ଅମୀର ଖାନ୍‌ଙ୍କ ‘3 idiots’କ ପୁଣି ଥରେ ଚର୍ଚ୍ଚାରେ, ଓସ୍କାର ପେଜ୍‌ରେ ସେୟାର ହୋଇଛି ପୋଷ୍ଟ

ଆମିର ଖାନ୍‌, କରୀନା କପୁର, ଆର ମାଧବନ  ଓ ଶରମନ ଯୋଶୀ ଷ୍ଟାରର୍‌ ସୁପର୍‌ହିଟ୍‌ ଫିଲ୍ମ ‘୩   ଇଡିଅଟ୍ସ’ ପୁଣି ଥରେ ଚର୍ଚ୍ଚାରେ । ଫିଲ୍ମର ଏକ  ଦୃଶ୍ୟକୁ ଦ ଏକାଡେମୀ (ଅସ୍କାର)ର ଔପଚାରିକ  ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ପୋଷ୍ଟ୍‌ କରାଯାଇଛି ।  ଏକାଡେମୀ ପୋଷ୍ଟ୍‌ କରିଥିବା ସିନ୍‌ରେ ରାଞ୍ଚୋ  (ଆମିର) ପରୀକ୍ଷା ହଲ୍‌ରେ ନିଜର ଓ ନିଜ  ସାଙ୍ଗଙ୍କ ପରୀକ୍ଷା ଖାତାକୁ ଅନ୍ୟ ପରୀକ୍ଷାର୍ଥୀଙ୍କ  ଖାତା ସହ ମିଶାଇବା ପରେ ଦୌଡ଼ୁଥିବା ନଜର  ଆସିଛନ୍ତି । ୨୦୦୯ ମସିହାରେ ମୁକ୍ତିପ୍ରାପ୍ତ ଏହି ଫିଲ୍ମ ବିଶ୍ୱ ବକ୍ସ ଅଫିସ୍‌ରେ ୪୦୦ କୋଟି  ବ୍ୟବସାୟ କରିଥିଲା ।  ଏହି ଦୃଶ୍ୟ ସେୟାର କରି ଏକାଡେମୀ ପକ୍ଷରୁ  କ୍ୟାପ୍‌ସନରେ ଉଲ୍ଲେଖ ହୋଇଛି ‘ରାଞ୍ଚୋର  ଉପସ୍ଥିତ ବୁଦ୍ଧି ଏଠି ୧୦୦ ପ୍ରତିଶତ ଥିଲା ।’  ଏକାଡେମୀ ପୋଷ୍ଟ୍‌ରେ ଚେତନ ଭଗତ,  ଅଭିନେତା ଓମି ବୈଦ୍ୟ, ଆର ମାଧବନ,  ଶରମନ ଯୋଶୀ, ବିଧୁ ବିନୋଦ ଚୋପ୍ରା   ଓ ଆମିର ଖାନ୍‌ ପ୍ରଡକ୍ସନ୍ସକୁ ମଧ୍ୟ ଟ୍ୟାଗ୍‌   କରିଛି । ଶରମନ ଯୋଶୀ ଏହି ପୋଷ୍ଟ୍‌କୁ   ହାର୍ଟ ଇମୋଜି ସହିତ ନିଜ ଇନ୍‌ଷ୍ଟା ଷ୍ଟୋରୀରେ   ଶେୟାର କରି ଏକାଡେମୀକୁ ଧନ୍ୟବାଦ   ଦେଇଛନ୍ତି । ପୋଷ୍ଟ୍‌ ଉପରେ ଫ୍ୟାନ୍‌ ବି ପ୍ରତିକ୍ରିୟା  ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି ‘ଏକାଡେମୀ ଭାରତୀୟ   ଫିଲ୍ମର ଦିୱାନା ହୋଇଯାଇଛି ।ଅନ୍ୟ ଜଣେ ୟୁଜର ଲେଖିଛନ୍ତି,  ‘୩ ଇଡିଅଟ୍ସ’ ଅସ୍କାର ପୁରସ୍କାର ପାଇଁ ଯୋଗ୍ୟ । ଏକାଡେମୀ ଚଳିତ ବର୍

