କଠିନ ପରିଶ୍ରମ ବିନା ସଫଳତା ଅସମ୍ଭବ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲା ଅତାବିରା ବ୍ଲକର ବାର୍ଷିକ ଉତ୍ସବ ଆଜି ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିନେଶ ଗାଇଗରିଆଙ୍କ ସଭାପତିତ୍ବ କ୍ରମେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିଧାୟକ ନିହାର ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଠିନ ପରିଶ୍ରମ ବିନା ସଫଳତା ଅସମ୍ଭବ। ସଫଳତା ପାଇବା ପାଇଁ ଜୀବନର ଯେକୌଣସି କ୍ଷେତ୍ରରେ ନିୟମିତ ଅଭ୍ୟାସ ଏବଂ ଦୃଢ଼ ଇଛାଶକ୍ତି ଆବଶ୍ୟକ। କଠିନ ପରିଶ୍ରମ ଆମକୁ ନୂତନ କୌଶଳ ଶିଖିବା, ନିଜ ଭୁଲଗୁଡିକୁ ସଂଶୋଧନ କରିବା ଏବଂ ଭାବି […]

କଠିନ ପରିଶ୍ରମ ବିନା ସଫଳତା ଅସମ୍ଭବ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲା ଅତାବିରା ବ୍ଲକର ବାର୍ଷିକ ଉତ୍ସବ ଆଜି ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିନେଶ ଗାଇଗରିଆଙ୍କ ସଭାପତିତ୍ବ କ୍ରମେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିଧାୟକ ନିହାର ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଠିନ ପରିଶ୍ରମ ବିନା ସଫଳତା ଅସମ୍ଭବ। ସଫଳତା ପାଇବା ପାଇଁ ଜୀବନର ଯେକୌଣସି କ୍ଷେତ୍ରରେ ନିୟମିତ ଅଭ୍ୟାସ ଏବଂ ଦୃଢ଼ ଇଛାଶକ୍ତି ଆବଶ୍ୟକ। କଠିନ ପରିଶ୍ରମ ଆମକୁ ନୂତନ କୌଶଳ ଶିଖିବା, ନିଜ ଭୁଲଗୁଡିକୁ ସଂଶୋଧନ କରିବା ଏବଂ ଭାବି ନିମନ୍ତେ ଆତ୍ମବିଶ୍ୱାସ ଗଢ଼ିବାରେ ସାହାଯ୍ୟ କରେ।

ଏହି ସଫଳତାକୁ ପ୍ରାପ୍ତ କରିବା ପାଇଁ ସବୁଠୁ ବଡ଼ ମାନ୍ତ୍ର ହେଉଛି ଧୈର୍ଯ ଓ ପ୍ରୟାସ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଖଇର ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମେହେର ,ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପନ କୁମାର ଦାସ, ଜିଲ୍ଲା ପରିଷଦ ସଭ୍ୟ ରଞ୍ଜିତ ସାହୁ, ସ୍ଥାନୀୟ ସରପଞ୍ଚ କୀର୍ତ୍ତନ ସେଟ୍ ମଞ୍ଚାସିନ ଥିଲେ । ଶିକ୍ଷୟିତ୍ରୀ ପ୍ରମୋଦିନି ସାହୁଙ୍କ ତତ୍ତ୍ଵାବଧାନରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଶିକ୍ଷକ ପ୍ରମୋଦ କୁମାର ଗଡତିଆ ଅତିଥି ପରିଚୟ ପ୍ରଦାନ ଓ ମଞ୍ଚ ପରିଚାଳନା କରିଥିଲେ । ପ୍ରଧାନ ଶିକ୍ଷକ ମନବୋଧ ମାଝୀ ମଞ୍ଚାସିନ ରହି ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବାର୍ଷିକ କ୍ରୀଡାରେ ଚମ୍ପିୟାନ ହୋଇଥିବା ସୋନୁ ତାଣ୍ଡି ଓ ଲିଜା ଷାଣ୍ଢ ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୨୫ ଜଣ ଛାତ୍ର ଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ପ୍ରସନ୍ନ କୁମାର ବେହେରା ,ଦେବାନନ୍ଦ ଭୋଇ ଓ ହିରାମଣି ବାଗ ପୁରସ୍କାର ବିତରଣିରେ ସହଯୋଗ କରିଥିଲେ ।ହେମନ୍ତ ମହାକୁର ଓ ଦେବାନନ୍ଦ ଭୋଇଙ୍କ ନିର୍ଦ୍ଦେଶନାରେ ଛାତ୍ର ଛାତ୍ରୀମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଶିକ୍ଷକ ମୋତିଲାଳ ରଣା ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିଲେ ।