ଘାଟିରେ ଟ୍ରଲର-କଣ୍ଟେନର ହେଲେ ମୁହାଁମୁହିଁ : ଚାଲିଗଲା ଜୀବନ
ଜମନକିରା,୨୨।୭:(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅଧୀନ ବଡ଼ରମା ଘାଟିରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ମଙ୍ଗଳବାର ଭୋରରେ ଏକ ଟ୍ରଲର ସହ ଏକ କଣ୍ଟେନର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ କଣ୍ଟେନର ଚାଲକ ମହାରାଷ୍ଟ୍ର ବୁଲଦନାର ଶାରୁଖ ଜେ ସାହା(୨୫)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ ଏବଂ ଅଗ୍ନିଶମ କର୍ମକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅନ୍ୟପକ୍ଷେ କ୍ରେନ ସାହାଯ୍ୟରେ ଦୁର୍ଘଟଣା ଗ୍ରସ୍ତ ଗାଡି ଦ୍ୱୟକୁ […] The post ଘାଟିରେ ଟ୍ରଲର-କଣ୍ଟେନର ହେଲେ ମୁହାଁମୁହିଁ : ଚାଲିଗଲା ଜୀବନ appeared first on Dharitri Odia News.
ଜମନକିରା,୨୨।୭:(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅଧୀନ ବଡ଼ରମା ଘାଟିରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ମଙ୍ଗଳବାର ଭୋରରେ ଏକ ଟ୍ରଲର ସହ ଏକ କଣ୍ଟେନର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ କଣ୍ଟେନର ଚାଲକ ମହାରାଷ୍ଟ୍ର ବୁଲଦନାର ଶାରୁଖ ଜେ ସାହା(୨୫)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।
ଖବର ପାଇ ପୋଲିସ ଏବଂ ଅଗ୍ନିଶମ କର୍ମକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅନ୍ୟପକ୍ଷେ କ୍ରେନ ସାହାଯ୍ୟରେ ଦୁର୍ଘଟଣା ଗ୍ରସ୍ତ ଗାଡି ଦ୍ୱୟକୁ ଅଲଗା କରିବା ପରେ ମୃତ ଚାଲକଙ୍କୁ ବାହାର କରାଯାଇଥିବା ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ଏନେଇ ଜମନକିରା ଥାନାରେ ଏକ ମାମଲା ରୁଜୁ କରାଯାଇଛି।
ପୋଲିସର ସୂଚନା ଅନୁଯାୟୀ, ମଙ୍ଗଳବାର ଭୋରରେ ଏକ ଟ୍ରଲର ସହ କଣ୍ଟେନର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ କଣ୍ଟେନର ଚାଲକ ସାରୁଖଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ମୃତଦେହ ଜବତ କରି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଛି। ଏପରିକି ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ଡାକ୍ତରଖାନା ପଠାଇଥିବା ଜଣାପଡିଛି।
The post ଘାଟିରେ ଟ୍ରଲର-କଣ୍ଟେନର ହେଲେ ମୁହାଁମୁହିଁ : ଚାଲିଗଲା ଜୀବନ appeared first on Dharitri Odia News.