ରାସ୍ତା ପାର୍ଶ୍ୱକୁ ଖସି ପଡ଼ିଲା ବସ୍‌

ଯାତ୍ରୀବାହୀ ବସ୍‌ଟି ରାସ୍ତା ପାର୍ଶ୍ଵକୁ ଖସି ଯାଇଥିବା ଯୋଗୁ ଏଥିରେ ଯାତ୍ରା କରୁଥିବା ଛୋଟ ପିଲା ଓ ବୟସ୍କ ଲୋକମାନେ ଦୀର୍ଘ ସମୟ ଧରି ଫସି ରହିଥିଲେ।

ରାସ୍ତା ପାର୍ଶ୍ୱକୁ ଖସି ପଡ଼ିଲା ବସ୍‌

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ ଅନ୍ତର୍ଗତ ଜରଡ଼ାଠାରୁ ଇଚ୍ଛାପୁର ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ ଆଜି ସନ୍ଧ୍ୟା ସମୟରେ ଆନ୍ଧ୍ର ଓଡ଼ିଶା ସୀମାନ୍ତ ଜଗନ୍ନାଥପୁରଠାରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵକୁ ଖସି ପଡ଼ିଥିଲା। ଉକ୍ତ ବସରେ ଯାତ୍ରା କରୁଥିଲେ ପ୍ରାୟ ୫୦ରୁ ୬୦ ଯାତ୍ରୀ। ସେମାନଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି।

ଯାତ୍ରୀବାହୀ ବସ୍‌ଟି ରାସ୍ତା ପାର୍ଶ୍ଵକୁ ଖସି ଯାଇଥିବା ଯୋଗୁ ଏଥିରେ ଯାତ୍ରା କରୁଥିବା ଛୋଟ ପିଲା ଓ ବୟସ୍କ ଲୋକମାନେ ଦୀର୍ଘ ସମୟ ଧରି ଫସି ରହିଥିଲେ। ସେହି ରାସ୍ତା ଦେଇ ଯାଉଥିବା ଜଣେ ସିଆର୍‌ପିଏଫ୍‌ ଯବାନ ଓ ସ୍ଥାନୀୟ ଲୋକେ ଦୁର୍ଘଟଣା ଗ୍ରସ୍ତ ବସ୍‌ ଭିତରରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି।