କଣ୍ଟେନରରୁ ବୋହିନେଲେ ଖାଦ୍ୟ ସାମଗ୍ରୀ

ରାଜନଗର,୩ା୯(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟା ବେଳାଭୂମିରେ ଗଭୀର ସମୁଦ୍ରରୁ ଭାସି ଆସିଥିବା ୨ଟି କଣ୍ଟେନର ଲାଗିଥିଲା। ଏଥିରେ ପ୍ରସାଧାନ ସାମଗ୍ରୀଠୁ ଆରମ୍ଭ କରି ଘରକରଣା, ରୋଷେଇ ଓ ଖାଦ୍ୟ ସାମଗ୍ରୀ ଥିଲା। ସାତଭାୟାବାସୀ ବିସ୍ଥାପିତ ହେବା ପରେ ରାଜନଗର ବନ ବିଭାଗ ଅଧୀନରେ ରହିଛି ସାତଭାୟା, ଯାହାକି ଏବେ ନିଷିଦ୍ଧାଞ୍ଚଳ। ତେବେ ଯାତାୟାତ ପାଇଁ ବାଉଁଶଗଡ଼ ନଦୀରେ ପକାଯାଇଥିବା ଘାଟ ଡଙ୍ଗାରେ ଏହିସବୁ ସାମଗ୍ରୀ ପାର କରାଯାଇଛି। ସାଧାରଣ ଲୋକେ କିପରି ନିଷିଦ୍ଧାଞ୍ଚଳକୁ […] The post କଣ୍ଟେନରରୁ ବୋହିନେଲେ ଖାଦ୍ୟ ସାମଗ୍ରୀ appeared first on Dharitri Odia News.

କଣ୍ଟେନରରୁ ବୋହିନେଲେ ଖାଦ୍ୟ ସାମଗ୍ରୀ

ରାଜନଗର,୩ା୯(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟା ବେଳାଭୂମିରେ ଗଭୀର ସମୁଦ୍ରରୁ ଭାସି ଆସିଥିବା ୨ଟି କଣ୍ଟେନର ଲାଗିଥିଲା। ଏଥିରେ ପ୍ରସାଧାନ ସାମଗ୍ରୀଠୁ ଆରମ୍ଭ କରି ଘରକରଣା, ରୋଷେଇ ଓ ଖାଦ୍ୟ ସାମଗ୍ରୀ ଥିଲା। ସାତଭାୟାବାସୀ ବିସ୍ଥାପିତ ହେବା ପରେ ରାଜନଗର ବନ ବିଭାଗ ଅଧୀନରେ ରହିଛି ସାତଭାୟା, ଯାହାକି ଏବେ ନିଷିଦ୍ଧାଞ୍ଚଳ। ତେବେ ଯାତାୟାତ ପାଇଁ ବାଉଁଶଗଡ଼ ନଦୀରେ ପକାଯାଇଥିବା ଘାଟ ଡଙ୍ଗାରେ ଏହିସବୁ ସାମଗ୍ରୀ ପାର କରାଯାଇଛି। ସାଧାରଣ ଲୋକେ କିପରି ନିଷିଦ୍ଧାଞ୍ଚଳକୁ ଯାଇ ସାମଗ୍ରୀ ବୋହିନେଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସାତଭାୟା ମା’ପଞ୍ଚୁବରାହୀଙ୍କ ପୁରୁଣା ମନ୍ଦିର ନିକଟରୁ ୩ଶହ ମିଟର ଅନ୍ତରରେ ୨ଟି ସାମଗ୍ରୀ ବୋଝେଇ କଣ୍ଟେନର ଲାଗିଥିଲା। ଖବରପାଇ ବଗପାଟିଆ, ଗୁପ୍ତି, ଓକିଲପାଳ, ଦେବେନ୍ଦ୍ରନାରାୟଣପୁର, ସାତଭାୟା ଅଞ୍ଚଳର ଶତାଧିକ ଲୋକେ ବାଇକ୍‌ ଓ ବସ୍ତା ଧରି ଡଙ୍ଗାରେ ବାଉଁଶଗଡ଼ ନଦୀ ପାର ହୋଇ ୭ କି.ମି. ଦୂର ସାତଭାୟା ସମୁଦ୍ର କୂଳରେ କଣ୍ଟେନର ପାଖରେ ପହଞ୍ଚତ୍ ଥିଲେ। କଣ୍ଟେନର ତାଲାକୁ ତାଡ଼ି ସେଥିରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀକୁ ଲୋକେ ବୋହି ନେଇଥିଲେ। ଏହି କଣ୍ଟେନରରେ କପ୍‌ ପ୍ଲେଟ୍‌, ମ୍ୟୁଜିକ୍‌ ବକ୍ସ, ଫ୍ରିଜ, ଗଡ୍‌ରେଜ, ଶାଢ଼ି, ଜୋତା, ଶାର୍ଟପ୍ୟାଣ୍ଟ, ଛତା, କବାଟ ତିଆରି ସାମଗ୍ରୀ, ଗଛକଟା ସାମଗ୍ରୀ, ସୋରିଷ ତେଲଠାରୁ ଆରମ୍ଭ କରି ରୋଷେଇ ସାମଗ୍ରୀ, ଶୁଖିଲା ଖାଦ୍ୟ, ଏୟାର ବ୍ୟାଗ୍‌କୁ ଲୋକେ ନିଜ ନିଜ ଭିତରେ ବାଣ୍ଟି ନେଇଛନ୍ତି। ମାତ୍ର କେତେ ଘଣ୍ଟା ଭିତରେ ୨ଟି କଣ୍ଟେନରରେ ଥିବା ସାମଗ୍ରୀ ସରି ଯାଇଥିଲା।

