ସ୍ବାମୀ ଆଣିଥିଲେ ଋଣ ମୂଳଟଙ୍କା ନେବାକୁ ଆସି ସ୍ତ୍ରୀଙ୍କ ସହ ଅସଦାଚାରଣ

ଦିଗପହଣ୍ଡି,୨୪।୧(ଅଶେଷ ନାଥ ମିଶ୍ର): ସ୍ବାମୀ ଘରେ ନ ଥିବା ବେଳେ ମହିଳାଙ୍କୁ ଘରେ ପଶି ଅସଦାଚରଣ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ଦିଗପହଣ୍ଡି ବସଷ୍ଟାଣ୍ଡ ମେନ୍‌ ରୋଡ଼ରେ। ପାଟପୁର ଗ୍ରାମର ବାଦଲ ସ୍ବାଇଁ ଜଣେ ମହିଳାଙ୍କୁ ଘରେ ପଶି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ମାମଲା ରୁଜୁ ହେବାପରେ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୩୭/୨୫ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛନ୍ତି। ମହିଳା ଓ ତାଙ୍କ ସାମୀ […] The post ସ୍ବାମୀ ଆଣିଥିଲେ ଋଣ ମୂଳଟଙ୍କା ନେବାକୁ ଆସି ସ୍ତ୍ରୀଙ୍କ ସହ ଅସଦାଚାରଣ appeared first on Dharitri Odia News.

ସ୍ବାମୀ ଆଣିଥିଲେ ଋଣ ମୂଳଟଙ୍କା ନେବାକୁ ଆସି ସ୍ତ୍ରୀଙ୍କ ସହ ଅସଦାଚାରଣ

ଦିଗପହଣ୍ଡି,୨୪।୧(ଅଶେଷ ନାଥ ମିଶ୍ର): ସ୍ବାମୀ ଘରେ ନ ଥିବା ବେଳେ ମହିଳାଙ୍କୁ ଘରେ ପଶି ଅସଦାଚରଣ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ଦିଗପହଣ୍ଡି ବସଷ୍ଟାଣ୍ଡ ମେନ୍‌ ରୋଡ଼ରେ। ପାଟପୁର ଗ୍ରାମର ବାଦଲ ସ୍ବାଇଁ ଜଣେ ମହିଳାଙ୍କୁ ଘରେ ପଶି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ମାମଲା ରୁଜୁ ହେବାପରେ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୩୭/୨୫ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛନ୍ତି। ମହିଳା ଓ ତାଙ୍କ ସାମୀ ଦୋକାନ କରିଛନ୍ତି। ବାଦଲଙ୍କ ଠାରୁ ତାଙ୍କ ସ୍ବାମୀ ବ୍ୟବସାୟ ପାଇଁ କରଜ ଆଣିଥିଲେ। ନିୟମିତ ଭାବେ ସୁଧ ଦେଇ ଆସୁଛନ୍ତି।ଗତ ମଙ୍ଗଳବାର ସାରେ ବାଦଲ ତାଙ୍କ ଘର ସମ୍ମୁଖରେ ପହଞ୍ଚି ମୂଳ ଟଙ୍କା ତୁରନ୍ତ ପୈଠ କରିବାକୁ କହିବାରୁ ବ୍ୟବସାୟୀଙ୍କ ସ୍ତ୍ରୀ କିସ୍ତି ଆକାରରେ ମୂଳ ଟଙ୍କା ଫେରାଇବୁ ବୋଲି କହିଥିଲେ।ଏଥିରେ ଉତ୍ତେଜିତ ହୋଇ ସ୍ବାମୀଙ୍କ ଅନୁପସ୍ଥିତିରେ ବାଦଲ ଜବରଦସ୍ତ ଘରେ ପଶି ମହିଳାଙ୍କୁ ଟଣାଓଟରା କରିଥିଲେ। ଏପରିକି ତାଙ୍କ ସାନ ଝିଅକୁ ଟେକି ନେଇଯିବି କହିଥିଲେ। ଲୋକେ ଗହଳି ହୋଇଯିବାରୁ ବାଦଲ ଘରେ ବୋମା ପକାଇ ଦେବି କହି ଧମକ ଦେବା ସହ ସେଠାରୁ ଚାଲିଯାଇଥିଲେ। ସ୍ବାମୀ ଫେରିବା ପରେ ସ୍ତ୍ରୀ ସବୁ କଥା ଜଣାଇଥିଲେ।ପରେ ସ୍ବାମୀ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଏଏସଆଇ ନିଗମ ଚନ୍ଦ୍ର ପ୍ରଧାନ ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି।

The post ସ୍ବାମୀ ଆଣିଥିଲେ ଋଣ ମୂଳଟଙ୍କା ନେବାକୁ ଆସି ସ୍ତ୍ରୀଙ୍କ ସହ ଅସଦାଚାରଣ appeared first on Dharitri Odia News.