କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ଜଣେ ଗିରଫ
ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଦେଶୀ ମଦ ଓ ବାଇକ୍ ଜବତ୍ କରିବା ସହ ଜଣକୁ ଗିରଫ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ କଣ୍ଟାମାଳ ଅବକାରୀ ଥାନା ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକଙ୍କ ନେତୃତ୍ଵରେ ଏକ ଟିମ୍ ବରଗାଁ ଗ୍ରାମ ପଞ୍ଚାୟତ କୁମେଲବନ୍ଧ ଗାଁ ଛକ ନିକଟରେ ଚଢ଼ାଉ କରି ମଦ ସହ ଏକ ବାଇକ୍ (ଓଡ଼ି ୨୭ ୫୨୦୮)ଜବତ୍ କରିଥିବା […] The post କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ଜଣେ ଗିରଫ appeared first on KNews Odisha.

ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଦେଶୀ ମଦ ଓ ବାଇକ୍ ଜବତ୍ କରିବା ସହ ଜଣକୁ ଗିରଫ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ କଣ୍ଟାମାଳ ଅବକାରୀ ଥାନା ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକଙ୍କ ନେତୃତ୍ଵରେ ଏକ ଟିମ୍ ବରଗାଁ ଗ୍ରାମ ପଞ୍ଚାୟତ କୁମେଲବନ୍ଧ ଗାଁ ଛକ ନିକଟରେ ଚଢ଼ାଉ କରି ମଦ ସହ ଏକ ବାଇକ୍ (ଓଡ଼ି ୨୭ ୫୨୦୮)ଜବତ୍ କରିଥିବା ବେଳେ ଘଟଣାରେ ସଂପୃକ୍ତ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି ।
ଜବତ୍ ମଦର ପରିମାଣ ୧୨ଲିଟର ହୋଇ ଥିବା ବେଳେ ଗିରଫ ଅଭିଯୁକ୍ତ ଜଣକ ହେଲେ ଉତ୍ତୁର୍ଲା ଗ୍ରାମର ବାଳକ ବଗର୍ତ୍ତି (୫୫) । ଏହି ମାମଲାରେ କଣ୍ଟାମାଳ ଅବକାରୀ କାର୍ଯ୍ୟାଳୟରେ ୩୭/୨୪ ରେ ଏକ ମାମଲା ରୁଜୁ କରାଯାଇ ଥିବା ବେଳେ ଘଟଣାରେ ସଂପୃକ୍ତ ଥିବା ମଦ ବେପାରୀକୁ କୋର୍ଟ ଚାଲାଣ କରାଯାଇଛି ।
The post କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ଜଣେ ଗିରଫ appeared first on KNews Odisha.