କତରବଗା ତ୍ରୀ-ଶିକ୍ଷାନୁଷ୍ଠାନ ର ବାର୍ଷିକ ଉତ୍ସବ ଯୋଗ ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

ଝାରସୁଗୁଡା ୨୮/୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କତରବଗା ତ୍ରୀ-ଶିକ୍ଷାନୁଷ୍ଠାନ ର ବାର୍ଷିକ ଉତ୍ସବ ରବିବାର ଦିନ ମହା ସମାରୋହରେ ପାଳିତ ହୋଇ ଯାଇଛି । ଏହି ଅବସରରେ ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ବାଗତ ସଙ୍ଗୀତ ପରିବେଷଣ ପରେ ପ୍ରଧାନ ଶିକ୍ଷକ […] The post କତରବଗା ତ୍ରୀ-ଶିକ୍ଷାନୁଷ୍ଠାନ ର ବାର୍ଷିକ ଉତ୍ସବ ଯୋଗ ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ appeared first on Odisha.News.

କତରବଗା ତ୍ରୀ-ଶିକ୍ଷାନୁଷ୍ଠାନ ର ବାର୍ଷିକ ଉତ୍ସବ        ଯୋଗ ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

ଝାରସୁଗୁଡା ୨୮/୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କତରବଗା ତ୍ରୀ-ଶିକ୍ଷାନୁଷ୍ଠାନ ର ବାର୍ଷିକ ଉତ୍ସବ ରବିବାର ଦିନ ମହା ସମାରୋହରେ ପାଳିତ ହୋଇ ଯାଇଛି । ଏହି ଅବସରରେ ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ବାଗତ ସଙ୍ଗୀତ ପରିବେଷଣ ପରେ ପ୍ରଧାନ ଶିକ୍ଷକ ମନୋହର ପଧାନ ବାର୍ଷିକ ବିବରଣୀ ପଠନ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ, ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଗଡତିଆ ଏବଂ ଲଖନପୁର ବ୍ଲକ ଅଧ୍ୟକ୍ଷା ହୁତେଶ୍ୱରୀ ତିହିରିଆ,କତରବଗା ସରପଞ୍ଚ ସୁମିତ୍ରା ଖମାରୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲବ ପଧାନ, ସମାଜସେବୀ ରଘୁନନ୍ଦନ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ରାଷ୍ଟ୍ର ଗଠନରେ ଛାତ୍ରଛାତ୍ରୀ ମାନଙ୍କ ଭୂମିକା ଉପରେ ବକ୍ତବ୍ୟ ପ୍ରଦାନ କରିବା ସହ ମାର୍ଗ ଦର୍ଶନ କରିଥିଲେ । ଏହି ପରିପ୍ରେକ୍ଷୀରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ବିଦ୍ୟାଳୟ ପରିସରରେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନବ ନିର୍ମିତ ଡାଇନିଙ୍ଗ ହଳ ର ଶୁଭ ଉଦଘାଟନ କରିଥିଲେ । ୨୦୨୪ ଶିକ୍ଷାବର୍ଷରେ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ନିମନ୍ତ୍ରୀତ ଅତିଥି ମାନେ ପୁରସ୍କୃତ କରିଥିଲେ । ଉକ୍ତ ପୁରସ୍କାର ବିତରଣ ଉତ୍ସବକୁ ସ୍ଥାନୀୟ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଦିନେଶ ଖମାରୀ, କେଏନବି ହାଇସ୍କୁଲର ସହକାରୀ ଶିକ୍ଷକ ସୁମେଶ ରଣା, ଭକ୍ତ ପ୍ରସାଦ ଖରସେଲ, ଜନାର୍ଦ୍ଦନ ପଣ୍ଡା,ସରିତ୍ରୀ ପଧାନ, ପଦ୍ମିନୀ ପରିଡ଼ା ପରିଚାଳନା କରିଥିଲେ । କତରବଗା ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଦିନେଶ ଖମାରୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସ୍ଥାନୀୟ କ୍ଷମାନିଧି ଭୋଇ ହାଇସ୍କୁଲର ସହକାରୀ ଶିକ୍ଷକ ନେତ୍ରାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ କତରବଗା ତ୍ରୀ-ଶିକ୍ଷାନୁଷ୍ଠାନ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି,ପୁରାତନ ଛାତ୍ରଛାତ୍ରୀ ତଥା ଗ୍ରାମବାସୀ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

The post କତରବଗା ତ୍ରୀ-ଶିକ୍ଷାନୁଷ୍ଠାନ ର ବାର୍ଷିକ ଉତ୍ସବ ଯୋଗ ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ appeared first on Odisha.News.