କ’ଣ ଏହି କର୍ନାଟକର ଏମ୍ୟୁଡିଏ ଘୋଟାଲା? ଯାହାକୁ ନେଇ ଟେନଶନ୍ରେ ସିଦ୍ଧରମେୟା, ଭାଙ୍ଗିଯିବ ସରକାର!
ବେଙ୍ଗାଲୁରୁ,୧୮ା୮: ମହୀଶୂର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ (ଏମ୍ୟୁଡିଏ) ଦ୍ୱାରା ଜମି ଆବଣ୍ଟନରେ ହୋଇଥିବା ଅନିୟମିତତା ଅଭିଯୋଗରେ କର୍ନାଟକ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଦାରାମାୟାଙ୍କ ବିରୋଧରେ ମକଦ୍ଦମା ଚାଲିବ। ଏମ୍ୟୁଡିଏ ଜମି ଦୁର୍ନୀତି ମାମଲାରେ ସିଦ୍ଦାରାମାୟାଙ୍କ ବିରୋଧରେ ମକଦ୍ଦମା ପାଇଁ ରାଜ୍ୟପାଳ ଥାଓ୍ବରଚାନ୍ଦ ଗେହଲଟ୍ ଅନୁମତି ପ୍ରଦାନ କରିଛନ୍ତି। ୩ ଆକ୍ଟିଭିଷ୍ଟ ପ୍ରଦୀପ କୁମାର, ଟି.ଜେ. ଆବ୍ରାହମ ଏବଂ ସ୍ନେହମୟୀ କ୍ରିଷ୍ଣା ଏଥିପାଇଁ ପିଟିଶନ ଦାଏର କରିଥିଲେ। ଉକ୍ତ ପିଟିଶନରେ ଦର୍ଶାଯାଇଥିବା ଅଭିଯୋଗ ଆଧାରରେ ରାଜ୍ୟପାଳଙ୍କ […] The post କ’ଣ ଏହି କର୍ନାଟକର ଏମ୍ୟୁଡିଏ ଘୋଟାଲା? ଯାହାକୁ ନେଇ ଟେନଶନ୍ରେ ସିଦ୍ଧରମେୟା, ଭାଙ୍ଗିଯିବ ସରକାର! appeared first on Dharitri Odia News.
ବେଙ୍ଗାଲୁରୁ,୧୮ା୮: ମହୀଶୂର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ (ଏମ୍ୟୁଡିଏ) ଦ୍ୱାରା ଜମି ଆବଣ୍ଟନରେ ହୋଇଥିବା ଅନିୟମିତତା ଅଭିଯୋଗରେ କର୍ନାଟକ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଦାରାମାୟାଙ୍କ ବିରୋଧରେ ମକଦ୍ଦମା ଚାଲିବ। ଏମ୍ୟୁଡିଏ ଜମି ଦୁର୍ନୀତି ମାମଲାରେ ସିଦ୍ଦାରାମାୟାଙ୍କ ବିରୋଧରେ ମକଦ୍ଦମା ପାଇଁ ରାଜ୍ୟପାଳ ଥାଓ୍ବରଚାନ୍ଦ ଗେହଲଟ୍ ଅନୁମତି ପ୍ରଦାନ କରିଛନ୍ତି। ୩ ଆକ୍ଟିଭିଷ୍ଟ ପ୍ରଦୀପ କୁମାର, ଟି.ଜେ. ଆବ୍ରାହମ ଏବଂ ସ୍ନେହମୟୀ କ୍ରିଷ୍ଣା ଏଥିପାଇଁ ପିଟିଶନ ଦାଏର କରିଥିଲେ। ଉକ୍ତ ପିଟିଶନରେ ଦର୍ଶାଯାଇଥିବା ଅଭିଯୋଗ ଆଧାରରେ ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୨୧୮ ଏବଂ ଦୁର୍ନୀତି ନିବାରଣ ଆଇନର ଧାରା ୨୧୮ ଅନୁଯାୟୀ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ବିରୋଧରେ ମକଦ୍ଦମା ଚଳାଇବା ପାଇଁ ଅନୁମତି ପ୍ରଦାନ କରାଯାଇଥିବା ରାଜ୍ୟପାଳଙ୍କ ସଚିବାଳୟ ପକ୍ଷରୁ ଆକ୍ଟିଭିଷ୍ଟମାନଙ୍କୁ ଜଣାଇଦିଆଯାଇଛି।
