୧୫ ଅଗଷ୍ଟ, ୨୬ ଜାନୁଆରୀରେ ପତାକା ଉତ୍ତୋଳନ କରିବାରେ ରହିଛି ପାର୍ଥକ୍ୟ: ଜାଣନ୍ତୁ କେମିତି
ତ୍ରିରଙ୍ଗା ସର୍ବଦା ଦେଶର ଗର୍ବ। କିନ୍ତୁ ଆପଣ କେବେ ଧ୍ୟାନ ଦେଇଛନ୍ତି କି ସାଧାରଣତନ୍ତ୍ର ଦିବସ ଏବଂ ସ୍ବାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କରିବାର ଉପାୟ ଅଲଗା। ଏହା ପଛରେ ଏକ ବିଶେଷ କାରଣ ଏବଂ ଇତିହାସ ଅଛି। ଜାନୁଆରୀ ୨୬ ଅର୍ଥାତ୍ ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ପତାକା ଉତ୍ତୋଜନ କରୁଥିବାବେଳେ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରନ୍ତି। ଏହାର କାରଣ ହେଉଛି ସାଧାରଣତନ୍ତ୍ର ଦିବସ ସମ୍ବିଧାନ ସହିତ ଜଡିତ ଏକ ଦିନ। […] The post ୧୫ ଅଗଷ୍ଟ, ୨୬ ଜାନୁଆରୀରେ ପତାକା ଉତ୍ତୋଳନ କରିବାରେ ରହିଛି ପାର୍ଥକ୍ୟ: ଜାଣନ୍ତୁ କେମିତି appeared first on Dharitri Odia News.
ତ୍ରିରଙ୍ଗା ସର୍ବଦା ଦେଶର ଗର୍ବ। କିନ୍ତୁ ଆପଣ କେବେ ଧ୍ୟାନ ଦେଇଛନ୍ତି କି ସାଧାରଣତନ୍ତ୍ର ଦିବସ ଏବଂ ସ୍ବାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କରିବାର ଉପାୟ ଅଲଗା। ଏହା ପଛରେ ଏକ ବିଶେଷ କାରଣ ଏବଂ ଇତିହାସ ଅଛି। ଜାନୁଆରୀ ୨୬ ଅର୍ଥାତ୍ ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ପତାକା ଉତ୍ତୋଜନ କରୁଥିବାବେଳେ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରନ୍ତି। ଏହାର କାରଣ ହେଉଛି ସାଧାରଣତନ୍ତ୍ର ଦିବସ ସମ୍ବିଧାନ ସହିତ ଜଡିତ ଏକ ଦିନ। ଦେଶର ସାମ୍ବିଧାନିକ ମୁଖ୍ୟ ହେଉଛି ରାଷ୍ଟ୍ରପତି। ତେଣୁ ରାଷ୍ଟ୍ରପତି ଗଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବାର କାର୍ଯ୍ୟ କରନ୍ତି। ସ୍ବାଧୀନତା ଦିବସରେ ଦେଶର ପ୍ରଧାନମନ୍ତ୍ରୀ ଲାଲକିଲାରେ ପତାକା ଉତ୍ତୋଳନ କରିଛନ୍ତି। ଏକ ମଜାଦାର ତଥ୍ୟ ହେଉଛି ପ୍ରଥମ ସାଧାରଣତନ୍ତ୍ର ଦିବସ ଅବସରରେ ଦେଶରେ କୌଣସି ରାଷ୍ଟ୍ରପତି ନ ଥିଲେ। ତେଣୁ ଭାରତର ଗଭର୍ନର ଜେନେରାଲ ଲର୍ଡ ମାଉଣ୍ଟବ୍ୟାଟେନ ଏହି ପତାକା ଉତ୍ତୋଳନ କରିଥିଲେ। ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଦ୍ୱିତୀୟ ସାଧାରଣତନ୍ତ୍ର ଦିବସରେ ଏହି ସମ୍ମାନ ହାସଲ କରିଥିଲେ।
ସାଧାରଣତନ୍ତ୍ର ଏବଂ ସ୍ବାଧୀନତା ଦିବସ ଅବସରରେ ପତାକା ଉଡାଯାଏ। କିନ୍ତୁ ପତାକା ଉତ୍ତୋଜନ କରିବାର ଶୈଳୀ ଭିନ୍ନ। ଏହାର ଅର୍ଥ ହେଉଛି ସାଧାରଣତନ୍ତ୍ର ଦିବସରେ ପତାକାଟି ଖୁଣ୍ଟର ଉପର ଭାଗରେ ପତାକାଟି ଏକ ବଣ୍ଡଲ ପରି ବନ୍ଧା ହୋଇଥାଏ, ଯାହାକୁ ରାଷ୍ଟ୍ରପତି ଟାଣି ଉତ୍ତୋଳନ କରନ୍ତି। ସ୍ବାଧୀନତା ଦିବସରେ ଖୁଣ୍ଟର ଟିକେ ତଳକୁ ପତାକା ଥାଏ, ଯାହାକୁ ଟଣାଯାଇ ଉପରକୁ ନିଆଯାଏ।
The post ୧୫ ଅଗଷ୍ଟ, ୨୬ ଜାନୁଆରୀରେ ପତାକା ଉତ୍ତୋଳନ କରିବାରେ ରହିଛି ପାର୍ଥକ୍ୟ: ଜାଣନ୍ତୁ କେମିତି appeared first on Dharitri Odia News.