ରାହୁଲ ଗାନ୍ଧୀଙ୍କୁ ପ୍ରଶଂସାରେ ପୋତି ପକାଇଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୬।୬: ଲୋକ ସଭା ନିର୍ବାଚନର ଫଳାଫଳ ପରେ ନେତାଙ୍କ ବିବୃତ୍ତି ଜାରି ରହିଛି। ନଗର ପ୍ରଶାସନ ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା କୈଳାଶ ବିଜୟବର୍ଗିୟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ବହୁତ ପରିଶ୍ରମ କରି ଫଳାଫଳ ପାଇଛନ୍ତି। ଆମେ ସମସ୍ତେ ଜନାଦେଶ ଗ୍ରହଣ କରିବା ଉଚିତ୍‌। ରାହୁଲ ବହୁତ ପରିଶ୍ରମ କରିଛନ୍ତି। ପାଦରେ ଚାଲିଛନ୍ତି, ଗାଁରୁ ଗାଁକୁ ବୁଲିଛନ୍ତି, ଜିମ ଗଲା। ମୋ ମତରେ […] The post ରାହୁଲ ଗାନ୍ଧୀଙ୍କୁ ପ୍ରଶଂସାରେ ପୋତି ପକାଇଲେ ଭାଜପା ଏମ୍‌ପି appeared first on Dharitri Odia News.

ରାହୁଲ ଗାନ୍ଧୀଙ୍କୁ ପ୍ରଶଂସାରେ ପୋତି ପକାଇଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୬।୬: ଲୋକ ସଭା ନିର୍ବାଚନର ଫଳାଫଳ ପରେ ନେତାଙ୍କ ବିବୃତ୍ତି ଜାରି ରହିଛି। ନଗର ପ୍ରଶାସନ ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା କୈଳାଶ ବିଜୟବର୍ଗିୟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ବହୁତ ପରିଶ୍ରମ କରି ଫଳାଫଳ ପାଇଛନ୍ତି। ଆମେ ସମସ୍ତେ ଜନାଦେଶ ଗ୍ରହଣ କରିବା ଉଚିତ୍‌। ରାହୁଲ ବହୁତ ପରିଶ୍ରମ କରିଛନ୍ତି। ପାଦରେ ଚାଲିଛନ୍ତି, ଗାଁରୁ ଗାଁକୁ ବୁଲିଛନ୍ତି, ଜିମ ଗଲା। ମୋ ମତରେ ବିରୋଧୀ ମଧ୍ୟ ଶକ୍ତିଶାଳୀ ହେବା ଉଚିତ୍‌।
ଉତ୍ତରପ୍ରଦେଶରେ ଇଣ୍ଡିଆ ଆଲାଇନ୍ସ ଦ୍ୱାରା ମିଳିଥିବା ସମର୍ଥନ ସମ୍ପର୍କରେ କୈଳାଶ କହିଛନ୍ତି, ଆମେ ଏହାର ସମୀକ୍ଷା କରିବୁ। ମଧ୍ୟପ୍ରଦେଶର କ୍ଳିନ୍‌ସୁଇପ୍‌ ସମ୍ପର୍କରେ ସେ କହିଛନ୍ତି, ଆମେ ସମସ୍ତେ କଠିନ ପରିଶ୍ରମ କରିଛୁ। ମୋତେ ଚିଣ୍ଡୱାରା କ୍ଲଷ୍ଟରର ଦାୟିତ୍ୱ ଦିଆଯାଇଥିଲା। ମୁଁ କାର୍ଯ୍ୟକର୍ତ୍ତାମାନଙ୍କ ସହ ମିଶି କାମ କରିଥିଲି।

The post ରାହୁଲ ଗାନ୍ଧୀଙ୍କୁ ପ୍ରଶଂସାରେ ପୋତି ପକାଇଲେ ଭାଜପା ଏମ୍‌ପି appeared first on Dharitri Odia News.