନେ ପକାଇଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ‘ବାପା ଯେଉଁଠାରେ ଥିବେ ନିଶ୍ଚିତ ଆଜି ଖୁସି ହେଉଥିବେ’