ଆସନ୍ତା ୨୫ରେ ଓଡ଼ିଶା ଆସୁଛନ୍ତି ଅମିତ ଶାହ, ସୋନପୁର କରିବେ ପ୍ରଚାର
ଭୁବନେଶ୍ଵର: ନିର୍ବାନଚୀ ବିଗୁଲ ବାଜି ସାରିଛି। ପ୍ରାର୍ଥୀ ଘୋଷଣା ସହିତ ଓଡ଼ିଶାରେ ଜୋର ଧରିଲାଣି ନିର୍ବାଚନୀ ପ୍ରଚାର। ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସଂପନ୍ନ ହୋଇ ସାରିଛି। ଏବେ ବାକି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ବିଜେପି ନିଜର ପ୍ରଚାରକୁ ଜୋରଦାର କରିଛି। ଏଥର ଓଡିଶାକୁ ଗୁରୁତ୍ଵ ଦେଇଛି ବିଜେପି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସୁଛନ୍ତି। ଏହି ଦିନ ସୋନପୁରରେ ସେ ଜନସଭାକୁ […] The post ଆସନ୍ତା ୨୫ରେ ଓଡ଼ିଶା ଆସୁଛନ୍ତି ଅମିତ ଶାହ, ସୋନପୁର କରିବେ ପ୍ରଚାର appeared first on Odisha.News.
ଭୁବନେଶ୍ଵର: ନିର୍ବାନଚୀ ବିଗୁଲ ବାଜି ସାରିଛି। ପ୍ରାର୍ଥୀ ଘୋଷଣା ସହିତ ଓଡ଼ିଶାରେ ଜୋର ଧରିଲାଣି ନିର୍ବାଚନୀ ପ୍ରଚାର। ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସଂପନ୍ନ ହୋଇ ସାରିଛି। ଏବେ ବାକି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ବିଜେପି ନିଜର ପ୍ରଚାରକୁ ଜୋରଦାର କରିଛି। ଏଥର ଓଡିଶାକୁ ଗୁରୁତ୍ଵ ଦେଇଛି ବିଜେପି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସୁଛନ୍ତି। ଏହି ଦିନ ସୋନପୁରରେ ସେ ଜନସଭାକୁ ସମ୍ବୋଧିତ କରିବେ। ସନ୍ଧ୍ୟା ବେଳେ ଭୁବନେଶ୍ୱରରେ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର।
ଗୋଲକ ମହାପାତ୍ର କହିଛନ୍ତି, ଓଡ଼ିଶାରେ ବିଜେପି ମାଆ, ମାଟି ଓ ମାତୃଭାଷାକୁ ନେଇ ଲଢ଼େଇ ଆରମ୍ଭ କରିଛି। ଏହି ଲଢ଼େଇର ଶୁଭାରମ୍ଭ ଆସନ୍ତା ୨୫ ତାରିଖ ଅପରାହ୍ନରେ ସୋନପୁର ମାଟିରୁ ଆରମ୍ଭ ହେବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୫ ତାରିଖରେ ସୋନପୁରରୁ ଓଡ଼ିଶାରେ ନିର୍ବାଚନ ଲଢ଼େଇର ବିଗୁଲ୍ ବଜାଇବେ। ଦୁଇ ଦିନ ତଳେ ଦିଲ୍ଲୀରେ ଯେଉଁ କଥା କହିଥିଲେ, ସେହି କଥାକୁ ଓଡ଼ିଶାବାସୀଙ୍କ ଆଗରେ ରଖିବା ପାଇଁ ସେ ଆସୁଛନ୍ତି।
ସୋନପୁର ପରେ ଭୁବନେଶ୍ୱର ଆସିବେ ଏବଂ ସନ୍ଧ୍ୟାରେ ନିର୍ବାଚନ ରଣନୀତି ସମ୍ପର୍କରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରିବେ। ରାତିରେ ସେ ଭୁବନେଶ୍ୱରରେ ରହିବେ ବୋଲି ଗୋଲକ କହିଛନ୍ତି। ଶାହଙ୍କ ଗସ୍ତ ପରେ ଓଡିଶାରେ ବିଜେପି ନିଜର ପ୍ରଚାରକୁ ଜୋରଦାର କରିବାକୁ ଯାଉଛି।
The post ଆସନ୍ତା ୨୫ରେ ଓଡ଼ିଶା ଆସୁଛନ୍ତି ଅମିତ ଶାହ, ସୋନପୁର କରିବେ ପ୍ରଚାର appeared first on Odisha.News.