କତାର ଏୟାରଲାଇନ୍ସର ଦୋହା-ଡବଲିନ ବିମାନରେ ତ୍ରୁଟି, ୧୨ ଯାତ୍ରୀ ଆହତ

ଡବଲିନ ୨୬।୫: ଦୋହାରୁ ଆୟର୍ଲାଣ୍ଡର ଡବଲିନ ଯାଉଥିବା କତାର ଏୟାରୱେଜ୍‌ର ଏକ ବିମାନ ରବିବାର ଟର୍ବୁଲାନ୍ସର ସମ୍ମୁଖୀନ ହୋଇଛି। ଫଳରେ ବିମାନରେ ଯାତ୍ରା କରୁଥିବା ୧୨ ଜଣ ଆହତ ହୋଇଛନ୍ତି। ତେବେ ବିମାନଟି ନିର୍ଦ୍ଧାରିତ ସମୟରେ ସୁରକ୍ଷିତ ଗନ୍ତବ୍ୟରେ ଅବତରଣ କରିଛି। ଏୟାରପୋର୍ଟ ସୂତ୍ର ଅନୁସାରେ ଫ୍ଲାଇଟ୍ ସଂଖ୍ୟା କ୍ୟୁଆର ୦୧୭, ବୋଇଂ ୭୮୭ ଡ୍ରିମଲାଇନର ଡବଲିନ ସମୟ ଅନୁସାରେ ମଧ୍ୟାହ୍ନ ଗୋଟାଏ ବାଜିବାର କିଛି ସମୟ ପୂର୍ବରୁ ଅବତରଣ କରିଛି। ଡବଲିନ ଏୟାରପୋର୍ଟ ଏକ ବୟାନରେ କହିଛି ଯେ ଅବତରଣ ପରେ ବିମାନକୁ ଏୟାରପୋର୍ଟ ପୋଲିସ, ଅଗ୍ନିସମ ଓ ଉଦ୍ଧାର ବିଭାଗ ସହିତ ଜରୁରିକାଳୀନ ସେବା ସମ୍ଭାଳିଛନ୍ତି। କାରଣ ବିମାନରେ ଯାତ୍ରା କରୁଥିବା ୬ ଯାତ୍ରୀ ଓ ଚାଳକ ଦଳର ୬ ଜଣ କର୍ମଚାରୀ ଆହତ ହୋଇଥିଲେ। ବିମାନଟି ତୁର୍କିୟେ ଆକାଶରେ ଉଡୁଥିବା ବେଳେ ଟର୍ବୁଲାନ୍ସର ସମ୍ମୁଖୀନ ହୋଇଥିଲା। ଫଳରେ ଯାତ୍ରୀ ଓ ଚାଳକ ଦଳ ସଦସ୍ୟ ଆହତ ହୋଇଥିବା ବିମାନ ସୂଚନା ଦେଇଥିଲା। 12 people travelling on a Qatar Airways flight from Doha to Ireland were injured during a bout of turbulence, Dublin Airport said on Sunday, adding that the plane landed safely and as scheduled, reports Reuters"Upon landing, the aircraft was met by emergency services, including…— ANI (@ANI) May 26, 2024ଏହି ଘଟଣା

କତାର ଏୟାରଲାଇନ୍ସର ଦୋହା-ଡବଲିନ ବିମାନରେ ତ୍ରୁଟି, ୧୨ ଯାତ୍ରୀ ଆହତ

ଡବଲିନ ୨୬।୫: ଦୋହାରୁ ଆୟର୍ଲାଣ୍ଡର ଡବଲିନ ଯାଉଥିବା କତାର ଏୟାରୱେଜ୍‌ର ଏକ ବିମାନ ରବିବାର ଟର୍ବୁଲାନ୍ସର ସମ୍ମୁଖୀନ ହୋଇଛି। ଫଳରେ ବିମାନରେ ଯାତ୍ରା କରୁଥିବା ୧୨ ଜଣ ଆହତ ହୋଇଛନ୍ତି। ତେବେ ବିମାନଟି ନିର୍ଦ୍ଧାରିତ ସମୟରେ ସୁରକ୍ଷିତ ଗନ୍ତବ୍ୟରେ ଅବତରଣ କରିଛି। ଏୟାରପୋର୍ଟ ସୂତ୍ର ଅନୁସାରେ ଫ୍ଲାଇଟ୍ ସଂଖ୍ୟା କ୍ୟୁଆର ୦୧୭, ବୋଇଂ ୭୮୭ ଡ୍ରିମଲାଇନର ଡବଲିନ ସମୟ ଅନୁସାରେ ମଧ୍ୟାହ୍ନ ଗୋଟାଏ ବାଜିବାର କିଛି ସମୟ ପୂର୍ବରୁ ଅବତରଣ କରିଛି। 

