କଟକରେ ରାଜ୍ୟ ପୋଲିସ ପାଳିଛି ୮୯ତମ ପ୍ରତିଷ୍ଠା ଦିବସ : ଯୋଗଦେଲେ ପୋଲିସ ଡିଜି

କଟକ ୧।୪: କଟକରେ ରାଜ୍ୟ ପୋଲିସ ପାଳିଛି ୮୯ତମ ପୋଲିସ ପ୍ରତିଷ୍ଠା ଦିବସ । ଓଏମପି ସ୍ଥିତ ଷଷ୍ଠ ବାଟାଲିୟନ ପଡିଆରେ ପୋଲିସ ଡିଜି ଅରୁଣ ଷଡଙ୍ଗୀ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ରାଜ୍ୟର ସଫଳ ପୋଲିସ ଅଧିକାରୀ ମାନଙ୍କୁ ପଦକ ପ୍ରଦାନ କରାଯାଇଥିଲା ।ରାଜ୍ୟରେ ମାଓ ଦମନ କ୍ଷେତ୍ରରେ ଓଡିଶା ପୋଲିସକୁ ବେଶ ସଫଳତା ମିଳିଛି । ରାଜ୍ୟର ଅଧିକାଂଶ ଜିଲ୍ଲା ମାଓ ମୁକ୍ତ ହୋଇଯାଇଥିବା ବେଳେ କିଛି ଜିଲ୍ଲାରେ ମାଓବାଦୀଙ୍କୁ ଦମନ କରିବା ପାଇଁ ପୋଲିସର ଉଦ୍ୟମ ଜାରି ରଖିଛି । ପୋଲିସ ଅଧିକରୁ ଅଧିକ ଜନ ସାଧାରଣଙ୍କ ନିକଟତର ହୋଇ ସେବା ପ୍ରଦାନ କରିବାକୁ ଡିଜି ପରାମର୍ଶ ଦେଇଛନ୍ତି । ଏଥି ସହ ଜନ ସାଧାରଣ ମଧ୍ଯ ପୋଲିସକୁ ସହଯୋଗ କରିବା ଆବଶ୍ୟକ ବୋଲି ଡିଜି କହିଛନ୍ତି । ରାଜ୍ୟ ପୋଲିସ ଅପରାଧ ନିୟନ୍ତ୍ରଣ ଓ ତଦନ୍ତ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ଜାତୀୟ ସ୍ତରରେ ବେଶ ପ୍ରଶଂସା ହାସଲ କରିପାରିଛି । ଓଡିଶା ପୋଲିସର ଟେକ୍ନୋଲୋଜିକୁ ଅଧିକ ଆଗକୁ ନେବା ସହ ଶାଣିତ କରିବା ପାଇଁ ସର୍ବଦା ଉଦ୍ୟମ ଜାରି ରଖିଥିବା କହିଛନ୍ତି ପୋଲିସ ଡିଜି ଅରୁଣ ଷଡଙ୍ଗୀ । ତେବେ ଏହି ଅବସରରେ ପଦକ ପାଇଥିବା ପୋଲିସ ଅଧିକାରୀ ମାନେ କହିଛନ୍ତି ପୋଲିସ ପଦକ ପାଇବା ଏକ ମହତ୍ତ୍ୱପୂର୍ଣ୍ଣ । ଯାହା ପୋଲିସକୁ ଆହୁରି ଅଧିକରୁ ଅଧିକ କାର୍ଯ୍ଯ କରିବାକୁ ପ୍ରେରଣା ଯୋଗାଇଥାଏ ବୋଲି ପୋଲିସ ଅଧିକାରୀମାନେ କହିଛନ୍ତ

କଟକରେ ରାଜ୍ୟ ପୋଲିସ ପାଳିଛି ୮୯ତମ ପ୍ରତିଷ୍ଠା ଦିବସ : ଯୋଗଦେଲେ ପୋଲିସ ଡିଜି

କଟକ ୧।୪: କଟକରେ ରାଜ୍ୟ ପୋଲିସ ପାଳିଛି ୮୯ତମ ପୋଲିସ ପ୍ରତିଷ୍ଠା ଦିବସ । ଓଏମପି ସ୍ଥିତ ଷଷ୍ଠ ବାଟାଲିୟନ ପଡିଆରେ ପୋଲିସ ଡିଜି ଅରୁଣ ଷଡଙ୍ଗୀ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ରାଜ୍ୟର ସଫଳ ପୋଲିସ ଅଧିକାରୀ ମାନଙ୍କୁ ପଦକ ପ୍ରଦାନ କରାଯାଇଥିଲା ।

ରାଜ୍ୟରେ ମାଓ ଦମନ କ୍ଷେତ୍ରରେ ଓଡିଶା ପୋଲିସକୁ ବେଶ ସଫଳତା ମିଳିଛି । ରାଜ୍ୟର ଅଧିକାଂଶ ଜିଲ୍ଲା ମାଓ ମୁକ୍ତ ହୋଇଯାଇଥିବା ବେଳେ କିଛି ଜିଲ୍ଲାରେ ମାଓବାଦୀଙ୍କୁ ଦମନ କରିବା ପାଇଁ ପୋଲିସର ଉଦ୍ୟମ ଜାରି ରଖିଛି । ପୋଲିସ ଅଧିକରୁ ଅଧିକ ଜନ ସାଧାରଣଙ୍କ ନିକଟତର ହୋଇ ସେବା ପ୍ରଦାନ କରିବାକୁ ଡିଜି ପରାମର୍ଶ ଦେଇଛନ୍ତି । ଏଥି ସହ ଜନ ସାଧାରଣ ମଧ୍ଯ ପୋଲିସକୁ ସହଯୋଗ କରିବା ଆବଶ୍ୟକ ବୋଲି ଡିଜି କହିଛନ୍ତି । ରାଜ୍ୟ ପୋଲିସ ଅପରାଧ ନିୟନ୍ତ୍ରଣ ଓ ତଦନ୍ତ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ଜାତୀୟ ସ୍ତରରେ ବେଶ ପ୍ରଶଂସା ହାସଲ କରିପାରିଛି । ଓଡିଶା ପୋଲିସର ଟେକ୍ନୋଲୋଜିକୁ ଅଧିକ ଆଗକୁ ନେବା ସହ ଶାଣିତ କରିବା ପାଇଁ ସର୍ବଦା ଉଦ୍ୟମ ଜାରି ରଖିଥିବା କହିଛନ୍ତି ପୋଲିସ ଡିଜି ଅରୁଣ ଷଡଙ୍ଗୀ । ତେବେ ଏହି ଅବସରରେ ପଦକ ପାଇଥିବା ପୋଲିସ ଅଧିକାରୀ ମାନେ କହିଛନ୍ତି ପୋଲିସ ପଦକ ପାଇବା ଏକ ମହତ୍ତ୍ୱପୂର୍ଣ୍ଣ । ଯାହା ପୋଲିସକୁ ଆହୁରି ଅଧିକରୁ ଅଧିକ କାର୍ଯ୍ଯ କରିବାକୁ ପ୍ରେରଣା ଯୋଗାଇଥାଏ ବୋଲି ପୋଲିସ ଅଧିକାରୀମାନେ କହିଛନ୍ତି ।

 You Can Read :

ଦ୍ବାରଶୁଣୀ ଘାଟିରେ ଦୁର୍ଘଟଣା : ହୁତୁହୁତୁ ହୋଇ ଜଳିଗଲା ପିଆଜ ବୋଝେଇ ଟ୍ରକ୍