କଣ ଥିଲା କି ବଡ ବିପଦ? ଗଭୀର ସମୁଦ୍ରରେ କାହିଁକି ବସିଥିଲା କ୍ୟାବିନେଟ ମିଟିଂ ?

ନୂଆଦିଲ୍ଲୀ ୦୮/୧୦: ସାଢେ ୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ମାଲଦ୍ୱୀପ ପୁଣି ଥରେ ଚର୍ଚ୍ଚାରେ । କହିବାକୁ ଗଲେ ପାଣିର ସୌନ୍ଦର୍ଯ୍ୟ ପାଇଁ ମାଲଦ୍ୱୀପ ସାରା ବିଶ୍ୱରେ ପ୍ରସିଦ୍ଧ । ଜଳ ସହ ଜଡିତ ରେକର୍ଡ ମଧ୍ୟ ଏହି ଦେଶ ନାମରେ ଅଛି । ଏବେ କିନ୍ତୁ ନୂଆ ଚର୍ଚ୍ଚା ଯୋଡିହୋଇଛି ଏହି ସୁନ୍ଦର ଦେଶ ନାଁରେ । ତାହା ହେଲା ବିଶ୍ୱର ପ୍ରଥମ ଅଣ୍ଡର ୱାଟର କ୍ୟାବିନେଟ ମିଟିଂ । ଯାହାକି ମାଲଦ୍ୱୀପରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଥିଲା । ଏହି କ୍ୟାବିନେଟ ବୈଠକ, ବିଶ୍ୱର ପ୍ରଥମ, ଯାହାକି ସମଗ୍ର ବିଶ୍ୱରେ ଆଲୋଡନ ସୃଷ୍ଟି କରିଥିଲା । ହେଲେ କଣ ପାଇଁ ବସିଲା ଏମିତି କ୍ୟାବିନେଟ ମିଟିଂ । କଣ ଏହା ପଛର ରହସ୍ୟ । ଗଭୀର ଜଳରେ ମିଟିଂ ହେବାର କାରଣ ବିଶ୍ୱ ତାପମାତ୍ରାର ବିପଦ ବିଷୟରେ ଚର୍ଚ୍ଚା କରିବା । ମାଲଦ୍ୱୀପ ସେହି ଦେଶମାନଙ୍କ ମଧ୍ୟରେ ଅଛି ଯେଉଁଥିରେ ବୁଡ଼ିଯିବାର ଆଶଙ୍କା ଅଧିକ । ବୈଜ୍ଞାନିକମାନେ କହିଛନ୍ତି ଯେ ପ୍ରତିବର୍ଷ ମାଲଦ୍ୱୀପ ଚାରିପାଖରେ ଜଳ ସ୍ତର ୩ ରୁ ୪ ମିଲିଲିଟର ବୃଦ୍ଧି ପାଉଛି । 10 years ago, the cabinet held its famous underwater meeting to highlight the risks of climate change and rising sea levels. Today, with solar and other renewables at rock bottom prices, it’s time to accelerate the switch to clean energy

କଣ ଥିଲା କି ବଡ ବିପଦ? ଗଭୀର ସମୁଦ୍ରରେ କାହିଁକି ବସିଥିଲା କ୍ୟାବିନେଟ ମିଟିଂ ?

ନୂଆଦିଲ୍ଲୀ ୦୮/୧୦: ସାଢେ ୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ମାଲଦ୍ୱୀପ ପୁଣି ଥରେ ଚର୍ଚ୍ଚାରେ । କହିବାକୁ ଗଲେ ପାଣିର ସୌନ୍ଦର୍ଯ୍ୟ ପାଇଁ ମାଲଦ୍ୱୀପ ସାରା ବିଶ୍ୱରେ ପ୍ରସିଦ୍ଧ । ଜଳ ସହ ଜଡିତ ରେକର୍ଡ ମଧ୍ୟ ଏହି ଦେଶ ନାମରେ ଅଛି । ଏବେ କିନ୍ତୁ ନୂଆ ଚର୍ଚ୍ଚା ଯୋଡିହୋଇଛି ଏହି ସୁନ୍ଦର ଦେଶ ନାଁରେ । ତାହା ହେଲା ବିଶ୍ୱର ପ୍ରଥମ ଅଣ୍ଡର ୱାଟର କ୍ୟାବିନେଟ ମିଟିଂ । ଯାହାକି ମାଲଦ୍ୱୀପରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଥିଲା । 

