କ’ଣ ୭୫ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଦେବେ ନରେନ୍ଦ୍ର ମୋଦି? BJPର ଅବସର ପଲିସି ବୁଝନ୍ତୁ…
ନୂଆଦିଲ୍ଲୀ,୧୨।୭: ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ନିକଟରେ ଏକ ବଡ଼ ବୟାନ ଦେଇଥିଲେ। ସେ କହିଥିଲେ ଯେ ୭୫ ବର୍ଷ ବୟସ ପୂରଣ ହେବା ପରେ ନେତାମାନଙ୍କୁ ଅନ୍ୟମାନଙ୍କୁ କାମ କରିବାର ସୁଯୋଗ ଦେବା ଉଚିତ। ନାଗପୁରର ଏକ କାର୍ଯ୍ୟକ୍ରମ ସମୟରେ ସେ ଦେଇଥିବା ଏଭଳି ବୟାନ ଚର୍ଚ୍ଚାରେ ରହିଛି। ଏହାକୁ ନେଇ ବିରୋଧୀ ଦଳ କଟାକ୍ଷ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ସେ ଏପରି କହିଥିବା ସେମାନେ କହୁଛନ୍ତି। ୭୫ ବର୍ଷକୁ ନେଇ କାହିଁକି […] The post କ’ଣ ୭୫ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଦେବେ ନରେନ୍ଦ୍ର ମୋଦି? BJPର ଅବସର ପଲିସି ବୁଝନ୍ତୁ… appeared first on Dharitri Odia News.
ନୂଆଦିଲ୍ଲୀ,୧୨।୭: ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ନିକଟରେ ଏକ ବଡ଼ ବୟାନ ଦେଇଥିଲେ। ସେ କହିଥିଲେ ଯେ ୭୫ ବର୍ଷ ବୟସ ପୂରଣ ହେବା ପରେ ନେତାମାନଙ୍କୁ ଅନ୍ୟମାନଙ୍କୁ କାମ କରିବାର ସୁଯୋଗ ଦେବା ଉଚିତ। ନାଗପୁରର ଏକ କାର୍ଯ୍ୟକ୍ରମ ସମୟରେ ସେ ଦେଇଥିବା ଏଭଳି ବୟାନ ଚର୍ଚ୍ଚାରେ ରହିଛି। ଏହାକୁ ନେଇ ବିରୋଧୀ ଦଳ କଟାକ୍ଷ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ସେ ଏପରି କହିଥିବା ସେମାନେ କହୁଛନ୍ତି।
୭୫ ବର୍ଷକୁ ନେଇ କାହିଁକି ଏତେ ଚର୍ଚ୍ଚା?
ନିକଟରେ ମୋହନ ଭାଗବତ ୭୫ ବର୍ଷ ବୟସ ଏବଂ ଅବସର ବିଷୟରେ ସଙ୍କେତ ଦେଇଛନ୍ତି ସତ ହେଲେ ୨୦୧୪ରେ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ଏନେଇ ଚର୍ଚ୍ଚା ହୋଇଥିଲା। ଏହି ସମୟରେ ଅନେକ ନେତାଙ୍କୁ ଭାଜପା ମାର୍ଗଦର୍ଶକ ମଣ୍ଡଳୀକୁ ପଠାଇଥିଲା। ଏହାକୁ ନେଇ ତୁମ୍ବିତୋଫାନ ହୋଇଥିଲା।
୨୦୧୪ରେ ଭାଜପା ଲୋକ ସଭା ନିର୍ବାଚନ ଲାଗି ଲାଲକୃଷ୍ଣ ଆଡଭାଣୀଙ୍କୁ ଟିକେଟ ଦେଇ ଥିଲା। ହେଲେ ତାଙ୍କୁ ସରକାର ଆସିବା ପରେ ମାର୍ଗଦର୍ଶକ ମଣ୍ଡଳୀକୁ ପଠାଇ ଦେଇଥିଲା। ଏହି ସମୟରେ ଦାବି କରାଯାଇଥିଲା କି ୭୫ ବର୍ଷ ପରେ ଭାଜପା ନିଜ ନେତାଙ୍କୁ ସକ୍ରିୟ ରାଜନୀତିରୁ ଅବସର ଦେଇଦେବ। ଏହା ପରେ ଅନେକ ନେତା କ୍ଷମତା ହରାଇଥିଲେ।
