ସେବା,ସୁଶାସନ ଓ ଗରିବ କଲ୍ୟାଣ ପାଇଁ ବିଶେଷ କାର୍ଯ୍ୟକ୍ରମ

ସମ୍ବଲପୁର:କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି କୁଚିଣ୍ଡା ପ୍ରେକ୍ଷାଳୟ ରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ସେବା, ସୁଶାସନ ଓ ଗରିବ କଲ୍ୟାଣ ନିମନ୍ତେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଯୋଜନାଗୁଡିକୁ ହିତାଧିକାରୀଙ୍କ ନିକଟକୁ ପହଞ୍ଚାଇବା ଓ ଲାଭାନ୍ବିତ ଲୋକମାନେ ସଂଗଠିତ ହେବାକୁ ପ୍ରେରିତ କରିବା। କାର୍ଯ୍ୟକ୍ରମରେ ମଣ୍ଡଳର 13ଟି ବୁଥରୁ 140 ଜଣ କାର୍ଯ୍ୟକର୍ତ୍ତାଙ୍କୁ ବିଶେଷ ପ୍ରଶିକ୍ଷଣ ଦିଆଯାଇଥିଲା। […] The post ସେବା,ସୁଶାସନ ଓ ଗରିବ କଲ୍ୟାଣ ପାଇଁ ବିଶେଷ କାର୍ଯ୍ୟକ୍ରମ appeared first on Odisha.News.

ସେବା,ସୁଶାସନ ଓ ଗରିବ କଲ୍ୟାଣ ପାଇଁ ବିଶେଷ କାର୍ଯ୍ୟକ୍ରମ

ସମ୍ବଲପୁର:କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି କୁଚିଣ୍ଡା ପ୍ରେକ୍ଷାଳୟ ରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ସେବା, ସୁଶାସନ ଓ ଗରିବ କଲ୍ୟାଣ ନିମନ୍ତେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଯୋଜନାଗୁଡିକୁ ହିତାଧିକାରୀଙ୍କ ନିକଟକୁ ପହଞ୍ଚାଇବା ଓ ଲାଭାନ୍ବିତ ଲୋକମାନେ ସଂଗଠିତ ହେବାକୁ ପ୍ରେରିତ କରିବା।
କାର୍ଯ୍ୟକ୍ରମରେ ମଣ୍ଡଳର 13ଟି ବୁଥରୁ 140 ଜଣ କାର୍ଯ୍ୟକର୍ତ୍ତାଙ୍କୁ ବିଶେଷ ପ୍ରଶିକ୍ଷଣ ଦିଆଯାଇଥିଲା। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଯୋଜନାଗୁଡିକ ହିତାଧିକାରୀଙ୍କ ନିକଟକୁ କିପରି ପହଞ୍ଚିବା ଓ ସଂଗଠିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ମଞ୍ଚାସିନ ଅତିଥିମାନଙ୍କ ମଧ୍ୟରେ ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନୁପମା ନାଏକ, କୁଞ୍ଜଲତା ନାଏକ, ବରିଷ୍ଠ ନେତା ସଇଲେନ୍ଦ୍ର ନାଏକ, ଜିଲ୍ଲା ସାଧାରଣ ସମ୍ପାଦକ ସୁଶୀଲ କୁମାର କର, ଜିଲ୍ଲା ସମ୍ପାଦକ ବିଭୂତି କଲ୍ୟାଣ ପଟେଲ ଉପସ୍ଥିତ ଥିଲେ। ଏହି ଅବସରରେ ନଗର ମଣ୍ଡଳ ସଭାପତି ପ୍ରାଣବନ୍ଧୁ ନାଥ ସ୍ବାଗତ ଭାଷଣ ଦେଇଥିଲେ ଏବଂ ବୁଥ ସଭାପତି ସୁନୟନା ବେହେରା ଧନ୍ୟବାଦ ଜଣାଇ ସଭା ସାଙ୍ଗ କରିଥିଲେ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ଯୋଜନା ଏବଂ ଲାଭାନ୍ବିତମାନଙ୍କୁ ସଂଗଠିତ କରିବା ଉଦ୍ଦେଶ୍ୟ ଏକ ନୂତନ ଦିଗ ଦେଇଛି।

The post ସେବା,ସୁଶାସନ ଓ ଗରିବ କଲ୍ୟାଣ ପାଇଁ ବିଶେଷ କାର୍ଯ୍ୟକ୍ରମ appeared first on Odisha.News.