କଶାବକୁ ବି ନିରପେକ୍ଷ ଶୁଣାଣିର ମଉକା ଦିଆଯାଇଥିଲା: ସିବିଆଇକୁ ସୁପ୍ରିମକୋର୍ଟଙ୍କ ଜବାବ

ନୂଆଦିଲ୍ଲୀ: ସିବିଆଇକୁ ସୁପ୍ରିମକୋର୍ଟଙ୍କ ଜବାବ। ଆତଙ୍କବାଦୀ ଆଜମଲ କଶବକୁ ବି ନିରପେକ୍ଷ ଶୁଣାଣିର ସମୟ ଦିଆଯାଇଥିଲା। ଆତଙ୍କବାଦୀ ପାଣ୍ଠି ଯୋଗାଣ ମାମଲାରେ ଆଜୀବନ ସଜା କାଟୁଥିବା ୟାସିନ ମଲ୍ଲିକ ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ଏପରି କହିଛନ୍ତି। ଅପହରଣ ଓ ହତ୍ୟା ମାମଲାର ଶୁଣାଣି ପାଇଁ ୟାସିନ ମଲ୍ଲିକକୁ ପ୍ରତ୍ୟେକ୍ଷ ହାଜର ହେବାକୁ ଜାମ୍ମୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ସିବିଆଇ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରିଛି। ୧୯୯୦ ମସିହାରେ ଶ୍ରୀନଗରରେ ୪ ବାୟୁସେନା ଯବାନଙ୍କ ହତ୍ୟା ଏବଂ ୧୯୮୯ ମସିହାରେ ତତ୍କାଳୀନ କେନ୍ଦ୍ର ଗୃହମନ୍ତ୍ରୀ ମୁଫତି ମହମ୍ମଦ ସୟିଦଙ୍କ ଝିଅ ରୁବିୟା ସୟିଦଙ୍କୁ ଅପହରଣ କରିବା ଆଦି ମାମଲାରେ ୟାସିନ ମଲିକ ମୁଖ୍ୟ ଅଭିଯୁକ୍ତ। ଏହି ମାମଲାରେ ୟାସିନଙ୍କ ପ୍ରତ୍ୟେକ୍ଷ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଉଥିବା ବେଳେ ସିବିଆଇ କିନ୍ତୁ ଏହାକୁ ବିରୋଧ କରୁଛି। ଯାହାକୁ ନେଇ ତିହାର ଜେଲ୍ ଭିତରେ ମାମଲାର ଶୁଣାଣି ପାଇଁ ବ୍ୟବସ୍ତା କରିବାକୁ ସଲିସିଟର ଜେନେରାଲ ତୁଷାର ମେହତାଙ୍କୁ ସୁପ୍ରିମକୋର୍ଟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଅନୁମତି ଅଣାଯିବ ବୋଲି ଶ୍ରୀ ମେହେତା କହିଥିବା ବେଳେ ଶୁଣାଣି ପାଇଁ ୟାସୀନକୁ ଶ୍ରୀନଗର ନିଆଯାଇପାରିବ ନାହିଁ। ଏଥିରେ ପ୍ରତ୍ୟକ୍ଷ ଦର୍ଶୀଙ୍କ ସୁରକ୍ଷା ବିପଦରେ ପଡ଼ିପାରେ ବୋଲି ତୁଷାର ମେହତା କହିଛନ୍ତି। ସୂଚନା ଥାଉକି ୟାସିନ ବର୍ତ୍ତମାନ ତିହାର ଜେଲ୍‌

କଶାବକୁ ବି ନିରପେକ୍ଷ ଶୁଣାଣିର ମଉକା ଦିଆଯାଇଥିଲା: ସିବିଆଇକୁ ସୁପ୍ରିମକୋର୍ଟଙ୍କ ଜବାବ

ନୂଆଦିଲ୍ଲୀ: ସିବିଆଇକୁ ସୁପ୍ରିମକୋର୍ଟଙ୍କ ଜବାବ। ଆତଙ୍କବାଦୀ ଆଜମଲ କଶବକୁ ବି ନିରପେକ୍ଷ ଶୁଣାଣିର ସମୟ ଦିଆଯାଇଥିଲା। ଆତଙ୍କବାଦୀ ପାଣ୍ଠି ଯୋଗାଣ ମାମଲାରେ ଆଜୀବନ ସଜା କାଟୁଥିବା ୟାସିନ ମଲ୍ଲିକ ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ଏପରି କହିଛନ୍ତି। 

ଅପହରଣ ଓ ହତ୍ୟା ମାମଲାର ଶୁଣାଣି ପାଇଁ ୟାସିନ ମଲ୍ଲିକକୁ ପ୍ରତ୍ୟେକ୍ଷ ହାଜର ହେବାକୁ ଜାମ୍ମୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ସିବିଆଇ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରିଛି। 

