କଡା ସୁରକ୍ଷା ବଳୟରେ ପହଞ୍ଚିଲା ୫ ଟ୍ରକ EVM
ନିର୍ବାଚନ ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ଇଭିଏମ୍ । ବିଜେବି ମହାବିଦ୍ୟାଳୟରେ ଇଭିଏମ୍ ରହିବାର ବ୍ୟବସ୍ଥା ।
୨୦୨୪ ସାଧାରଣ ନିର୍ବାଚନ ପାଇଁ ଭୁବନେଶ୍ୱରରେ ପହଞ୍ଚିଛି EVM ମେସିନ। କଡା ସୁରକ୍ଷା ବଳୟ ଭିତରେ ପହଞ୍ଚିଛି ୫ଟି ଟ୍ରକ। ଜଟଣୀ, ଜୟଦେବ, ଏକାମ୍ର ଭୁବନେଶ୍ୱର ମଧ୍ୟ ଭୁବନେଶ୍ୱର ଓ ଉତ୍ତର ଭୁବନେଶ୍ୱର ପାଇଁ ବିଜେବି ମହାବିଦ୍ୟାଳୟରେ EVM ରହିବାର ବ୍ୟବସ୍ଥା ହୋଇଛି। ୫ଟି ଷ୍ଟ୍ରଙ୍ଗ ରୁମରେ ଏହି ଇଭିଏମ ରହିଛି।
EVM ସହ ଭିଭିପ୍ୟାଟ ମେସିନ ମଧ୍ୟ ଏଠାରେ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ରହିବ। ଏହାପରେ କେଉଁ କେଉଁ ବୁଥକୁ କେଉଁ EVM ଯିବ ସେନେଇ ପରବର୍ତ୍ତୀ ସମୟରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ଷ୍ଟ୍ରଙ୍ଗ ରୁମର CCTV ବଳୟ ଭିତରେ ରହିବ EVM। ଆଜି ଠାରୁ ଭୋଟ ଗଣତି ଯାଏ ସବୁ ଦିନର ଭିଡିଓ ରେକର୍ଡିଂ କରାଯିବ। ରାଜନୈତିକ ଦଳର ପ୍ରତିନିଧି ମଧ୍ୟ ୨୪ ଘଣ୍ଟା ଷ୍ଟ୍ରଙ୍ଗ ରୁମ ନିକଟରେ ରହିବାର ବ୍ୟବସ୍ଥା କରାଯାଇଛି। ପ୍ରତି ରୁମ୍ ପାଇଁ ଫୋର୍ସ ମୁତୟନ ରହିବେ।