ପ୍ରତି ମାସରେ ମହିଳାଙ୍କୁ ୧୦୦୦ ଟଙ୍କା ଦେବ ଏଏପି ସରକାର!

ନୂଆଦିଲ୍ଲୀ,୬।୧୦: ଆମ ଆଦମୀ ପାର୍ଟି (ଏଏପି) ଆଜି ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ‘ଜନତା କି ଅଦାଲତ’ କାର୍ଯ୍ୟକ୍ରମ ଆୟୋଜନ କରିଛି। ଏହି ସମୟରେ ଏଏପି ମୁଖ୍ୟ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ସମ୍ବୋଧନ ପ୍ରଦାନ କରିଥିଲେ। ତାଙ୍କ ସମ୍ବୋଧନରେ ସେ କହିଛନ୍ତି ଯେ ଲୋକମାନେ କହିଛନ୍ତି ଯେ କେଜରିୱାଲ ମାଗଣା ଉପହାର ଦିଅନ୍ତି। ଉପହାର ଥଳି ଦେଖାଇ କେଜରିୱାଲ କହିଛନ୍ତି, ମୋର ଆଜି ମାଗଣା ଉପହାର ଅଛି। ଏଥିରେ ୭ଟି ଉପହାର ରହିଛି। […] The post ପ୍ରତି ମାସରେ ମହିଳାଙ୍କୁ ୧୦୦୦ ଟଙ୍କା ଦେବ ଏଏପି ସରକାର! appeared first on Dharitri Odia News.

ପ୍ରତି ମାସରେ ମହିଳାଙ୍କୁ ୧୦୦୦ ଟଙ୍କା ଦେବ ଏଏପି ସରକାର!

ନୂଆଦିଲ୍ଲୀ,୬।୧୦: ଆମ ଆଦମୀ ପାର୍ଟି (ଏଏପି) ଆଜି ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ‘ଜନତା କି ଅଦାଲତ’ କାର୍ଯ୍ୟକ୍ରମ ଆୟୋଜନ କରିଛି। ଏହି ସମୟରେ ଏଏପି ମୁଖ୍ୟ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ସମ୍ବୋଧନ ପ୍ରଦାନ କରିଥିଲେ। ତାଙ୍କ ସମ୍ବୋଧନରେ ସେ କହିଛନ୍ତି ଯେ ଲୋକମାନେ କହିଛନ୍ତି ଯେ କେଜରିୱାଲ ମାଗଣା ଉପହାର ଦିଅନ୍ତି। ଉପହାର ଥଳି ଦେଖାଇ କେଜରିୱାଲ କହିଛନ୍ତି, ମୋର ଆଜି ମାଗଣା ଉପହାର ଅଛି। ଏଥିରେ ୭ଟି ଉପହାର ରହିଛି। ଯେତେବେଳେ ଆପଣମାନେ ଏଠାରୁ ଯିବେ, ସେତେବେ ଆପଣଙ୍କୁ ଗୋଟିଏ ପ୍ୟାକେଟ ମିଳିବ।

କେଜରିୱାଲଙ୍କ ୬ଟି ମାଗଣା ଉପହାର, ମାଗଣା ବିଦ୍ୟୁତ୍‌, ମାଗଣା ଜଳ, ବୟସ୍କମାନଙ୍କ ପାଇଁ ତୀର୍ଥଯାତ୍ରା, ମହିଳାମାନଙ୍କ ପାଇଁ ମାଗଣା ବସ ଯାତ୍ରା, ମାଗଣା ବିଶ୍ୱ ସ୍ତରୀୟ ଶିକ୍ଷା, ମାଗଣା ଔଷଧ ଏବଂ ଚିକିତ୍ସା। ଏବେ କେଜରିୱାଲଙ୍କ ସପ୍ତମ ମାଗଣା ଉପହାର ହେବ, ପ୍ରତି ମାସରେ୧୦୦୦ ଟଙ୍କା ମହିଳାଙ୍କ ଆକାଉଣ୍ଟକୁ ଯିବ। ସେ ଆହୁରି ମଧ୍ୟ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ଦିଲ୍ଲୀ ଜନତାଙ୍କ ଭଲପାଇବା, ସମର୍ଥନ ଏବଂ ବିଶ୍ୱାସ ମୋର ସଚ୍ଚୋଟତାର ପ୍ରମାଣ ହେବ। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ ଡବଲ ଇଞ୍ଜିନ ସରକାର ଅର୍ଥ ହେଉଛି ଡବଲ ଲୁଟ। ଗତ ସାତ ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶରେ ଡବଲ ଇଞ୍ଜିନ ସରକାର ଅଛି, କିନ୍ତୁ ଏହା ବିଫଳ ହୋଇଛି।

The post ପ୍ରତି ମାସରେ ମହିଳାଙ୍କୁ ୧୦୦୦ ଟଙ୍କା ଦେବ ଏଏପି ସରକାର! appeared first on Dharitri Odia News.