୧୯୯୦ ମସିହାରେ ଶ୍ରୀନଗରରେ ୪ ବାୟୁସେନା ଯବାନଙ୍କ ହତ୍ୟା ଏବଂ ୧୯୮୯ ମସିହାରେ ତତ୍କାଳୀନ କେନ୍ଦ୍ର ଗୃହମନ୍ତ୍ରୀ ମୁଫତି ମହମ୍ମଦ ସୟିଦଙ୍କ ଝିଅ ରୁବିୟା ସୟିଦଙ୍କୁ ଅପହରଣ କରିବା ଆଦି ମାମଲାରେ ୟାସିନ ମଲିକ ମୁଖ୍ୟ ଅଭିଯୁକ୍ତ। ଏହି ମାମଲାରେ ୟାସିନଙ୍କ ପ୍ରତ୍ୟେକ୍ଷ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଉଥିବା ବେଳେ ସିବିଆଇ କିନ୍ତୁ ଏହାକୁ ବିରୋଧ କରୁଛି। 

ଯାହାକୁ ନେଇ ତିହାର ଜେଲ୍ ଭିତରେ ମାମଲାର ଶୁଣାଣି ପାଇଁ ବ୍ୟବସ୍ତା କରିବାକୁ ସଲିସିଟର ଜେନେରାଲ ତୁଷାର ମେହତାଙ୍କୁ ସୁପ୍ରିମକୋର୍ଟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଅନୁମତି ଅଣାଯିବ ବୋଲି ଶ୍ରୀ ମେହେତା କହିଥିବା ବେଳେ ଶୁଣାଣି ପାଇଁ ୟାସୀନକୁ ଶ୍ରୀନଗର ନିଆଯାଇପାରିବ ନାହିଁ। ଏଥିରେ ପ୍ରତ୍ୟକ୍ଷ ଦର୍ଶୀଙ୍କ ସୁରକ୍ଷା ବିପଦରେ ପଡ଼ିପାରେ ବୋଲି ତୁଷାର ମେହତା କହିଛନ୍ତି। ସୂଚନା ଥାଉକି ୟାସିନ ବର୍ତ୍ତମାନ ତିହାର ଜେଲ୍‌ରେ ବନ୍ଦ ରହିଛନ୍ତି।  

ଅନ୍ୟପଟେ ମଲ୍ଲିକ ମଧ୍ୟ କୌଣସି ଓକିଲ ମାଧ୍ୟମରେ ନୁହେଁ ନିଜେ ହାଜର ହେବାକୁ ଇଚ୍ଛା ପ୍ରକାଶ କରୁଥିବା ସଲିସିଟର ଜେନେରାଲ ଖଣ୍ଡପୀଠଙ୍କୁ ଅବଗତ କରାଇଛନ୍ତି। ତେବେ ୟାସିନକୁ ପ୍ରତ୍ୟୋକ୍ଷ ହାଜର କରାଇବା କେତେ ବିପଦ ହେବ ସେ ନେଇ ମଧ୍ୟ କୋର୍ଟରେ ପ୍ରମାଣ ଦେଇଛନ୍ତି ତୁଷାର ମେହେତା। ସେ କୋର୍ଟରେ ଲସ୍କର-ଇ ତୋଇବା ସଂଗଠନର ମୁଖ୍ୟ ହାପିଜ ଶୟୀଦ ସହିତ ୟାସିନ ମଲ୍ଲିକର ଫଟୋ ଦେଖାଇ ଦେଖାଇଛନ୍ତି। 

ତେବେ ଜାମ୍ମୁ-କାଶ୍ମୀରରେ  ଖରାପ ନେଟୱର୍କ ଥିବାରୁ ଅନ୍‌ଲାଇନ ଟ୍ରାଏଲ୍ କେମିତି ହେବ ବୋଲି କୋର୍ଟ ପଚାରିଥିଲେ। ଏହି ସମୟରେ ସିବିଆଇକୁ ପ୍ରଶ୍ନ କରି କୋର୍ଟ କହିଥିଲେ “ଆମ ଦେଶରେ ଆଜମଲ କଶବକୁ ବି ନିରପେକ୍ଷ ଶୁଣାଣିର ମଉକା ଦିଆଯାଇଥିଲା।” ଘଟଣାରେ ପ୍ରତ୍ୟକ୍ଷଦର୍ଶୀଙ୍କର ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୨୮ ତାରିଖରେ ମାମଲାର ପରିବର୍ତ୍ତି ଶୁଣାଣି ହେବ।