ବିଦେଶରୁ ସୁନା ସ୍ମଗଲିଂ କରୁଥିବା ଅଭିନେତ୍ରୀ ରାନ୍ୟା ଆଣିଲେ ନିର୍ଯାତନା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ବିଦେଶରୁ ସୁନା ସ୍ମଗଲିଂ ଘଟଣାରେ ଅଭିନେତ୍ରୀ ରାନ୍ୟା ଗିରଫ ଘଟଣା। ତଦନ୍ତକାରୀ ସଂସ୍ଥା ବିରୋଧରେ ନିର୍ଯାତନା... The post ବିଦେଶରୁ ସୁନା ସ୍ମଗଲିଂ କରୁଥିବା ଅଭିନେତ୍ରୀ ରାନ୍ୟା ଆଣିଲେ ନିର୍ଯାତନା ଅଭିଯୋଗ appeared first on .

ବିଦେଶରୁ ସୁନା ସ୍ମଗଲିଂ କରୁଥିବା ଅଭିନେତ୍ରୀ ରାନ୍ୟା ଆଣିଲେ ନିର୍ଯାତନା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ବିଦେଶରୁ ସୁନା ସ୍ମଗଲିଂ ଘଟଣାରେ ଅଭିନେତ୍ରୀ ରାନ୍ୟା ଗିରଫ ଘଟଣା। ତଦନ୍ତକାରୀ ସଂସ୍ଥା ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ଅଭିନେତ୍ରୀ ରାନ୍ୟା ରାଓ। ତଦନ୍ତବେଳେ ଡିଆରଆଇ ଅଧିକାରୀ ଗାଳିଗୁଲଜ କରୁଥିବା ଅଭିଯୋଗ କରିଛନ୍ତି ରାନ୍ୟା । ମାନସିକ ନିର୍ଯାତନା ସହ ଗାଳିକୁ ସହ୍ୟ କରିପାରିନଥିବା କହିଲେ ରାନ୍ୟା । ରାନ୍ୟା କାନ୍ଦିକାନ୍ଦି ବିଚାରପତିଙ୍କୁ ଏ ବିଷୟରେ କହିଛନ୍ତି। ଡାଇରେକ୍ଟର ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସ ଡିଆରଆଇର ଅଧିକାରୀମା‌ନେ ମାଡ଼ ମାରି ନାହାନ୍ତି କିନ୍ତୁ ପ୍ରଚୁର ମାତ୍ରାରେ ମାନସିକ ନିର୍ଯାତନା ଦେବା ସହିତ ଗାଳିଗୁଲଜ କରିଥିବା କହିଛନ୍ତି। ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ସୁନା ଚୋରା ଚାଲାଣ ମାମଲାରେ ଗିରଫ କରାଯାଇଛି। ଗିରଫ ପରେ ରାନ୍ୟାଙ୍କୁ କୋର୍ଟରେ ହାଜର କରାଯିବା ସହ ତାଙ୍କୁ ୧୪ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ଆଜି ରାଣ୍ୟାଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ଶୁଣାଣି ସମୟରେ ରାନ୍ୟା କାନ୍ଦିକାନ୍ଦି ବିଚାରପତିଙ୍କୁ ଏକଥା  କହିଥିଲେ। ରାନ୍ୟାଙ୍କ ଏଭଳି ଅଭିଯୋଗ ପରେ ଡିଆରଆଇ ଅଭିନେତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି। ରାନ୍ୟାଙ୍କୁ ଯାଞ୍ଚ ସମୟରେ କୌଣସି ପ୍ରକାର ଗାଳିଗୁଲଜ କି ମାନସିକ ନିର୍ଯାତନା ଦିଆଯାଇ ନାହିଁ ବୋଲି କହିଛନ୍ତି ଅଧିକାରୀ। ଓଲଟି ସେ ଯାଞ୍ଚରେ କୌଣସି ପ୍ରକାର ସହଯୋଗ କରୁ ନାହାନ୍ତି। ପ୍ରମାଣ ଦେଖାଇବା ପରେ ବି ସେ ନିଜ ଦୋଷକୁ ସ୍ବୀକାର ନକରି ଅଯଥା କଥାକୁ ଓଲଟପାଲଟ କରି କହୁଛନ୍ତି ବୋଲି କହିଛନ୍ତି ଡିଆରଆଇ ଅଧିକାରୀ। ଗତବର୍ଷ ୩୦ ଥର ଦୁବାଇକୁ ଯାଇଥିଲେ ରାନ୍ୟା। ଶେଷରେ ଧରାପଡିଥିଲା ରାନ୍ୟାଙ୍କ ଗୁମର। ତାଙ୍କ ନିକଟରୁ ଜବତ ହୋଇଥିଲା ପ୍ରାୟ ୧୩ କୋଟି ଟଙ୍କାର ସୁନା। ତେଣେ ବେଙ୍ଗାଳୁରୁସ୍ଥିତ ଘରେ ରେଡ ହେବା ପରେ ମୋଟ ୧୭ କୋଟି ୨୯ ଲକ୍ଷ ଟଙ୍କା ଜବତ ହୋଇଥିଲା। ସୁନା ସ୍ମଗଲିଂ ଲାଗି ରାନ୍ୟାଙ୍କୁ କିଲୋ ପିଛା ଦିଆଯାଉଥିଲା ୧ ଲକ୍ଷ ଟଙ୍କା। ସେ ପ୍ରତିଥର ପ୍ରାୟ ୧୨/୧୩ କିଲୋ ସୁନା ଆଣୁଥିବାରୁ ଟ୍ରିପ ପିଛା ତାଙ୍କୁ ପ୍ରାୟ ୧୨-୧୩ ଲକ୍ଷ ଟଙ୍କା ମିଳୁଥିଲା। ବିମାନବନ୍ଦର କର୍ମଚାରୀଙ୍କ ଆଖିରେ ଧୂଳି ତେବା ଲାଗି ସେ ବ୍ଯବହାର କରୁଥିଲେ ମଡିଫାଏଡ ଜ୍ୟାକେଟ। ବିମାନ ବନ୍ଦରରୁ ଖସିଯିବା ଲାଗି ତାଙ୍କୁ ଜଣେ ପୋଲିସ କନଷ୍ଟେବଳ ସହାୟତା କରୁଥିଲେ। ବରିଷ୍ଠ ପୋଲିସ ଅଧିକାରୀ, ନେତା ଏହି ରାକେଟ ପଛରେ ଥିବା ସନ୍ଦେହ କରାଯାଉଛି।

The post ବିଦେଶରୁ ସୁନା ସ୍ମଗଲିଂ କରୁଥିବା ଅଭିନେତ୍ରୀ ରାନ୍ୟା ଆଣିଲେ ନିର୍ଯାତନା ଅଭିଯୋଗ appeared first on .