ରାଜ୍ୟପାଳଙ୍କ ନିଷ୍ପତ୍ତି ପରେ ଶାସକ କଂଗ୍ରେସ ଏବଂ ବିରେଧୀ ଦଳ ଭାଜପା ମଧ୍ୟରେ ବାକ୍ଯୁଦ୍ଧ ଆରମ୍ଭ ହୋଇଯାଇଛି। କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର, ପ୍ରିୟଙ୍କ ଖାର୍ଗେଙ୍କ ସମେତ କର୍ନାଟକର ଅନେକ ମନ୍ତ୍ରୀ ସିଦ୍ଦାରାମାୟାଙ୍କ ସମର୍ଥନରେ ବାହାରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ କର୍ନାଟକ ଯାଇଛନ୍ତି। ସିଦ୍ଦାରାମାୟା ଅଭିଯୋଗକୁ ଖଣ୍ଡନକରିବା ସହ ସବୁକିଛି ଆଇନ ଅନୁଯାୟୀ ହୋଇଥିବା କହିଛନ୍ତି। ରାଜ୍ୟପାଳଙ୍କ ନିଷ୍ପତ୍ତି ସମ୍ବିଧାନ ବିରୋଧୀ ଏବଂ ଆଇନ ବିରୋଧୀ। ସେ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ। ବିରୋଧୀ ଦଳ ତାଙ୍କ ଇସ୍ତଫା ଦାବି କରିଥିବାବେଳେ ସେ କୌଣସି ଭୁଲ୍ କରି ନ ଥିବାରୁ ଇସ୍ତଫା ଦେବାର ପ୍ରଶ୍ନ ଉଠୁନାହିଁ। ସମ୍ପୂର୍ଣ୍ଣ କ୍ୟାବିନେଟ, ଦଳ ହାଇକମାଣ୍ଡ, ସମସ୍ତ ବିଧାୟକ, ବିଧାନ ପରିଷଦ ସଦସ୍ୟ, ଲୋକ ସଭା ଓ ରାଜ୍ୟ ସଭା ସଦସ୍ୟମାନେ ତାଙ୍କ ସହ ରହିଥିବା ସିଦ୍ଦାରାମାୟା ବେଙ୍ଗାଲୁରୁଠାରେ ଖବରଦାତାମାନଙ୍କୁ କହିଛନ୍ତି। ଗଣତାନ୍ତ୍ରିକ ଭାବେ ନିର୍ବାଚିତ ସରକାରକୁ ଭାଙ୍ଗିଦେବା ପାଇଁ ଭାଜପା, ଜେଡିଏସ୍ ଏବଂ ଅନ୍ୟମାନେ ଷଡ଼ଯନ୍ତ୍ର ଚଳାଇଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ କର୍ନାଟକର କଂଗ୍ରେସ ସରକାର ଏବଂ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ଦୁର୍ନୀତିର ଯଥେଷ୍ଟ ପ୍ରମାଣ ଓ ରେକର୍ଡ ରହିଥିବା ଭାଜପା କହିବା ସହ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛି।
ସିଦ୍ଦାରାମାୟାଙ୍କୁ ସମର୍ଥନ ଜଣାଇ କଂଗ୍ରେସ କହିଛି, ରାଜ୍ୟପାଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍.ଡି. କୁମାରସ୍ବାମୀ ଏବଂ ପୂର୍ବତନ ମନ୍ତ୍ରୀ ଶଶିକଳା ଜୋଲେ ଏବଂ ମୁରୁଗେଶ ନିରାନିଙ୍କ ବିରୋଧରେ ତଦନ୍ତ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟପାଳ ବିଳମ୍ବ କରୁଛନ୍ତି। ଅଥଚ ଏକ ଭିତ୍ତିହୀନ ଘରୋଇ ଅଭିଯୋଗ ଆଧାରରେ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ବିରୋଧରେ ମକଦ୍ଦମା ଚଳାଇବାକୁ ଅତି ତରବରିଆ ଭାବେ ନିଷ୍ପତ୍ତି ନେବା ଘଟଣାରୁ ରାଜନୈତିକ ଉଦ୍ଦେଶ୍ୟମୂଳକ ଷଡ଼ଯନ୍ତ୍ର ଥିବା ସ୍ପଷ୍ଟ ବାରି ହେଉଛି ବୋଲି କଂଗ୍ରେସ କହିଛି।
ଏମ୍ୟୁଡିଏ ଦୁର୍ନୀତି କ’ଣ
