୧୧ ଟା ଯାଏଁ ଗୃହ ମୁଲତବୀ
ଭୁବନେଶ୍ବର: ଚାଲିପାରୁନାହିଁ ଗୃହ । ଆଜି ବିଧାନସଭା ଆରମ୍ଭରୁ ଗୃହରେ ଉଭୟ ବିରୋଧୀ କଂଗ୍ରେସ ଏବଂ ବିଜେଡି ସଦସ୍ୟ ମାନଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୁରମା ପାଢ଼ୀ ଦିନ ସାଢେ ୧୧ ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖୁଥିବା ବେଳେ ରାଜ୍ୟରେ ନାରୀ ସୁରକ୍ଷା ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ସଦସ୍ୟମାନେ କଳା ପୋଷାକ ପିନ୍ଧି ଘଣ୍ଟ ମହୁରୀ ବଜାଇ ପ୍ରତିବାଦ କରିଛନ୍ତି। […]

ଭୁବନେଶ୍ବର: ଚାଲିପାରୁନାହିଁ ଗୃହ । ଆଜି ବିଧାନସଭା ଆରମ୍ଭରୁ ଗୃହରେ ଉଭୟ ବିରୋଧୀ କଂଗ୍ରେସ ଏବଂ ବିଜେଡି ସଦସ୍ୟ ମାନଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୁରମା ପାଢ଼ୀ ଦିନ ସାଢେ ୧୧ ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖୁଥିବା ବେଳେ ରାଜ୍ୟରେ ନାରୀ ସୁରକ୍ଷା ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ସଦସ୍ୟମାନେ କଳା ପୋଷାକ ପିନ୍ଧି ଘଣ୍ଟ ମହୁରୀ ବଜାଇ ପ୍ରତିବାଦ କରିଛନ୍ତି। ଆଜି ୭ ଦିନ ପରେ କଂଗ୍ରେସ ବିଧାୟକ ପ୍ରସାଦ ବାହିନୀପତି ଗୃହକୁ ଆସିଛନ୍ତି। ଠିକ୍ ସେହିପରି ବିଜେଡି ସଦସ୍ୟମାନେ ବିରୋଧୀଙ୍କୁ ଅଣଦେଖା କରାଯାଉଥିବାରୁ ହଟ୍ଟଗୋଳ କରିଛନ୍ତି। ଗୃହର ମଧ୍ୟ ଭାଗକୁ ଆସି ହୋହଲ୍ଲା କରିଥିଲେ ।