କଥା ଦେଇ ଜନତାଙ୍କୁ ଭଣ୍ଡାଇଲେ ସରକାର, ପ୍ରତିଶୃତି ଦେଇ ପାଳନ କରିନଥିବା ଅଭିଯୋଗ

ଭୁବନେଶ୍ବର : ସରକାରକୁ ଆସିଲେ ଓବିସିଙ୍କୁ ନ୍ୟାୟ ଦେବା କଥା କହିଥିଲେ। ଏହାକୁ ପ୍ରଚାର ପ୍ରସାର କରି ଭୋଟ ନେବା... The post କଥା ଦେଇ ଜନତାଙ୍କୁ ଭଣ୍ଡାଇଲେ ସରକାର, ପ୍ରତିଶୃତି ଦେଇ ପାଳନ କରିନଥିବା ଅଭିଯୋଗ appeared first on .

କଥା ଦେଇ ଜନତାଙ୍କୁ ଭଣ୍ଡାଇଲେ ସରକାର, ପ୍ରତିଶୃତି ଦେଇ ପାଳନ କରିନଥିବା ଅଭିଯୋଗ

ଭୁବନେଶ୍ବର : ସରକାରକୁ ଆସିଲେ ଓବିସିଙ୍କୁ ନ୍ୟାୟ ଦେବା କଥା କହିଥିଲେ। ଏହାକୁ ପ୍ରଚାର ପ୍ରସାର କରି ଭୋଟ ନେବା ସହ ସରକାରକୁ ବି ଆସିଲେ। କିନ୍ତୁ ଅନ୍ୟ ପ୍ରସଙ୍ଗ ଭଳି ନିଯୁକ୍ତି କ୍ଷେତ୍ରରେ ଓବିସି ସଂରକ୍ଷଣ ପ୍ରସଙ୍ଗରେ ଓଡିଶାବାସୀଙ୍କୁ ପ୍ରତାରିତ କଲେ। ରାଜ୍ୟର ବିଜେପି ନେତୃତ୍ଵାଧୀନ ସରକାର ବିରୋଧରେ ଏଭଳି ଅଭିଯୋଗ ଆଣିଛି ଓବିସି ଫୋରମ।ରାଜ୍ୟ ଜନସଂଖ୍ୟାର ୫୨%ରୁ ଅଧିକ ପଛୁଆ ବର୍ଗର ଥିବାବେଳେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ଓଡ଼ିଶାରେ ସରକାରକୁ ଆସିଲେ ଏହା ଲାଗୁ କରାଯିବ ବୋଲି ପ୍ରତିଶୃତି ଦେଇଥିଲା ବିଜେପି।କିନ୍ତୁ ଏବେ ସରକାରକୁ ଆସିବା ପରେ ଖାଲିଥିବା ୬୫ ହଜାର ସରକାରୀ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ ମଧ୍ୟ ଓବିସିଙ୍କ ପାଇଁ ୨୭%ର ବ୍ୟବସ୍ଥା ରଖାଯାଇ ନାହିଁ।ପୂର୍ବରୁ ବାର୍ଦ୍ଧକ୍ୟ ଭତ୍ତା, ମାଗଣା ବିଜୁଳି ତଥା ଅନେକ ପ୍ରତିଶୃତିର ଭଳି ଏହା ମଧ୍ୟ ଓବିସି ବର୍ଗ ପ୍ରତି ଏକ ବଡ଼ ଧୋକା ବୋଲି ଅଭିଯୋଗ ହୋଇଛି।ରାଜ୍ୟର ପଛୁଆ ବର୍ଗଙ୍କୁ ସେମାନଙ୍କ ହକରୁ ବଞ୍ଚିତ କଲେ ରାଜ୍ୟବ୍ୟାପୀ  ଆନ୍ଦୋଳନର ଚେତାବନୀ ଦେଇଛି ଓବିସି ଫୋରମ ।

ବିରୋଧୀ ଦଳ ଗୁଡିକ ମଧ୍ୟ ବିଜେପିର ଆଭିମୁଖ୍ୟକୁ ତୀଵ୍ର ନିନ୍ଦା କରିଛନ୍ତି। ବିଜେପି ଯାହା କୁହେ ତାର ବିପରୀତ କାର୍ଯ୍ୟ କରେ। ଯାହାକି ସରକାର ଆସିବା ପରେ ପ୍ରତିଫଳିତ ହେଉଛି। କେବଳ ମିଛ କହି ସବୁ ବର୍ଗର ଲୋକଙ୍କୁ ପ୍ରତାରିତ କରାଯାଉଥିବା ବେଳେ ଏବେ ଓବିସି ବର୍ଗ ଏହାର ଶିକାର ହୋଇଛନ୍ତି।ଏପରିକି ଜାତିଭିତ୍ତିକ ଜଣଗଣନାରୁ ମଧ୍ୟ ବିଜେପି ଏଡାଇ ଯାଉଛି। ସରକାରଙ୍କ ଏଭଳି ଜନମାରଣ ନୀତି ପ୍ରତିବାଦରେ ରାଜ୍ୟରେ ବିଶାଳ ଜନଆନ୍ଦୋଳନର ଚେତାବନୀ ଦିଆଯାଇଛି। ବର୍ତ୍ତମାନ ରାଜ୍ୟରେ ୧୧.୨୫ ଓବିସି ସଂରକ୍ଷଣ କାର୍ଯ୍ୟକାରୀ ହେଉଛି। କିନ୍ତୁ ପ୍ରତିଶ୍ରୁତି ମୁତାବକ ୨୭ ପ୍ରତିଶତ ସଂରକ୍ଷଣ କାର୍ଯ୍ୟକାରୀ ନହେଲେ ୧୦ ହଜାର ଓବିସି ବର୍ଗର ଛାତ୍ରଛାତ୍ରୀ ସରକାରୀ ଚାକିରୀ ପାଇବାରୁ ବଞ୍ଚିତ ହେବେ।

The post କଥା ଦେଇ ଜନତାଙ୍କୁ ଭଣ୍ଡାଇଲେ ସରକାର, ପ୍ରତିଶୃତି ଦେଇ ପାଳନ କରିନଥିବା ଅଭିଯୋଗ appeared first on .