ଡବଲିନ ଏୟାରପୋର୍ଟ ଏକ ବୟାନରେ କହିଛି ଯେ ଅବତରଣ ପରେ ବିମାନକୁ ଏୟାରପୋର୍ଟ ପୋଲିସ, ଅଗ୍ନିସମ ଓ ଉଦ୍ଧାର ବିଭାଗ ସହିତ ଜରୁରିକାଳୀନ ସେବା ସମ୍ଭାଳିଛନ୍ତି। କାରଣ ବିମାନରେ ଯାତ୍ରା କରୁଥିବା ୬ ଯାତ୍ରୀ ଓ ଚାଳକ ଦଳର ୬ ଜଣ କର୍ମଚାରୀ ଆହତ ହୋଇଥିଲେ। ବିମାନଟି ତୁର୍କିୟେ ଆକାଶରେ ଉଡୁଥିବା ବେଳେ ଟର୍ବୁଲାନ୍ସର ସମ୍ମୁଖୀନ ହୋଇଥିଲା। ଫଳରେ ଯାତ୍ରୀ ଓ ଚାଳକ ଦଳ ସଦସ୍ୟ ଆହତ ହୋଇଥିବା ବିମାନ ସୂଚନା ଦେଇଥିଲା। 


ଏହି ଘଟଣା ଲଣ୍ଡନରୁ ସିଙ୍ଗାପୁର ଯାଉଥିବା ସିଙ୍ଗାପୁର ଏୟାରଲାଇନ୍ସ ବିମାନକୁ ବ୍ୟାଙ୍କକରେ ଜରୁରି ଅବତରଣ କରିବାର ୫ ଦିନ ପରେ ହୋଇଛି। ସିଙ୍ଗାପୁର ଏୟାରଲାଇନ୍ସ ବିମାନ ଟର୍ବୁଲାନ୍ସ ସମ୍ମୁଖୀନ ହେବାରୁ ଜଣେ ୭୩ ବର୍ଷ ବୟଷ୍କ ବ୍ରିଟିଶ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ୨୦ ଜଣ ଆହତ ହୋଇଥିଲେ। ଲଣ୍ଡନରୁ ସିଙ୍ଗାପୁର ଯାଉଥିବା ବିମାନ  ଇରାଭଦି ବେସିନ ଉପରେ ଉଡୁଥିବା ବେଳେ ଗୁରୁତର ଟର୍ବୁଲାନ୍ସର ସମ୍ମୁଖୀନ ହୋଇଥିଲା। 


ୟୁନାଇଟେଡ ଷ୍ଟେଟସ୍ ନ୍ୟାସନାଲ ଟ୍ରାନ୍ସପୋର୍ଟ ସେଫ୍ଟି ବୋର୍ଡ ଅନୁସାରେ ୨୦୦୯ରୁ ୨୦୧୮ ପର୍ଯ୍ୟନ୍ତ ମିଳୁଥିବା ଡାଟାରୁ ଟର୍ବୁଲାନ୍ସ ସମ୍ପର୍କିତ ଦୁର୍ଘଟଣାରେ ସେହି ଯାତ୍ରୀମାନେ ଆହତ ହେଉଛନ୍ତି ଯେଉଁମାନେ ଅଧିକ ଥର ଟୟଲେଟ୍ ଉପଯୋଗ କରନ୍ତି, ଏଥି ପାଇଁ ଅପେକ୍ଷା କରନ୍ତି ଓ ବାରମ୍ବାର ଯିବା ଆସିବା କରୁଥାନ୍ତି। ଏହା ଛଡା ସିଟ୍ ବେଲ୍ଟ ବାନ୍ଧି ନଥିବା ଯାତ୍ରୀ ମଧ୍ୟ ମଝି ଆକାଶରେ ବିମାନ ଟର୍ବୁଲାନ୍ସର ଶିକାର ହେଲେ ଆହତ ହୋଇଥାନ୍ତି ବୋଲି କହିଛନ୍ତି।