କ’ଣ ମୋବାଇଲରେ ଅଶ୍ଲୀଳ ଭିଡିଓ ଦେଖିବା ଅପରାଧ କି? କୋର୍ଟ ଦେଲେ ବଡ ରାୟ

ନୂଆଦିଲ୍ଲୀ,୧୨।୧: ଯୁବପିଢିଙ୍କ ମଧ୍ୟରେ ବଢୁଥିବା ଅଶ୍ଳୀଳ ଭିଡିଓ ଦେଖିବା ନିଶାକୁ ନେଇ ମାଡ୍ରାସ ହାଇକୋର୍ଟ ମାମଲାର ଶୁଣାଣି କରିଛନ୍ତି। କୋର୍ଟ ଅଶ୍ଳୀଳ ଭିଡିଓ ଦେଖିବାକୁ ନିଶା ବା ମାଦକ ଦ୍ରବ୍ୟ ପିଇବା ସହ ତୁଳନା କରିଛନ୍ତି। ଜଷ୍ଟିସ ଏନ ଆନନ୍ଦ ଭେଙ୍କେଟଶ ମାମଲାର ଶୁଣାଣିବେଳେ ଏକ ଟିପ୍ପଣୀରେ କହିଛନ୍ତି, ନିଜ ମୋବାଇଲ କିମ୍ବା ଲାପଟପରେ ଅଶ୍ଲୀଳ ଚିତ୍ର କିମ୍ବା ଭିଡିଓ ଦେଖିବା ଅପରାଧ ଅଟେ। ଯୁବପିଢିଙ୍କ ମଧ୍ୟରେ ଲଗାତାର ବଢୁଥିବା ଅଶ୍ଲୀଳ ଭିଡିଓ ଦେଖିବା ନିଶାକୁ ଅତିଶୀଘ୍ର […] The post କ’ଣ ମୋବାଇଲରେ ଅଶ୍ଲୀଳ ଭିଡିଓ ଦେଖିବା ଅପରାଧ କି? କୋର୍ଟ ଦେଲେ ବଡ ରାୟ appeared first on Dharitri Odia News.

କ’ଣ ମୋବାଇଲରେ ଅଶ୍ଲୀଳ ଭିଡିଓ ଦେଖିବା ଅପରାଧ କି? କୋର୍ଟ ଦେଲେ ବଡ ରାୟ

ନୂଆଦିଲ୍ଲୀ,୧୨।୧: ଯୁବପିଢିଙ୍କ ମଧ୍ୟରେ ବଢୁଥିବା ଅଶ୍ଳୀଳ ଭିଡିଓ ଦେଖିବା ନିଶାକୁ ନେଇ ମାଡ୍ରାସ ହାଇକୋର୍ଟ ମାମଲାର ଶୁଣାଣି କରିଛନ୍ତି। କୋର୍ଟ ଅଶ୍ଳୀଳ ଭିଡିଓ ଦେଖିବାକୁ ନିଶା ବା ମାଦକ ଦ୍ରବ୍ୟ ପିଇବା ସହ ତୁଳନା କରିଛନ୍ତି। ଜଷ୍ଟିସ ଏନ ଆନନ୍ଦ ଭେଙ୍କେଟଶ ମାମଲାର ଶୁଣାଣିବେଳେ ଏକ ଟିପ୍ପଣୀରେ କହିଛନ୍ତି, ନିଜ ମୋବାଇଲ କିମ୍ବା ଲାପଟପରେ ଅଶ୍ଲୀଳ ଚିତ୍ର କିମ୍ବା ଭିଡିଓ ଦେଖିବା ଅପରାଧ ଅଟେ। ଯୁବପିଢିଙ୍କ ମଧ୍ୟରେ ଲଗାତାର ବଢୁଥିବା ଅଶ୍ଲୀଳ ଭିଡିଓ ଦେଖିବା ନିଶାକୁ ଅତିଶୀଘ୍ର ସମାଧାନ କରିବା ପାଇଁ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି।

ଜଷ୍ଟିସ ଆନନ୍ଦ ସ୍ପଷ୍ଟ କରିଛନ୍ତି ଯେ, ପୋକ୍ସ ଆକ୍ଟ ଅନ୍ତର୍ଗତ ୧୮ବର୍ଷରୁ କମ୍‌ ବୟସ ଥିବା ପିଲା ନିଜ ଇଲୋକ୍ଟ୍ରୋନିକ ଡିଭାଇସରେ ଅଶ୍ଲୀଳ ଭିଡିଓ ଡାଉନଲୋଡ କରିବା ଓ ଦେଖିବା କୌଣସି ଅପରାଧ ନୁହେଁ।
କୋର୍ଟ ଆହୁରି କହିଛନ୍ତି ଯେ, ଯୁବପିଢି ଏବେ ଏପରି ଏକ ଗମ୍ଭୀର ସମସ୍ୟା ଦେଇ ଗତି କରୁଛନ୍ତି, ଯେଉଁଥିରେ ତାଙ୍କୁ ଦଣ୍ଡ ଦେବା ବଦଳରେ ଉଚିତ ପରାମର୍ଶ ଦିଅନ୍ତୁ।
୨୮ବର୍ଷିୟ ବ୍ୟକ୍ତିଙ୍କ ବିରୋଧରେ ଆରମ୍ଭ ହୋଇଥିବା ଏହି ମାମଲାକୁ କୋର୍ଟ ରଦ୍ଧ କରିଦେଇଛନ୍ତି। ଶୁଣାଣି ଶେଷରେ କୋର୍ଟ ରାୟ ଦେଇଛନ୍ତି ଯେ, ନିଜ ମୋବାଇଲରେ ଅଶ୍ଲୀଳ ଭିଡିଓ ଦେଖିବା ପାପ ନୁହେଁ ହେଲେ ଏହାକୁ ପ୍ରସାରଣ କରିବା ବା ଅନ୍ୟକୁ ଦେଖାବା ଅପରାଧ ଅଟେ।

 

The post କ’ଣ ମୋବାଇଲରେ ଅଶ୍ଲୀଳ ଭିଡିଓ ଦେଖିବା ଅପରାଧ କି? କୋର୍ଟ ଦେଲେ ବଡ ରାୟ appeared first on Dharitri Odia News.