କଟକରେ ଭାଙ୍ଗିଲା ତୋରଣ: ଚାପି ହୋଇଗଲା କାର୍, ବାଇକ୍
କଟକ,୧୮।୧୦(ଶିଳ୍ପା ପ୍ରିୟଦର୍ଶିନୀ): କଟକ ନେତାଜୀ ବସ୍ ଟର୍ମିନାଲ ନିକଟରେ ଏକ ଅଘଟଣ ଘଟିଛି। ଖପୁରିଆ ଖାନନଗର ଶିଳ୍ପାଞ୍ଚଳ ପୂଜା କମିଟି ପକ୍ଷରୁ ନିର୍ମାଣ ହୋଇଥିବା ଲାଇଟ ଗେଟ୍ ତୋରଣ ଶୁକ୍ରବାର ଅପରାହ୍ନରେ ହଠାତ୍ ଭୁଶୁଡି ପଡିଛି। ତୋରଣ ତଳେ ବହୁ ଯାନବାହନ ଚାପି ହୋଇ ରହିଥିବା ଜଣାପଡିଛି। ଫଳରେ ବହୁ କ୍ଷୟକ୍ଷତି ଘଟିଛି। କେଉଁ କାରଣ ଯୋଗୁ ଏଭଳି ଅଘଟଣ ଘଟିଛି ତାହା ସ୍ପଷ୍ଟ ହୋଇପାରି ନାହିଁ। ତୋରଣ ତଳେ ଚାପି ହୋଇ ରହିଥିବା ଜାନବାହନଗୁଡିକ ସ୍ଥାନୀୟ […] The post କଟକରେ ଭାଙ୍ଗିଲା ତୋରଣ: ଚାପି ହୋଇଗଲା କାର୍, ବାଇକ୍ appeared first on Dharitri Odia News.
କଟକ,୧୮।୧୦(ଶିଳ୍ପା ପ୍ରିୟଦର୍ଶିନୀ): କଟକ ନେତାଜୀ ବସ୍ ଟର୍ମିନାଲ ନିକଟରେ ଏକ ଅଘଟଣ ଘଟିଛି। ଖପୁରିଆ ଖାନନଗର ଶିଳ୍ପାଞ୍ଚଳ ପୂଜା କମିଟି ପକ୍ଷରୁ ନିର୍ମାଣ ହୋଇଥିବା ଲାଇଟ ଗେଟ୍ ତୋରଣ ଶୁକ୍ରବାର ଅପରାହ୍ନରେ ହଠାତ୍ ଭୁଶୁଡି ପଡିଛି। ତୋରଣ ତଳେ ବହୁ ଯାନବାହନ ଚାପି ହୋଇ ରହିଥିବା ଜଣାପଡିଛି। ଫଳରେ ବହୁ କ୍ଷୟକ୍ଷତି ଘଟିଛି।
କେଉଁ କାରଣ ଯୋଗୁ ଏଭଳି ଅଘଟଣ ଘଟିଛି ତାହା ସ୍ପଷ୍ଟ ହୋଇପାରି ନାହିଁ। ତୋରଣ ତଳେ ଚାପି ହୋଇ ରହିଥିବା ଜାନବାହନଗୁଡିକ ସ୍ଥାନୀୟ ଲୋକ ଉଦ୍ଧାର କରିବାରେ ଲାଗିଛନ୍ତି। ଅନ୍ୟପକ୍ଷେ ତୋରଣ ଭାଙ୍ଗି ପଡିବାରୁ ରାସ୍ତା ଅବରୋଧ ହୋଇ ଯାତାୟତରେ ବାଧା ସୃଷ୍ଟି ହୋଇଛି।
ଏପରିକି ଦୁଇଟି କ୍ରେନ୍ ସାହାର୍ଯ୍ୟରେ ଭାଙ୍ଗିଥିବା ତୋରଣକୁ ହଟାଯାଇ ଚାପି ହୋଇ ରହିଥିବା ଗାଡିଗୁଡିକୁ କଢ଼ାଯାଉଛି। ହେଲେ ଏଥିରେ କୌଣସି ବ୍ୟକ୍ତି ଆହତ ହୋଇ ନ ଥିବା ସୂଚନା ରହିଛି। ପୂଜା କମିଟି ସମ୍ପାଦକ ପ୍ରଫୁଲ୍ଲ ସାହୁ କହିଛନ୍ତି, କୌଣସି ଏକ ଭାରି ଯାନ ତୋରଣକୁ ଧକ୍କା ଦେବାରୁ ଏଭଳି ଅଘଟଣ ଘଟିଛି।
The post କଟକରେ ଭାଙ୍ଗିଲା ତୋରଣ: ଚାପି ହୋଇଗଲା କାର୍, ବାଇକ୍ appeared first on Dharitri Odia News.