ଏହି କ୍ୟାବିନେଟ ବୈଠକ, ବିଶ୍ୱର ପ୍ରଥମ, ଯାହାକି ସମଗ୍ର ବିଶ୍ୱରେ ଆଲୋଡନ ସୃଷ୍ଟି କରିଥିଲା । ହେଲେ କଣ ପାଇଁ ବସିଲା ଏମିତି କ୍ୟାବିନେଟ ମିଟିଂ । କଣ ଏହା ପଛର ରହସ୍ୟ । ଗଭୀର ଜଳରେ ମିଟିଂ ହେବାର କାରଣ ବିଶ୍ୱ ତାପମାତ୍ରାର ବିପଦ ବିଷୟରେ ଚର୍ଚ୍ଚା କରିବା । ମାଲଦ୍ୱୀପ ସେହି ଦେଶମାନଙ୍କ ମଧ୍ୟରେ ଅଛି ଯେଉଁଥିରେ ବୁଡ଼ିଯିବାର ଆଶଙ୍କା ଅଧିକ । ବୈଜ୍ଞାନିକମାନେ କହିଛନ୍ତି ଯେ ପ୍ରତିବର୍ଷ ମାଲଦ୍ୱୀପ ଚାରିପାଖରେ ଜଳ ସ୍ତର ୩ ରୁ ୪ ମିଲିଲିଟର ବୃଦ୍ଧି ପାଉଛି । 


ଏକବିଂଶ ଶତାବ୍ଦୀ ଶେଷ ସୁଦ୍ଧା ମାଲଦ୍ୱୀପ ସମୁଦ୍ରରେ ବୁଡ଼ି ଯାଇପାରେ ବୋଲି ପୂର୍ବାନୁମାନ କରାଯାଇଥିଲା । ଏହା ସଂପୂର୍ଣ୍ଣ ବୁଡ଼ି ଯାଇପାରେ । ଏହାର କାରଣ ହେଉଛି ବିଶ୍ୱ ତାପମାତ୍ରା ହେତୁ ବରଫ ଶୀଘ୍ର ତରଳିବା ।  ଅକ୍ଟୋବର ୧୯, ୨୦୦୯ରେ ଅନୁଷ୍ଠିତ ଏହି ବୈଠକରେ ମାଲଦ୍ୱୀପର ୧୧ ଜଣ ମନ୍ତ୍ରୀ ପାଣି ଭିତରକୁ ଯାଇ କ୍ୟାବିନେଟ ବୈଠକ କରିଥିଲେ । ଜଳର ଗଭୀରତାରେ ୩୦ ମିନିଟ୍ ପର୍ଯ୍ୟନ୍ତ ଏହି ବୈଠକ ଜାରି ରହିଥିଲା । ବୈଠକରେ ୯ଟି ପ୍ରସ୍ତାବକୁ ମିଳିଥିଲା ମଞ୍ଜୁରୀ । 

ମାଲଦ୍ୱୀପକୁ କିପରି ଧୀରେ ଧୀରେ ପାଣିରୁ ବୁଡ଼ିଯିବାକୁ ଅଟକାଇ ହେବ ସେନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକର ଧାରଣା ତତ୍କାଳୀନ ରାଷ୍ଟ୍ରପତି ମହମ୍ମଦ ନାସିଦଙ୍କଠାରୁ ଆସିଥିଲା । ବୈଜ୍ଞାନିକମାନେ କହିଛନ୍ତି ଯେ ବିପଦ ଏତେ ବଡ ଯେ ପ୍ରତିବର୍ଷ ଏହି ଦେଶର କିଛି ଅଂଶ ପାଣିରେ ବୁଡ଼ି ଯାଉଛି । ଯଦି ତାପମାତ୍ରା ଦ୍ରୁତ ଗତିରେ ବଢିବାରେ ଲାଗେ ତେବେ ପରିସ୍ଥିତି ଆହୁରି ଖରାପ ହେବ ଏବଂ ଦେଶ ବୁଡ଼ିଯିବ ।