ଘରୋଇ କ୍ଷେତ୍ରରୁ ୨୫ ଜଣ ସ୍ପେସାଲିଷ୍ଟଙ୍କୁ ପ୍ରମୁଖ ପଦବିରେ ମୁତୟନ କରିବେ ମୋଦୀ ସରକାର

ନୂଆଦିଲ୍ଲୀ : ମୋଦୀ ସରକାରଙ୍କ ଏକ ନୂଆ ଲକ୍ଷ୍ୟଭେଦୀ ଯୋଜନା ମୁ୍ତାବକ ସରକାରରେ ନୂଆ ଟ୍ୟାଲେଣ୍ଟଙ୍କୁ ଭର୍ତ୍ତି କରିବାପାଇଁ ଏକ ନୂଆ ପ୍ରୟାସ ଆରମ୍ଭ ହୋଇଛି। ଏହି ନୂଆ ପ୍ରୟାସ ଅନ୍ତର୍ଗତ ଏଣିକି କେନ୍ଦ୍ରରେ ପ୍ରମୁଖ ପଦବି ଗୁଡ଼ିକରେ ଘରୋଇ କ୍ଷେତ୍ରରୁ ସ୍ପେସାଲିଷ୍ଟ (ବିଶେଷଜ୍ଞ)ଙ୍କୁ ମାନଙ୍କୁ ମୁତୟନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ନିଯୁକ୍ତି କ୍ୟାବିନେଟ କମିଟି ୩ ଯୁଗ୍ମ ସଚିବ ଏବଂ ୨୨ ନିର୍ଦ୍ଦେଶକ/ ଉପ ସଚିବଙ୍କର ବିଭିନ୍ନ କେନ୍ଦ୍ର ସରକାରୀ ବିଭାଗରେ ନିଯୁକ୍ତିକୁ […]

ଘରୋଇ କ୍ଷେତ୍ରରୁ ୨୫ ଜଣ ସ୍ପେସାଲିଷ୍ଟଙ୍କୁ ପ୍ରମୁଖ ପଦବିରେ ମୁତୟନ କରିବେ ମୋଦୀ ସରକାର

ନୂଆଦିଲ୍ଲୀ : ମୋଦୀ ସରକାରଙ୍କ ଏକ ନୂଆ ଲକ୍ଷ୍ୟଭେଦୀ ଯୋଜନା ମୁ୍ତାବକ ସରକାରରେ ନୂଆ ଟ୍ୟାଲେଣ୍ଟଙ୍କୁ ଭର୍ତ୍ତି କରିବାପାଇଁ ଏକ ନୂଆ ପ୍ରୟାସ ଆରମ୍ଭ ହୋଇଛି। ଏହି ନୂଆ ପ୍ରୟାସ ଅନ୍ତର୍ଗତ ଏଣିକି କେନ୍ଦ୍ରରେ ପ୍ରମୁଖ ପଦବି ଗୁଡ଼ିକରେ ଘରୋଇ କ୍ଷେତ୍ରରୁ ସ୍ପେସାଲିଷ୍ଟ (ବିଶେଷଜ୍ଞ)ଙ୍କୁ ମାନଙ୍କୁ ମୁତୟନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ନିଯୁକ୍ତି କ୍ୟାବିନେଟ କମିଟି ୩ ଯୁଗ୍ମ ସଚିବ ଏବଂ ୨୨ ନିର୍ଦ୍ଦେଶକ/ ଉପ ସଚିବଙ୍କର ବିଭିନ୍ନ କେନ୍ଦ୍ର ସରକାରୀ ବିଭାଗରେ ନିଯୁକ୍ତିକୁ ସ୍ବୀକୃତି ପ୍ରଦାନ କରିଛନ୍ତି। ଯୁଗ୍ମ ସଚିବ, ନିର୍ଦ୍ଦେଶକ ଏବଂ ଉପ ସଚିବ ପଦ ସାଧାରଣତଃ ଆଇଏଏସ. ଆଇପିଏସ ଏବଂ ଆଇଏଫ୍ଏସ ଅଫିସରମାନଙ୍କୁ ମିଳିଥାଏ। କିନ୍ତୁ ମୋଦୀ ସରକାର ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ଲାଟେରାଲ ଏଣ୍ଟ୍ରି ମୋଡ୍ ମୁତାବକ ଏହି ନୂଆ ନିଯୁକ୍ତି କରାଯାଇଛି। ଲାଟେରାଲ ଏଣ୍ଟ୍ରି ଯୋଜନା ଅଧୀନରେ ଯୁଗ୍ମ ସଚିବ, ନିର୍ଦ୍ଦେଶକ ଏବଂ ଉପ ସଚିବ ସ୍ତରରେ ନିଯୁକ୍ତି ଦିଆଯାଉଛି। ଉକ୍ତ ସ୍ତରର ଅଫିସରମାନଙ୍କର ନୀତି ନିର୍ଦ୍ଧାରଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଲାଟେରାଲ ଏଣ୍ଟ୍ରି ପ୍ରକ୍ରିୟାରେ ଆସିଥିବା ଅଫିସରମାନେ ସରକାରୀ ପଦ୍ଧତିର ଏକ ଅଂଶ।