ଘରେ ଘରେ ଲାଗିଲା ଶଙ୍ଖ ଷ୍ଟିକର

ଛତ୍ରପୁର,୨୩ା୧(ଦିଲୀପ ସାମଲ): ଛତ୍ରପୁର ଏନ୍‌ଏସିରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ବିଜେଡିର ପରିବାର ସମ୍ପର୍କ ଅଭିଯାନ। ଛତ୍ରପୁର ଏନଏସିରେ ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ୧୧ ନଂ ୱାର୍ଡ କାଉନସିଲର ସନ୍ତୋଷୀ ସେଠୀଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏନ୍‌ଏସି ଉପାଧ୍ୟକ୍ଷ ଜି. ପାପାରାଓ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଛତ୍ରପୁର ବିଜେଡି ନଗର ସଭାପତି ବି. ରାଜୁବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନ୍ମୁଖ […] The post ଘରେ ଘରେ ଲାଗିଲା ଶଙ୍ଖ ଷ୍ଟିକର appeared first on Dharitri Odia News.

ଘରେ ଘରେ ଲାଗିଲା ଶଙ୍ଖ ଷ୍ଟିକର

ଛତ୍ରପୁର,୨୩ା୧(ଦିଲୀପ ସାମଲ): ଛତ୍ରପୁର ଏନ୍‌ଏସିରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ବିଜେଡିର ପରିବାର ସମ୍ପର୍କ ଅଭିଯାନ। ଛତ୍ରପୁର ଏନଏସିରେ ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ୧୧ ନଂ ୱାର୍ଡ କାଉନସିଲର ସନ୍ତୋଷୀ ସେଠୀଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ଏନ୍‌ଏସି ଉପାଧ୍ୟକ୍ଷ ଜି. ପାପାରାଓ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଛତ୍ରପୁର ବିଜେଡି ନଗର ସଭାପତି ବି. ରାଜୁବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନ୍ମୁଖ ପଟ୍ଟନାୟକ, କାଉନସିଲର ପ୍ରୀତିଛନ୍ଦା ସାମଲ, ଦେବାଶିଷ ମିଶ୍ର, ବି. ନିଶ୍ଚଳା, ମମତା ପାତ୍ର, ଏମ ୱାଣୀ ସେନାପତି, କେ. ରମେଶ, ପୂର୍ବତନ ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ବିଜୁ ଜନତା ଦଳର ଜିଲା ନେତା ରବୀନ୍ଦ୍ର ନାଥ ପଣ୍ଡା, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି, ଯୁବ ବିଜେଡି ଜିଲା ଉପସଭାପତି ଅକ୍ଷୟ ସ୍ବାଇଁ, ଯୁବ ବିଜେଡି ଜିଲା ସମ୍ପାଦକ ଶମ୍ଭୁନାଥ ସ୍ବାଇଁ ପ୍ରମୁଖ ସହ ବହୁ ମହିଳା ଏଥିରେ ଯୋଗ ଦେଇଥିଲେ। ଏହି ଅବସରରେ ଦଳୀୟ ନେତୃବୃନ୍ଦ ସାହି ସାହି ବୁଲି ଘରେ ଘରେ ଶଙ୍ଖ ଚିହ୍ନର ଷ୍ଟିକର ଲଗାଇଥିଲେ। ମାର୍ଚ୍ଚ ୫ ତାରିଖ ବିଜୁ ଜୟନ୍ତୀ ଯାଏଁ ଏହି ପରିବାର ସମ୍ପର୍କ ଅଭିଯାନ ଚାଲିବ ବୋଲି ଜଣାପଡିଛି।

The post ଘରେ ଘରେ ଲାଗିଲା ଶଙ୍ଖ ଷ୍ଟିକର appeared first on Dharitri Odia News.