ମହୀଶୂର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ (ଏମ୍ୟୁଡିଏ) ଦ୍ୱାରା ଜମି ଆବଣ୍ଟନରେ ଅନିୟମିତତାକୁ ନେଇ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ବିରୋଧରେ ମକଦ୍ଦମା ଚଳାଇବାକୁ ରାଜ୍ୟପାଳ ନିଷ୍ପତ୍ତି ନେଇଛନ୍ତି। ଫଳରେ ସିଦ୍ଦାରାମାୟା ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି। ସିଦ୍ଦାରାମାୟାଙ୍କ ପୂର୍ବ ପାଳି ସରକାର ସମୟରେ ତାଙ୍କ ସ୍ତ୍ରୀ ବି.ଏମ୍. ପାର୍ବତୀଙ୍କୁ କ୍ଷତିପୂରଣ ସ୍ବରୂପ ଜମି ଆବଣ୍ଟନ କରାଯାଇଥିଲା, ଯାହାକୁ ନେଇ ବିବାଦ ଦେଖାଦେଇଛି। ବେଆଇନ ଭାବେ ଏହି ଜମି ଆବଣ୍ଟନ ଯୋଗୁ ରାଜ୍ୟ ରାଜକୋଷର ବହୁକୋଟି ଟଙ୍କା କ୍ଷତି ହୋଇଥିବା ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି। ଏହି ମାମଲାରେ ଏମ୍ୟୁଡିଏ ଏବଂ ରାଜସ୍ବ ବିଭାଗର ଶୀର୍ଷ ଅଧିକାରୀମାନଙ୍କୁ ଅଭିଯୁକ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ୩ ଆକ୍ଟିଭିଷ୍ଟ ପ୍ରଦୀପ କୁମାର, ଟି.ଜେ. ଆବ୍ରାହମ ଏବଂ ସ୍ନେହମୟୀ କ୍ରିଷ୍ଣା ରାଜ୍ୟପାଳ ଥାଓ୍ବରଚାନ୍ଦ ଗେହଲଟ୍ଙ୍କୁ ନିବେଦନ କରିଥିଲେ।
ସୂଚନାଯୋଗ୍ୟ, ଗତ ଜୁଲାଇରେ ଲୋକାୟୁକ୍ତ ପୋଲିସ ନିକଟରେ ଦାଏର ଅଭିଯୋଗରେ ଦର୍ଶାଯାଇଥିଲା ଯେ, ମହୀଶୂରରେ ସିଦ୍ଦାରାମାୟାଙ୍କ ସ୍ତ୍ରୀ ବି.ଏମ୍. ପାର୍ବତୀଙ୍କୁ ତାଙ୍କ ଘର ପାଖରେ ଥିବା ନିକଟରେ ୧୪ଟି ଜମି ପ୍ଲଟ୍ ବେଆଇନ ଭାବେ ମଞ୍ଜୁର କରାଯାଇଛି। ଏଥିପାଇଁ ରାଜ୍ୟ ରାଜକୋଷରୁ ୪୫ କୋଟି ଟଙ୍କା କ୍ଷତି ହୋଇଛି। ଅଭିଯୋଗରେ ସିଦ୍ଦାରାମାୟାଙ୍କ ସମେତ ତାଙ୍କ ସ୍ତ୍ରୀ, ପୁଅ ଏସ୍. ଯଥୀନ୍ଦ୍ର ଏବଂ ଏମ୍ୟୁଡିଏର ବରିଷ୍ଠ ଅଧିକାରୀମାନଙ୍କ ନାମ ରହିଥିଲା। ଉକ୍ତ ଅଭିଯୋଗ ଆଧାରରେ ସପ୍ତାହେ ମଧ୍ୟରେ ଜବାବ ଦାଖଲ କରିବା ପାଇଁ ରାଜ୍ୟପାଳ ଗତ ମାସରେ ମୁଖ୍ୟମନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଥିଲେ। ତାଙ୍କ ବିରୋଧରେ କ’ଣ ପାଇଁ ମକଦ୍ଦମା ନ ଚାଲିବ ଜଣାଇବାକୁ କୁହାଯାଇଥିଲା। ତେବେ ମକଦ୍ଦମା ନ ଚଳାଇବା ଲାଗି ରାଜ୍ୟପାଳଙ୍କୁ ଜଣାଇବା ପାଇଁ ରାଜ୍ୟ କ୍ୟାବିନେଟ୍ରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। କାରଣ ଦର୍ଶାଅ ନୋଟିସ ପ୍ରତ୍ୟାହାର କରିନେବାକୁ କୁହାଯିବା ସହ ରାଜ୍ୟପାଳଙ୍କ ସାମ୍ବିଧାନିକ କାର୍ଯ୍ୟାଳୟର ଦୁରୁପଯୋଗ ହେଉଥିବା କ୍ୟାବିନେଟ ଅଭିଯୋଗ କରିଥିଲା।
The post କ’ଣ ଏହି କର୍ନାଟକର ଏମ୍ୟୁଡିଏ ଘୋଟାଲା? ଯାହାକୁ ନେଇ ଟେନଶନ୍ରେ ସିଦ୍ଧରମେୟା, ଭାଙ୍ଗିଯିବ ସରକାର! appeared first on Dharitri Odia News.