କ’ଣ ଏହି ଜିଲାପି ଓ ଜାଟ୍ ଫ୍ୟାକ୍ଟର? କଂଗ୍ରେସ ପାଇଁ ହରିୟାଣାରେ କଲା ଅଡୁଆ
ନୂଆଦିଲ୍ଲୀ,୮।୧୦: ହରିୟାଣା ନିର୍ବାଚନରେ ଦୁଇଟି ପ୍ରମୁଖ ଶଦ୍ଦ ଥିଲା ଜାଟ୍ ଓ ଜିଲାପି। କଂଗ୍ରେସ ଏହି ଦୁଇଟି ଉପରେ ବାଜି ଲଗାଇଥିଲା। ହେଲେ ଶେଷ ମୂହୁର୍ତ୍ତରେ ଏହା ଫେଲ୍ ମାରିଥିଲା। ହରିୟାଣାର ଗୋହାନର ପ୍ରସିଦ୍ଧ ଜିଲାପି ନିର୍ବାଚନ ପୂର୍ବରୁ ରାହୁଲଙ୍କ ଭାଷଣରେ ବାରମ୍ବାର ଶୁଣିବାକୁ ମିଳୁଥିଲା। ତେବେ ଏହାକୁ ନେଇ କଂଗ୍ରେସ ଜୋରଦାର ଭାଜପାକୁ ଟାର୍ଗେଟ ମଧ୍ୟ କରିଥିଲା। ତେବେ ଆଜି ସକାଳୁ ସକାଳୁ କଂଗ୍ରେସ ହରିୟାଣା ମତ ଗଣନାରେ ଆଗରେ ଥିବାର ଦେଖି ଦିଲ୍ଲୀର କଂଗ୍ରେସ […] The post କ’ଣ ଏହି ଜିଲାପି ଓ ଜାଟ୍ ଫ୍ୟାକ୍ଟର? କଂଗ୍ରେସ ପାଇଁ ହରିୟାଣାରେ କଲା ଅଡୁଆ appeared first on Dharitri Odia News.
ନୂଆଦିଲ୍ଲୀ,୮।୧୦: ହରିୟାଣା ନିର୍ବାଚନରେ ଦୁଇଟି ପ୍ରମୁଖ ଶଦ୍ଦ ଥିଲା ଜାଟ୍ ଓ ଜିଲାପି। କଂଗ୍ରେସ ଏହି ଦୁଇଟି ଉପରେ ବାଜି ଲଗାଇଥିଲା। ହେଲେ ଶେଷ ମୂହୁର୍ତ୍ତରେ ଏହା ଫେଲ୍ ମାରିଥିଲା। ହରିୟାଣାର ଗୋହାନର ପ୍ରସିଦ୍ଧ ଜିଲାପି ନିର୍ବାଚନ ପୂର୍ବରୁ ରାହୁଲଙ୍କ ଭାଷଣରେ ବାରମ୍ବାର ଶୁଣିବାକୁ ମିଳୁଥିଲା। ତେବେ ଏହାକୁ ନେଇ କଂଗ୍ରେସ ଜୋରଦାର ଭାଜପାକୁ ଟାର୍ଗେଟ ମଧ୍ୟ କରିଥିଲା। ତେବେ ଆଜି ସକାଳୁ ସକାଳୁ କଂଗ୍ରେସ ହରିୟାଣା ମତ ଗଣନାରେ ଆଗରେ ଥିବାର ଦେଖି ଦିଲ୍ଲୀର କଂଗ୍ରେସ କାର୍ଯ୍ୟାଳୟରେ ଜିଲାପି ବଣ୍ଟା ଯାଇଥିଲା। ହେଲେ ପରେ ଭାଜପା ଆଗରେ ଟ୍ରେଣ୍ଡ କରୁଥିବା ଦେଖିବାକୁ ମିଳିଲା।
ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସି ସାରିଛି। ଭାଜପା କ୍ରମାଗତ ତୃତୀୟ ଥର ସରକାର ଗଢିବାକୁ ଯାଉଛି। ତେବେ ମଙ୍ଗଳବାର ସକାଳେ କଂଗ୍ରେସର ଖୁସିର ମାହୋଲ ଅଚାନକ ଦୁଃଖର ମାହୋଲରେ ବଦଳିଗଲା। ସକାଳେ କଂଗ୍ରେସ ମୁଖ୍ୟାଳୟରେ ଉତ୍ସବର ମାହୋଲ ଥିଲା କିନ୍ତୁ ଅପରାହ୍ଣ ବେଳକୁ ସବୁ କିଛି ବଦଳିଗଲା।
The post କ’ଣ ଏହି ଜିଲାପି ଓ ଜାଟ୍ ଫ୍ୟାକ୍ଟର? କଂଗ୍ରେସ ପାଇଁ ହରିୟାଣାରେ କଲା ଅଡୁଆ appeared first on Dharitri Odia News.