ଟ୍ରାକ୍ଟର-ଅଟୋ ମୁହାଁମୁହିଁ: ଜଣଙ୍କ ଜୀବନ ଗଲା ୬ ଆହତ

ଦାରିଙ୍ଗବାଡ଼ି,୩ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା କୁଏରେଙ୍ଗା ଛକ ନିକଟ ବୁଲାଣିରେ ଟ୍ରାକ୍ଟର ସହ ଅଟୋ ମୁହାଁମୁହିଁ ଧକ୍କା ହୋଇ ଜଣକର ମୃତ୍ୟୁ ହୋଇଛି। ମୃତକ ହେଲେ ସୁନ୍ଦରଦଣ୍ଡ ଗ୍ରାମର ନରେନ୍ଦ୍ର ପ୍ରଧାନଙ୍କ ପୁଅ ରାଜୁ। ଅଟୋରେ ବସିଥିବା ୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କୁସିପଙ୍କା ଗ୍ରାମର ନିକିମା ପ୍ରଧାନ, ଚନ୍ଦ୍ରିକା ପ୍ରଧାନ, ସୁମିତ୍ରା ପ୍ରଧାନ ରିତିକା ପ୍ରଧାନ ଓ ଟେପାରି ଗ୍ରାମର ନୟମି ପ୍ରଧାନ, ତମିତା ପ୍ରଧାନ। ତେବେ ସେମାନଙ୍କ ମଧ୍ୟରେ […] The post ଟ୍ରାକ୍ଟର-ଅଟୋ ମୁହାଁମୁହିଁ: ଜଣଙ୍କ ଜୀବନ ଗଲା ୬ ଆହତ appeared first on Dharitri Odia News.

ଟ୍ରାକ୍ଟର-ଅଟୋ ମୁହାଁମୁହିଁ: ଜଣଙ୍କ ଜୀବନ ଗଲା ୬ ଆହତ

ଦାରିଙ୍ଗବାଡ଼ି,୩ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା କୁଏରେଙ୍ଗା ଛକ ନିକଟ ବୁଲାଣିରେ ଟ୍ରାକ୍ଟର ସହ ଅଟୋ ମୁହାଁମୁହିଁ ଧକ୍କା ହୋଇ ଜଣକର ମୃତ୍ୟୁ ହୋଇଛି। ମୃତକ ହେଲେ ସୁନ୍ଦରଦଣ୍ଡ ଗ୍ରାମର ନରେନ୍ଦ୍ର ପ୍ରଧାନଙ୍କ ପୁଅ ରାଜୁ। ଅଟୋରେ ବସିଥିବା ୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କୁସିପଙ୍କା ଗ୍ରାମର ନିକିମା ପ୍ରଧାନ, ଚନ୍ଦ୍ରିକା ପ୍ରଧାନ, ସୁମିତ୍ରା ପ୍ରଧାନ ରିତିକା ପ୍ରଧାନ ଓ ଟେପାରି ଗ୍ରାମର ନୟମି ପ୍ରଧାନ, ତମିତା ପ୍ରଧାନ। ତେବେ ସେମାନଙ୍କ ମଧ୍ୟରେ ରୀତିକା ପ୍ରଧାନ ଏବଂ ଚନ୍ଦ୍ରିକା ପ୍ରଧାନଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ଡାକ୍ତର ଯିବାକୁ ପରାମର୍ଶ ଦେଇଛନ୍ତି।

ପ୍ରକାଶ ଯେ, ଟେପାରୀ ଓ କୁସିପଙ୍କା ଗ୍ରାମର ୮ ଜଣ ମହିଳା ଓ ପୁରୁଷ ଏକ ଅଟୋରେ ବସି ଦାରିଙ୍ଗବାଡ଼ି ଆସୁଥିବା ବେଳେ କୁଏରାଙ୍ଗା ଛକ ବୁଲାଣିରେ ବିପରୀତ ଦିଗରୁ ଏକ ଟ୍ରାକ୍ଟର ଆସୁଥିଲା। ଉଭୟ ଗାଡ଼ି ମୁହାଁମୁହିଁ ହେବା ଫଳରେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣାସ୍ଥଳରେ ହିଁ ରାଜୁ ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିବା ବେକେ ଦାରିଙ୍ଗବାଡ଼ି ସବ୍‌ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ବେହେରା ସଦଳବଳ ପହଞ୍ଚି ତଦନ୍ତ କରୁଛନ୍ତି। ଟ୍ରାକ୍ଟର ଓ ଅଟୋ ଜବତ କରିବା ସହ ମୃତଦେହ ଜବତ କରାଯାଇଥିବା ଥାନା ସୂତ୍ରରୁ ଜଣାପଡ଼ିଛି।

The post ଟ୍ରାକ୍ଟର-ଅଟୋ ମୁହାଁମୁହିଁ: ଜଣଙ୍କ ଜୀବନ ଗଲା ୬ ଆହତ appeared first on Dharitri Odia News.