ଜେପିସିରେ ଲୋକ ସଭାର ୨୭, ରାଜ୍ୟ ସଭାର ୧୨ ଏମ୍ପି ସାମିଲ
ନୂଆଦିଲ୍ଲୀ,୨୦।୧୨: ଏକ ଦେଶ, ଏକ ନିର୍ବାଚନ ବିଲ୍ର ଯାଞ୍ଚ ପାଇଁ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଗଠନ କରାଯାଇଛି। କମିଟିରେ ଲୋକ ସଭାର ୨୭ ଏବଂ ରାଜ୍ୟସଭାର ୧୨ଜଣ ଏମ୍ପି ସାମିଲ ହୋଇଛନ୍ତି। ଅନ୍ୟପକ୍ଷେ ଜେପିସିରେ ଓଡ଼ିଶାର ୩ଜଣ ଏମ୍ପି ସାମିଲ ହୋଇଛନ୍ତି। କଟକ ଏମ୍ପି ଭର୍ତ୍ତୃହରି ମହତାବ କମିଟିରେ ସାମିଲ ହୋଇଥିବା ବେଳେ ପୁରୀ ଏମ୍ପି ସମ୍ବିତ ପାତ୍ର ଏବଂ କେନ୍ଦ୍ରପଡ଼ା ଏମ୍ପି ବୈଜୟନ୍ତ ପଣ୍ଡା ମଧ୍ୟ କମିଟିର ସଦସ୍ୟ ରହିଛନ୍ତି। ଅନ୍ୟପକ୍ଷେ କମିଟି ମୁଖ୍ୟ […] The post ଜେପିସିରେ ଲୋକ ସଭାର ୨୭, ରାଜ୍ୟ ସଭାର ୧୨ ଏମ୍ପି ସାମିଲ appeared first on Dharitri Odia News.
ନୂଆଦିଲ୍ଲୀ,୨୦।୧୨: ଏକ ଦେଶ, ଏକ ନିର୍ବାଚନ ବିଲ୍ର ଯାଞ୍ଚ ପାଇଁ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଗଠନ କରାଯାଇଛି। କମିଟିରେ ଲୋକ ସଭାର ୨୭ ଏବଂ ରାଜ୍ୟସଭାର ୧୨ଜଣ ଏମ୍ପି ସାମିଲ ହୋଇଛନ୍ତି। ଅନ୍ୟପକ୍ଷେ ଜେପିସିରେ ଓଡ଼ିଶାର ୩ଜଣ ଏମ୍ପି ସାମିଲ ହୋଇଛନ୍ତି। କଟକ ଏମ୍ପି ଭର୍ତ୍ତୃହରି ମହତାବ କମିଟିରେ ସାମିଲ ହୋଇଥିବା ବେଳେ ପୁରୀ ଏମ୍ପି ସମ୍ବିତ ପାତ୍ର ଏବଂ କେନ୍ଦ୍ରପଡ଼ା ଏମ୍ପି ବୈଜୟନ୍ତ ପଣ୍ଡା ମଧ୍ୟ କମିଟିର ସଦସ୍ୟ ରହିଛନ୍ତି।
ଅନ୍ୟପକ୍ଷେ କମିଟି ମୁଖ୍ୟ କଟକର ଭାଜପା ଏମ୍ପି ଭର୍ତ୍ତୃହରି ମହତାବଙ୍କୁ କରାଯାଇପାରେ। ଏକ ଦେଶ, ଏକ ନିର୍ବାଚନ ପାଇଁ ବିଲ୍ ସମ୍ପର୍କିତ ଏହି ଗୁରୁତ୍ୱପୂର୍ଣ୍ଣ କମିଟିର ନେତୃତ୍ୱ ଭାଜପା ନେବାକୁ ଥିବା ବେଳେ ଭର୍ତ୍ତୃହରିଙ୍କ ସଂସଦୀୟ ଅଭିଜ୍ଞତା ତାଙ୍କ ସପକ୍ଷରେ ଯାଇପାରେ ବୋଲି କୁହାଯାଉଛି। ଲୋକ ସଭାକୁ ୭ ଥର ନିର୍ବାଚିତ ହୋଇଥିବା ଭର୍ତ୍ତୃହରି ବର୍ତ୍ତମାନ ଅର୍ଥ ମନ୍ତ୍ରଣାଳୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ରହିଛନ୍ତି।
The post ଜେପିସିରେ ଲୋକ ସଭାର ୨୭, ରାଜ୍ୟ ସଭାର ୧୨ ଏମ୍ପି ସାମିଲ appeared first on Dharitri Odia News.