ଅପରପକ୍ଷରେ ନିଷିଦ୍ଧାଞ୍ଚଳ ମଧ୍ୟକୁ କିଭଳି ଲୋକ ଗଲେ, ଏ ସମ୍ପର୍କରେ ରେଞ୍ଜ୍‌ ଅଫିସର ଚିତ୍ତରଞ୍ଜନ ବେହୁରାଙ୍କୁ ପଚାରିବାରୁ କଣ୍ଟେନର ୨ଟି ଖାଲିଥିଲା, ଅଳ୍ପ କିଛି କୁର୍‌କୁରି ଓ ଅନ୍ୟ ସାମଗ୍ରୀ ଥିଲା। ଅପରାହ୍ନ ୨ଟାରେ ସାତଭାୟାର କର୍ମଚାରୀମାନେ ଏ ସମ୍ପର୍କରେ ଜଣାଇଥିଲେ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରୁ ବାଉଁଶଗଡ଼ ନଦୀ ଘାଟ ଡଙ୍ଗାରେ ଲୋକେ ପାର ହେବା ଓ ସାମଗ୍ରୀ ଆଣିବା ଘଟଣାର ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଅଗଷ୍ଟ ୨୫ରେ ମୁମ୍ବାଇ ନିର୍ମିତ ଭାରତୀୟ ପଣ୍ୟବାହୀ ଜାହାଜ ଆଇଆଇଟି ପୁମା କୋଲକାତା ବନ୍ଦରରୁ ପୋର୍ଟବ୍ଲେୟାର ଯାଉଥିଲା। ତେବେ ଜାହାଜରେ କଣା ଥିବାରୁ ପାଣି ପଶି ସାଗରଦ୍ୱୀପଠାରୁ ୯୦ ନଟିକାଲ ମାଇଲ ଦୂରରେ ଜାହାଜଟି ବୁଡ଼ିଯାଇଥିଲା। ଜାହାଜର କ୍ୟାପଟେନଙ୍କଠାରୁ ସୂଚନା ପାଇ କୋଷ୍ଟଗାର୍ଡ ପାଟ୍ରୋଲିଂ ଜାହାଜ ସାରଙ୍ଗ ଓ ଅମୋଘ ଘଟଣାସ୍ଥଳକୁ ଯାଇଥିଲା। ସେଠାରେ ପାଣିରେ ପହଁରୁଥିବା ୧୧ ଜଣ ନାବିକଙ୍କୁ ଉଦ୍ଧାର କରିଥିଲା। ଏବେ ବି ୩ ଜଣ ନିଖୋଜ ଅଛନ୍ତି। ତେବେ ଏହି ଦୁଇ କଣ୍ଟେନର ଉକ୍ତ ଜାହାଜର ହୋଇଥିବା ଅନେକ ଅନୁମାନ କରୁଛନ୍ତି।

The post କଣ୍ଟେନରରୁ ବୋହିନେଲେ ଖାଦ୍ୟ ସାମଗ୍ରୀ appeared first on Dharitri Odia News.