ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ବିଶ୍ବ ଖାଉଟି ଅଧିକାର ଦିବସ ପାଳିତ
ସମ୍ବଲପୁର:ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ଆଜି ବିଶ୍ୱ ଖାଉଟି ଅଧିକାର ଦିବସ ପାଳିତ ହୋଇଯାଇଛି। ସଭାପତି ଅଶୋକ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସମ୍ବଲପୁର ଜିଲ୍ଲା ଖାଉଟି ବିବାଦ ନିବାରଣ ଆୟୋଗର ସଭାପତି ଡ. ରମାକାନ୍ତ ଶତପଥି ମୁଖ୍ଯ ଅତିଥି ଭାବରେ ଯୋଗଦେଇ କହିଥିଲେ ଯେ,ଦେଖିବାକୁ ଗଲେ ସମଗ୍ର ପୃଥିବୀ ବର୍ତ୍ତମାନ ମଧ୍ୟ ପୁଞ୍ଜୀବାଦର କବଳରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତ ହୋଇ ପାରିନାହିଁ। ଉପଭୋକ୍ତାର ଲଢେଇ ସେହି ପୁଞ୍ଜୀବାଦର ବିରୋଧରେ ରହିଛି ଏଥିରେ ତାଙ୍କ […] The post ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ବିଶ୍ବ ଖାଉଟି ଅଧିକାର ଦିବସ ପାଳିତ appeared first on Odisha.News.

ସମ୍ବଲପୁର:ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ଆଜି ବିଶ୍ୱ ଖାଉଟି ଅଧିକାର ଦିବସ ପାଳିତ ହୋଇଯାଇଛି। ସଭାପତି ଅଶୋକ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସମ୍ବଲପୁର ଜିଲ୍ଲା ଖାଉଟି ବିବାଦ ନିବାରଣ ଆୟୋଗର ସଭାପତି ଡ. ରମାକାନ୍ତ ଶତପଥି ମୁଖ୍ଯ ଅତିଥି ଭାବରେ ଯୋଗଦେଇ କହିଥିଲେ ଯେ,ଦେଖିବାକୁ ଗଲେ ସମଗ୍ର ପୃଥିବୀ ବର୍ତ୍ତମାନ ମଧ୍ୟ ପୁଞ୍ଜୀବାଦର କବଳରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତ ହୋଇ ପାରିନାହିଁ। ଉପଭୋକ୍ତାର ଲଢେଇ ସେହି ପୁଞ୍ଜୀବାଦର ବିରୋଧରେ ରହିଛି ଏଥିରେ ତାଙ୍କ ସହାୟତା ନିମନ୍ତେ ପ୍ରଣିତ ଆଇନ ମଧ୍ୟ ଦିନକୁ ଦିନ ଦୃଢିଭୂତ ହେବାରେ ଲାଗିଲାଣି। ଆଜି ଏହି ଆଇନ କୌଣସି ନିର୍ଦିଷ୍ଟ ଦେଶର ସୀମାରେ ଆବଦ୍ଧ ହୋଇ ରହିନାହିଁ। ଉପଭୋକ୍ତା ଏହାର ଲାଭ ଉଠାଇବା ଉଚିତ। ଯେଉଁ ଦେଶର ଖାଉଟି ଯେତେ ସଚେତନ ସେଦେଶର ଆର୍ଥିକ ଅଭିବୃଦ୍ଧି ସେତେ ବେଶି, ତେଣୁ ଖାଉଟିମାନେ ଏହାକୁ ଗୁରୁତ୍ବ ଦେବା ଉଚିତ। ଦେଶର ଉନ୍ନତି ଆମ ହାତରେ ଅଛି।ମୁଖ୍ଯ ବକ୍ତା ବିଶିଷ୍ଟ ଆଇନଜୀବୀ ବିଜୟ ପୁରୋହିତ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ,ସମ୍ପ୍ରତି ଖାଉଟିମାନଙ୍କ ଅଧିକାରକୁ ନେଇ ବିଭିନ୍ନ ଦେଶରେ ସଚେତନତା ଆସିବାରୁ ବିଭିନ୍ନ ଆଇନମାନ ପ୍ରଣୟନ ହେଲାଣି।ଭାରତରେ ଉପଭୋକ୍ତା ଆଇନରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଲାଣି।ତେବେ ଏହା କେବଳ ପ୍ରଚାରଧର୍ମୀ ନହୋଇ ପ୍ରୟୋଗଧର୍ମୀ ହେବା ଉଚିତ। ତେଣୁ ଏଥି ସକାଶେ ସମୁଚିତ ସାମାଜିକ ସଚେତନତା ଲୋଡା। ଜନସାଧାରଣ ମଧ୍ୟ ସେମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଇଥିବା ଉପଭୋକ୍ତା ଆଇନ ଗୁଡିକ ପ୍ରତି ଭଲଭାବରେ ସୂଚୀତ ହେବା ଉଚିତ। ବିଶ୍ୱ ଉପଭୋକ୍ତା ସଚେତନତାକୁ ନେଇ ଚଳିତ ବର୍ଷର ଅନୁଚିନ୍ତା ଆର୍ଟିଫିସିଆଲ ଇଣ୍ଟେଲିଜନସକୁ ନେଇ ଆସିଛି ଯାହା ଉପରେ ସମଗ୍ର ବିଶ୍ୱ ରେ ଗମ୍ଭୀର ଭାବରେ ବିଚାର ବିମର୍ଷ ଆରମ୍ଭ ହୋଇଗଲାଣି। ତେଣୁ ଖାଉଟି ସୁରକ୍ଷା ଓ ଉପଭୋକ୍ତା ଆଇନର ପରିସର ଅତ୍ୟନ୍ତ ବିସ୍ତୃତ ଓ ବ୍ୟାପକ।ଏହି ଅବସରରେ ସଚେତନ ଉପଭୋକ୍ତା ଭାବରେ ଶଶାଙ୍କ ଶେଖର ମାଝୀ ଏବଂ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାଶଙ୍କୁ ଅତିଥିମାନଙ୍କ ଦ୍ବାରା ସମ୍ମାନୀତ କରାଯାଇଥିଲା।ସମ୍ପାଦକ ଡ. ସିଦ୍ଧାର୍ଥ ପଣ୍ଡା ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ସାଂସ୍କୃତିକ ସମାଜର ଖାଉଟି ସୁରକ୍ଷା ଉପସମିତିର ଆବାହକ ଅଖିଳ ରଞ୍ଜନ ପଟ୍ଟନାୟକ ଅତିଥି ପରିଚୟ ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।ଶେଷରେ ସହସମ୍ପାଦକ ସୁରେଖା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ କୁମାର ହୋତା,କୋଷାଧ୍ୟକ୍ଷ ଦୀନବନ୍ଧୁ ପଣ୍ଡା,ସଭ୍ୟ ଲଳିତ ମୋହନ ବେବର୍ତ୍ତା,ସବ୍ୟସାଚୀ ମିଶ୍ର,ଦିଲୀପ କୁମାର ବଘାର ପ୍ରମୁଖ କାର୍ଯକ୍ରମରେ ସହଯୋଗ କରିଥିଲେ।
The post ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ବିଶ୍ବ ଖାଉଟି ଅଧିକାର ଦିବସ ପାଳିତ appeared first on Odisha.News.