ଲୋପ ପାଉଛି ବଣ୍ଡା ସଂସ୍କୃତି । ପାରମ୍ପରିକ ଅଳଙ୍କାରର ଆଦର କମୁଛି ।
କନକ ବ୍ୟୁରୋ: ଲୋପ ପାଇଯାଉଛି ଆଦିମ ସଂସ୍କୃତି । ଲୋପ ପାଉଛି ଆଦିମ ଜନଜାତି ବଣ୍ଡାଙ୍କ ପାରମ୍ପାରିକ ଅଳଙ୍କାର । ତେବେ ଏହାକୁ ପୁନର୍ବାର ଉଦଜୀବିତ କରିବା ଲାଗି ଆଗେଇ ଆସିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ବଣ୍ଡା ମହିଳାଙ୍କୁ ସ୍ୱତନ୍ତ୍ର ତାଲିମ ଦେଇ ପ୍ରାଚୀନ ଅଳଙ୍କାର ପ୍ରସ୍ତୁତ କରାଯାଉଛି । ଏହାକୁ ବିକ୍ରି କରି ବଣ୍ଡା ମହିଳାଙ୍କୁ ସ୍ୱବଲମ୍ବୀ କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଆଗକୁ ବିଭିନ୍ନ ଅନଲାଇନ୍ ପ୍ଲାଟଫର୍ମରେ ଏହି ପାରମ୍ପାରିକ ଗହଣା ବିକ୍ରି ପାଇଁ ଲକ୍ଷ୍ୟ ରହିଛି । ମାଲକାନଗରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡାଘାଟିର ୨ଟି ପଞ୍ଚୟାତରେ ବାସ କରନ୍ତି ଆଦିମ ବଣ୍ଡା ଜନଜାତି । ସେମାନଙ୍କ ସଂସ୍କୃତି, ପରମ୍ପରା ଯେତେ ପ୍ରାଚୀନ, ସେତେ ଅନନ୍ୟ ମଧ୍ୟ । ଚାଲିଚଲଣ, ବେଶଭୂଷା, ଭାଷା ସଂସ୍କୃତି ସବୁ ନିଆରା । ତେବେ ସମୟର ତାଳେ ତାଳେ ବଣ୍ଡା ଯୁବତୀମାନେ ମଧ୍ୟ ଆଧୁନିକତାର ଚାକଚକ୍ୟ ମଧ୍ୟରେ ନିଜ ସଂସ୍କୃତିଠାରୁ ଦୂରେଇ ଗଲେଣି । ତେବେ ଏହାକୁ ଉଦଜୀବିତ କରି ରଖିବାକୁ ଉଦ୍ୟମ ଆରମ୍ଭ ହୋଇଛି । ମାଲକାନଗିରି ଜିଲ୍ଲା ପ୍ରଶାସନ ଉଦ୍ୟମରେ ପାରମ୍ପାରିକ ଅଳଙ୍କାର ତିଆରି କରି ବଣ୍ଡା ରମଣୀମାନେ ଦୁଇ ପଇସା ରୋଜଗାର କରୁଛନ୍ତି। ଆଗକୁ ବଣ୍ଡା କଳା, ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ଲକ୍ଷ୍ୟ ରହିଛି । ବିଭିନ୍ନ ଅନଲାଇନ ପ୍ଲାଟଫର୍ମରେ ଏହି ବିରଳ ଅଳଙ୍କାର ବିକ୍ରି କରାଯିବ । ବଣ୍ଡା ମହିଳାମାନେ ମୁଣ୍ଡରେ ପିନ୍ଧୁ

କନକ ବ୍ୟୁରୋ: ଲୋପ ପାଇଯାଉଛି ଆଦିମ ସଂସ୍କୃତି । ଲୋପ ପାଉଛି ଆଦିମ ଜନଜାତି ବଣ୍ଡାଙ୍କ ପାରମ୍ପାରିକ ଅଳଙ୍କାର । ତେବେ ଏହାକୁ ପୁନର୍ବାର ଉଦଜୀବିତ କରିବା ଲାଗି ଆଗେଇ ଆସିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ବଣ୍ଡା ମହିଳାଙ୍କୁ ସ୍ୱତନ୍ତ୍ର ତାଲିମ ଦେଇ ପ୍ରାଚୀନ ଅଳଙ୍କାର ପ୍ରସ୍ତୁତ କରାଯାଉଛି । ଏହାକୁ ବିକ୍ରି କରି ବଣ୍ଡା ମହିଳାଙ୍କୁ ସ୍ୱବଲମ୍ବୀ କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଆଗକୁ ବିଭିନ୍ନ ଅନଲାଇନ୍ ପ୍ଲାଟଫର୍ମରେ ଏହି ପାରମ୍ପାରିକ ଗହଣା ବିକ୍ରି ପାଇଁ ଲକ୍ଷ୍ୟ ରହିଛି ।
ମାଲକାନଗରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡାଘାଟିର ୨ଟି ପଞ୍ଚୟାତରେ ବାସ କରନ୍ତି ଆଦିମ ବଣ୍ଡା ଜନଜାତି । ସେମାନଙ୍କ ସଂସ୍କୃତି, ପରମ୍ପରା ଯେତେ ପ୍ରାଚୀନ, ସେତେ ଅନନ୍ୟ ମଧ୍ୟ । ଚାଲିଚଲଣ, ବେଶଭୂଷା, ଭାଷା ସଂସ୍କୃତି ସବୁ ନିଆରା । ତେବେ ସମୟର ତାଳେ ତାଳେ ବଣ୍ଡା ଯୁବତୀମାନେ ମଧ୍ୟ ଆଧୁନିକତାର ଚାକଚକ୍ୟ ମଧ୍ୟରେ ନିଜ ସଂସ୍କୃତିଠାରୁ ଦୂରେଇ ଗଲେଣି । ତେବେ ଏହାକୁ ଉଦଜୀବିତ କରି ରଖିବାକୁ ଉଦ୍ୟମ ଆରମ୍ଭ ହୋଇଛି । ମାଲକାନଗିରି ଜିଲ୍ଲା ପ୍ରଶାସନ ଉଦ୍ୟମରେ ପାରମ୍ପାରିକ ଅଳଙ୍କାର ତିଆରି କରି ବଣ୍ଡା ରମଣୀମାନେ ଦୁଇ ପଇସା ରୋଜଗାର କରୁଛନ୍ତି। ଆଗକୁ ବଣ୍ଡା କଳା, ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ଲକ୍ଷ୍ୟ ରହିଛି । ବିଭିନ୍ନ ଅନଲାଇନ ପ୍ଲାଟଫର୍ମରେ ଏହି ବିରଳ ଅଳଙ୍କାର ବିକ୍ରି କରାଯିବ ।
ବଣ୍ଡା ମହିଳାମାନେ ମୁଣ୍ଡରେ ପିନ୍ଧୁ ଥିବା ମାଳି ବା ରିନାମ୍ବ, ଗଳାର ମାଳି- ଲୁବେଇ ଡାକ୍ , ବେକରେ ପିନ୍ଧୁଥିବା ଚଙ୍ଗୁ, ପଇସା ଓ କଉଡ଼ି ମାଳ – ଗୁତେ, କାନ ଫୁଲ-ଜୁନାଙ୍ଗ, ଅଣ୍ଟାରେ ପିନ୍ଧା ଯାଉଥିବା ବସ୍ତ୍ର ରିଙ୍ଗା ଆଦିର ଅନ୍ତର୍ଜାତୀୟ ବଜାରରେ ବେଶ୍ ଚାହିଦା ରହିଛି । ଏହା ପ୍ରସ୍ତୁତ କରିବା ଲାଗି ବଣ୍ଡା ମହିଳାଙ୍କୁ ଏକ ମାସ ତାଲିମ ଦେଉଛି କୌଶଳ ବିକାଶ ତଥା କର୍ମ ନିୟୋଜନ ବିଭାଗ । ଆଗକୁ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଆଦିବାସୀ ମେଳାରେ ଏହି ବିରଳ ଅଳଙ୍କାର ବିକ୍ରି କରିବାକୁ ଲକ୍ଷ୍ୟ ରହିଛି । ରାଜଧାନୀ ଭୁବନେଶ୍ୱର ମିଶନ ଶକ୍ତି ବଜାରରେ ଏକ ସ୍ୱତନ୍ତ୍ର ବଜାର ଲାଗି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିକଟରେ ବଣ୍ଡା ମହିଳା ଦାବି ରଖିଛନ୍ତି । ଉପମୁଖ୍ୟମନ୍ତ୍ରୀ ମଧ୍ୟ ବଣ୍ଡା ମହିଳାଙ୍କୁ ସବୁ ସୁବିଧା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ବଣ୍ଡାଘାଟିରେ ଏବେ ବି ମୋବାଇଲ ନେଟୱର୍କର ସମସ୍ୟା ରହିଛି । ଅନଲାଇନରେ ବ୍ୟବସାୟ କରିବା ପାଇଁ ଘାଟିରେ ମୋବାଇଲ ନେଟୱର୍କ ଯୋଗାଇଦେବାକୁ ବଣ୍ଡା ଯୁବତୀମାନେ ଦାବି କରିଛନ୍ତି ।