ମୋହନ ସରକାରଙ୍କ ସଫଳତାର ୧୦୦ ଦିନ

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ଥର ଶାସନଭାର ସମ୍ଭାଳି ଥିବା ଭାରତୀୟ ଜନତା ପାର୍ଟି ସରକାର ଆଜି ଶହେ ଦିନ ପୂରଣ କରିଛନ୍ତି । ଆଉ ସେହି ସଫଳତାର ୧୦୦ ଦିନକୁ ନେଇ ଉତ୍ସବ ପାଳୁଛି ଦଳ । ୧୦୦ ଦିନ ଭିତରେ ରାଜ୍ୟ ସରକାରଙ୍କ ସଫଳତାକୁ ନେଇ ରାଜ୍ୟବାସୀଙ୍କୁ ରିପୋର୍ଟ କାର୍ଡ ଦେବେ ରାଜ୍ୟ ସରକାର । ଏଥିପାଇଁ ପୁରୀରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ […]

ମୋହନ ସରକାରଙ୍କ ସଫଳତାର ୧୦୦ ଦିନ
ମୋହନ ସରକାରଙ୍କ ସଫଳତାର ୧୦୦ ଦିନ

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ଥର ଶାସନଭାର ସମ୍ଭାଳି ଥିବା ଭାରତୀୟ ଜନତା ପାର୍ଟି ସରକାର ଆଜି ଶହେ ଦିନ ପୂରଣ କରିଛନ୍ତି । ଆଉ ସେହି ସଫଳତାର ୧୦୦ ଦିନକୁ ନେଇ ଉତ୍ସବ ପାଳୁଛି ଦଳ । ୧୦୦ ଦିନ ଭିତରେ ରାଜ୍ୟ ସରକାରଙ୍କ ସଫଳତାକୁ ନେଇ ରାଜ୍ୟବାସୀଙ୍କୁ ରିପୋର୍ଟ କାର୍ଡ ଦେବେ ରାଜ୍ୟ ସରକାର । ଏଥିପାଇଁ ପୁରୀରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ କ୍ୟାବିନେଟ୍‌, କେନ୍ଦ୍ରମନ୍ତ୍ରୀ, ସମସ୍ତ ବିଧାୟକ ଏବଂ ସାଂସଦ ସାମିଲ ହୋଇଛନ୍ତି ।

ଆସନ୍ତା ୨୦ରୁ ୨୩ ଯାଏଁ ଜିଲ୍ଲାସ୍ତରରେ ମଧ୍ୟ ଅନେକ କାର୍ଯ୍ୟକ୍ରମ କରାଯିବ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ରାଜ୍ୟ ସରକାରଙ୍କ ୧୦୦ ଦିନର ସଫଳତା ସଂପର୍କରେ ଲୋକଙ୍କୁ ଅବଗତ କରାଇବେ । ନୂଆ ସରକାର ଆସିବା ମାତ୍ରେ ଶ୍ରୀମନ୍ଦିର ଚାରିଦ୍ୱାର ସହ ରତ୍ନଭଣ୍ଡାର ଖୋଲିଛନ୍ତି । ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟିର ପାଣ୍ଠି ଗଠନ କରାଯାଇଛି । ନିର୍ମାଣ ଶ୍ରମିକଙ୍କ ପାଇଁ ମୃତ୍ୟୁକାଳୀନ ସହାୟତା ରାଶି ସହିତ ବୃଦ୍ଧାଙ୍କ ପେନ୍‌ସନ ବୃଦ୍ଧି କରାଯାଇଛି । ଚାଷୀଙ୍କୁ ୩୧୦୦ ଟଙ୍କାର ବୋନସ୍ ଦେବା ପାଇଁ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟରେ ଯୁଗାନ୍ତକାରୀ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହୋଇଛି । ଯେଉଁଥିରେ ୧ କୋଟିରୁ ଅଧିକ ମହିଳାଙ୍କୁ ୫ ବର୍ଷରେ ୫୦ ହଜାର ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସରକାରର ୧୦୦ ଦିନ ପୂର୍ତ୍ତିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଅଭିଭାଷଣ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କୁ ଶକ୍ତିଶାଳୀ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ୨୫ ଲକ୍ଷ ମହିଳାଙ୍କୁ ସୁଭଦ୍ରା ମିଳିଛି, ଅନ୍ୟ ମହିଳାଙ୍କୁ ଖୁବଶୀଘ୍ର ମିଳିବ। ମୋଦି ଗ୍ୟାରେଣ୍ଟିରେ ଯାହା ଲେଖିଛୁ, ସବୁ ଗୋଟିଏ ଗୋଟିଏ ପୂରଣ କରାଯିବ ବୋଲି ପ୍ରଭାତୀ ପରିଡା କହିଛନ୍ତି ।

ପୁରୀରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ପରେ ୨୦ ରୁ ୨୨ ତାରିଖ ଯାଏଁ ଜିଲା ଓ ନିର୍ବାଚନ ମଣ୍ଡଳୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବ । ଏହାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।