ଗତବର୍ଷ ଲୋକ ସଭା ନିର୍ବାଚନ ସମୟରେ ତିହାର ଜେଲରୁ ଫେରିଥିବା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଦାବି କରିଥିଲେ ଯେ ସେପ୍ଟେମ୍ବର ୨୦୨୫ରେ ମୋଦି ୭୫ ବର୍ଷର ହୋଇଯିବେ। ଏହାପରେ ସେ କ୍ଷମତା ଛାଡ଼ିଦେବେ। ପରେ ସେହି ପଦବୀ ଅମିତ ଶାହାଙ୍କୁ ମିଳିଯିବ। ଏପରିକି ଏହି ପ୍ରକାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ହଟାଇ ଦିଆଯିବ ବୋଲି ସେ କହିଥିଲେ।
ଏହି ଘଟଣାକୁ ନେଇ ହଇଚଇ ସୃଷ୍ଟି ହେବା ପରେ ଅମିତ ଶାହା ସଫେଇ ଦେଇଥିଲେ। ଶାହା କହିଥିଲେ ଯେ ମୋଦି ନିଜର ତୃତୀୟ କାର୍ଯ୍ୟକାଳ ପୂରଣ କରିବେ। ଭାଜପା ସମ୍ବିଧାନରେ ଏଭଳି ଲେଖାଯାଇ ନାହିଁ ଯେ ମୋଦି ପ୍ରଧାନମନ୍ତ୍ରୀ ହୋଇ ପାରିବେ ନାହିଁ। ସେ ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ ଏବଂ ନିଜର କାର୍ଯ୍ୟକାଳ ପୂରଣ କରିବେ। କେବଳ ସେତିକି ନୁହେଁ ୨୦୨୯ରେ କାର୍ଯ୍ୟକାଳ ଶେଷ ହେବା ପରେ ବି ସେ ଭାଜପାର ପ୍ରଧାନମନ୍ତ୍ରୀ ଚେହେରା ରହିବେ। ସେଥିରୁ ସ୍ପଷ୍ଟ ହୋଇଥିଲା ଯେ ମୋଦିଙ୍କ ଅବସର ସମ୍ଭାବା ନାହିଁ।
କହିରଖୁଛୁ, ଦେଶର ସମ୍ବିଧାନ ପ୍ରଧାନମନ୍ତ୍ରୀ ପଦ ଲାଗି ଯୋଗ୍ୟତା ମଧ୍ୟରେ ବୟସର କୌଣସି ସୀମା ନାହିଁ। ଅର୍ଥାତ ଯେକୌଣସି ବ୍ୟକ୍ତି ପ୍ରଧାନମନ୍ତ୍ରୀ ପଦରେ ଅଧିକ ବୟସ ହେବା ସତ୍ତ୍ୱେ ରହିପାରିବେ। ସେହିଭଳି ଶାହା ମଧ୍ୟ କହି ସାରିଛନ୍ତି ଯେ ଭାଜପା ସମ୍ବିଧାନରେ ମଧ୍ ଏହାକୁ ନେଇ କୌଣସି ନିୟମ ନାହିଁ।
ଏମିତିରେ ମୋଦିଙ୍କ ଯୁଗରେ ୭୫ ବର୍ଷ ବୟସ ପରେ ଅନେକ ନେତାଙ୍କୁ ସକ୍ରିୟ ରାଜନୀତିରୁ ଛୁଟି ଦିଆଯାଇଛି। ଏଣୁ ସେ ନିଜର ପଦ ଛାଡ଼ିବେ କି ନାହିଁ ତାହା ଦେଖିବାକୁ ବାକି ରହିଛି। ଅପରପକ୍ଷେ ମୋହନ ଭାଗବତଙ୍କ ବୟାନ ଏହି ଚର୍ଚ୍ଚାରେ ଘିଅ ଢ଼ାଳିଛି।
The post କ’ଣ ୭୫ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଦେବେ ନରେନ୍ଦ୍ର ମୋଦି? BJPର ଅବସର ପଲିସି ବୁଝନ୍ତୁ… appeared first on Dharitri Odia News.