ଅମୀର ଖାନ୍‌ଙ୍କ ‘3 idiots’କ ପୁଣି ଥରେ ଚର୍ଚ୍ଚାରେ, ଓସ୍କାର ପେଜ୍‌ରେ ସେୟାର ହୋଇଛି ପୋଷ୍ଟ

ଆମିର ଖାନ୍‌କରୀନା କପୁରଆର ମାଧବନ  ଓ ଶରମନ ଯୋଶୀ ଷ୍ଟାରର୍‌ ସୁପର୍‌ହିଟ୍‌ ଫିଲ୍ମ ୩   ଇଡିଅଟ୍ସ’ ପୁଣି ଥରେ ଚର୍ଚ୍ଚାରେ । ଫିଲ୍ମର ଏକ  ଦୃଶ୍ୟକୁ ଦ ଏକାଡେମୀ (ଅସ୍କାର)ର ଔପଚାରିକ  ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ପୋଷ୍ଟ୍‌ କରାଯାଇଛି ।  ଏକାଡେମୀ ପୋଷ୍ଟ୍‌ କରିଥିବା ସିନ୍‌ରେ ରାଞ୍ଚୋ  (ଆମିର) ପରୀକ୍ଷା ହଲ୍‌ରେ ନିଜର ଓ ନିଜ  ସାଙ୍ଗଙ୍କ ପରୀକ୍ଷା ଖାତାକୁ ଅନ୍ୟ ପରୀକ୍ଷାର୍ଥୀଙ୍କ  ଖାତା ସହ ମିଶାଇବା ପରେ ଦୌଡ଼ୁଥିବା ନଜର  ଆସିଛନ୍ତି । ୨୦୦୯ ମସିହାରେ ମୁକ୍ତିପ୍ରାପ୍ତ ଏହି ଫିଲ୍ମ ବିଶ୍ୱ ବକ୍ସ ଅଫିସ୍‌ରେ ୪୦୦ କୋଟି  ବ୍ୟବସାୟ କରିଥିଲା ।  

ଏହି ଦୃଶ୍ୟ ସେୟାର କରି ଏକାଡେମୀ ପକ୍ଷରୁ  କ୍ୟାପ୍‌ସନରେ ଉଲ୍ଲେଖ ହୋଇଛି ରାଞ୍ଚୋର  ଉପସ୍ଥିତ ବୁଦ୍ଧି ଏଠି ୧୦୦ ପ୍ରତିଶତ ଥିଲା ।’  ଏକାଡେମୀ ପୋଷ୍ଟ୍‌ରେ ଚେତନ ଭଗତ,  ଅଭିନେତା ଓମି ବୈଦ୍ୟଆର ମାଧବନ,  ଶରମନ ଯୋଶୀବିଧୁ ବିନୋଦ ଚୋପ୍ରା   ଓ ଆମିର ଖାନ୍‌ ପ୍ରଡକ୍ସନ୍ସକୁ ମଧ୍ୟ ଟ୍ୟାଗ୍‌   କରିଛି । ଶରମନ ଯୋଶୀ ଏହି ପୋଷ୍ଟ୍‌କୁ   ହାର୍ଟ ଇମୋଜି ସହିତ ନିଜ ଇନ୍‌ଷ୍ଟା ଷ୍ଟୋରୀରେ   ଶେୟାର କରି ଏକାଡେମୀକୁ ଧନ୍ୟବାଦ   ଦେଇଛନ୍ତି । ପୋଷ୍ଟ୍‌ ଉପରେ ଫ୍ୟାନ୍‌ ବି ପ୍ରତିକ୍ରିୟା  ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି ଏକାଡେମୀ ଭାରତୀୟ   ଫିଲ୍ମର ଦିୱାନା ହୋଇଯାଇଛି ।

ଅନ୍ୟ ଜଣେ ୟୁଜର ଲେଖିଛନ୍ତି,  ‘୩ ଇଡିଅଟ୍ସ’ ଅସ୍କାର ପୁରସ୍କାର ପାଇଁ ଯୋଗ୍ୟ । ଏକାଡେମୀ ଚଳିତ ବର୍ଷ ମେ ୨୨ ତାରିଖରେ ଫିଲ୍ମ କଲଙ୍କ୍‌ର  ଗୀତ ଘର ମୋରେ ପରଦେଶୀୟା’ ଓ ଏପ୍ରିଲ ୩ ତାରିଖରେ  ଫିଲ୍ମ ବାଜିରାଓ ମସ୍ତାନୀର ଗୀତ ଦିୱାନୀ ମସ୍ତାନୀର ଦୃଶ୍ୟ  ପୋଷ୍ଟ୍‌ କରିଥିଲା । ଗତ ଜାନୁଆରୀ ୧୩ ତାରିଖରେ ଶାହରୁଖ   ଖାନ୍‌ଙ୍କ ସୁପର୍‌ହିଟ୍‌ ଫିଲ୍ମ ଦିଲୱାଲେ ଦୁଲହନିୟା ଲେ ଜାୟେଙ୍ଗେର  ଗୀତ ମେହନ୍ଦୀ ଲଗା କେ ରଖ୍‌ନା’ ମଧ୍ୟ ପୋଷ୍ଟ୍‌ କରିଥିଲା ।